ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ହେଲା ଜବତ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ହାତରେ ଏକ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀ ଧରାପଡିଛନ୍ତି। ପଶ୍ଚିମବଙ୍ଗରୁ ଆସି କଟକ ଜିଲା ଟାଙ୍ଗୀ ୧୬ ନଂ. ଜାତୀୟ ରାଜପଥ ନିକଟରେ ଡିଲ୍‌ବେଳେ ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ ଜିଲା ବେଲଡାଙ୍ଗ ଥାନା ମିର୍ଜାପୁର ଅଞ୍ଚଳର ଏସ୍‌କେ ସଫିକୁଲ୍‌ ଓରଫ ଖୋକନ୍‌। ତାଙ୍କଠାରୁ ଏସ୍‌ଟିଏଫ୍‌ ୧ କେଜି ୪୩ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ। ଏଥିସହ ତାଙ୍କଠାରୁ ମୋବାଇଲ ଫୋନ୍‌, ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି। ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା (ନଂ. ୩୫/୨୧) ରୁଜୁକରି ଅଭିଯୁକ୍ତଙ୍କୁ ଗୁରୁବାର କଟକ ସ୍ବତନ୍ତ୍ର ଜିଲା ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଖୋକନ ବ୍ରାଉନସୁଗାର ନେଇ ଟାଙ୍ଗୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ପହଞ୍ଚତ୍ଥିଲେ। ସେ ଏଜେଣ୍ଟଙ୍କୁ ଅପେକ୍ଷା କରି ଜାତୀୟ ରାଜପଥ ନିକଟରେ ଛିଡ଼ା ହୋଇଥିଲେ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଏସ୍‌ଟିଏଫ୍‌ ଖବର ପାଇବା ପରେ ଏକ ଟିମ୍‌ ସେଠାରେ ଚଢ଼ାଉ କରି ଅଭିଯୁକ୍ତ ଖୋକନଙ୍କୁ କାବୁ କରିନେଇଥିଲା। ଏସ୍‌ଟିଏଫ୍‌ର ରିପୋର୍ଟ ଅନୁଯାୟୀ, ୨୦୨୦ରୁ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ୨୧ କେଜି ବ୍ରାଉନସୁଗାର ଓ ୮୬ କୁଇଣ୍ଟାଲ ୮୧ କେଜି ଗଞ୍ଜେଇ ଜବତ କରିବା ସହ ଓ ସମ୍ପୃକ୍ତ ୧୦୦ ବେପାରୀଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri