Posted inରାଜ୍ୟ

ଏଫ୍‌ବିଆଇ ସହାୟତା ଲୋଡ଼ିଛୁ: ନବୀନ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ନେଇ ୨ ଦିନ ହେବ ବିଧାନସଭା ହୁଲସ୍ଥୂଲ ହୋଇଛି। ବିରୋଧୀ ଦଳ ସଦସ୍ୟମାନେ ହତ୍ୟାକାଣ୍ଡ ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା ନେଇ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରୁଛନ୍ତି। ବିରୋଧୀଙ୍କ ଆକ୍ରମଣାତ୍ମକ ଆଚରଣ ଦେଖି ହତ୍ୟାକାଣ୍ଡ ସମ୍ପର୍କରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡ। ଅପରାଧୀର ବ୍ୟବହାରିକ ବିଶ୍ଳେଷଣ କରିବା ପାଇଁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ଏଫ୍‌ବିଆଇ)ର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଉଦ୍ୟମ କରୁଛି । ଏଫ୍‌ବିଆଇ ସଂସ୍ଥାର ବିହେଭିଅର ସଫୋର୍ଟ ୟୁନିଟ୍‌ ଦ୍ୱାରା ଅଭିଯୁକ୍ତର ବ୍ୟବହାରିକ ମୂଲ୍ୟାୟନ କରିବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଛନ୍ତି।

ଘଟଣାର ପୁଙ୍ଖାନୁପୁଙ୍ଖ ତଥା ବୈଜ୍ଞାନିକ ଅନୁସନ୍ଧାନ କରି ସତ୍ୟକୁ ପଦାକୁ ଆଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଚ ଏଥିପାଇଁ ଦେଶର ଶ୍ରେଷ୍ଠ ଫରେନସିକ୍‌ ବିଶେଷଜ୍ଞମାନଙ୍କ ସହାୟତା ନେଉଛି। ରାଜ୍ୟ ଫରେନସିକ୍‌ ସାଇନ୍ସ ଲାବୋରେଟୋରି, ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫରେନସିକ୍‌ ଲାବୋରେଟୋରି ଏବଂ ଗାନ୍ଧୀନଗରସ୍ଥିତ ଗୁଜରାଟ ରାଜ୍ୟ ଫରେନସିକ୍‌ ସାଇନ୍ସ ଲାବୋରେଟୋରି ଏ ଦିଗରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ସହାୟତା କରୁଛନ୍ତି। ସାକ୍ଷୀମାନଙ୍କ ବକ୍ତବ୍ୟ ତଥା ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେରାକୁ ଭିତ୍ତିକରି ଅଭିଯୁକ୍ତର ମାନସିକ ଅବସ୍ଥାର ଅନୁଶୀଳନ ପାଇଁ ଏକ ୪ ଜଣିଆ ମାନସିକ ରୋଗ ବିଶେଷଜ୍ଞ ବୋର୍ଡ ଦ୍ବାରା କରାଯାଇଛି। ଏହାଛଡ଼ା ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି, ତାହାକୁ ପରୀକ୍ଷା କରିବା ପାଇଁ ତା’ର ଫରେନସିକ୍‌ ସାଇକୋଲୋଜିକାଲ ଆସେସ୍‌ମେଣ୍ଟ ଏବଂ ଲାୟଡ୍‌ ଭୟେସ ଆନାଲିସିସ୍‌ ଟେଷ୍ଟ, ନୂଆଦିଲ୍ଲୀ କେନ୍ଦ୍ରୀୟ ଫରେନସିକ୍‌ ସାଇନ୍ସ ଲାବୋରେଟୋରି ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଛି । ଅଭିଯୁକ୍ତଠାରୁ ସତ୍ୟ ବାହାର କରିବା ପାଇଁ ଗୁଜରାଟ ରାଜ୍ୟ ଫରେନସିକ୍‌ ସାଇନ୍ସ ଲାବୋରେଟୋରି ବିଶେଷଜ୍ଞଙ୍କ ଦ୍ବାରା ନାର୍କୋ ଆନାଲିସିସ୍‌ କରାଯାଇଛି। ସତ୍ୟର ଉଦ୍‌ଘାଟନ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଶ୍ରେଷ୍ଠ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି।

ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ ଫରେନସିକ୍‌ ବିଶେଷଜ୍ଞମାନଙ୍କ ସହାୟତା ନେଇ ଏହି ମାମଲାର ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତକୁ ସୁନିଶ୍ଚିତ କରିବା ଦିଗରେ ସମସ୍ତ ପଦକ୍ଷେପ ନିଆଯିବ। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଯେଉଁଭଳି ଢଙ୍ଗରେ ରାଜନୀତୀକରଣ କରାଯାଉଛି, ତାହା କେବଳ ମୋତେ ନୁହେଁ, ସାରା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ଯେଭଳି ଭାବରେ ଭିତ୍ତିହୀନ ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରାଯାଉଛି, ତାହା ଅତ୍ୟନ୍ତ ପରିତାପର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ମାମଲାର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦେବା ପରେ ପୋଲିସର ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ବିଚାର ବିଭାଗର ତତ୍ତ୍ବାବଧାନରେ କରାଯାଉଛି। ତେଣୁ ଏହି କେସ୍‌କୁ ନେଇ ରାଜନୀତି କରିବା, ଭିତ୍ତିହୀନ ଅଭିଯୋଗ ଆଣିବାର କ’ଣ ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି। ଆମେ ସମସ୍ତେ ଆମର ସ୍ବାଧୀନ ବିଚାର ବ୍ୟବସ୍ଥାକୁ ସମ୍ମାନ ଦେବା ସହ ଏହା ଉପରେ ଭରସା ରଖିବା ଉଚିତ। ଏହି କେସ୍‌ରେ ଯେଉଁ ଢଙ୍ଗରେ ରାଜନୈତିକ ଆଲୋଚନା କରାଯାଉଛି, ତାହା ଅତ୍ୟନ୍ତ ନିନ୍ଦାଜନକ। ଗୋଟିଏ ସମ୍ବେଦନଶୀଳ ଅପରାଧ ଉପରେ ରାଜନୀତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ବିରୋଧୀ ଦଳର କେତେକ ନେତା, ବିଶେଷକରି ରାଜ୍ୟ ଭାଜପା ନେତାମାନେ ରାଜ୍ୟ ପୋଲିସ ଉପରେ ଯେଭଳି ରୁଚିହୀନ ମନ୍ତବ୍ୟ ହେଉଛନ୍ତି, ତାହା ଚିନ୍ତାଜନକ। ଭାଜପାର ଏହି ଜଘନ୍ୟ ଘଟଣାର ରାଜନୀତୀକରଣ କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ। ଏହା ଓଡ଼ିଶା ପୋଲିସର ମନୋବଳକୁ ଦୁର୍ବଳ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅତୀତରେ ଏହିଭଳି ଦୁର୍ଭାଗ୍ୟଜନକ ମର୍ମନ୍ତୁଦ ଘଟଣା ସାମରିକ ବାହିନୀ ତଥା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ କାର୍ଯ୍ୟରତ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି। କିନ୍ତୁ କେବେ ବି ଏଥିପାଇଁ ପୂରା ସାମରିକ ବା ପୋଲିସ ବାହିନୀକୁ ନିନ୍ଦିତ କରିବାପାଇଁ ଉଦ୍ୟମ ହୋଇନାହିଁ। ଭାଜପା ଏହି ଘଟଣାରେ ରାଜ୍ୟ ପୋଲିସକୁ ନିନ୍ଦିତ କରିବା ସହ ଯୁବଶକ୍ତିର ଅପମାନ କରିଛି। ଓଡ଼ିଶାବାସୀ ଏଥିପାଇଁ କେବେ ବି କ୍ଷମା ଦେବେନାହିଁ। ଜଣେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଯୋଗୁ ସମଗ୍ର ପୋଲିସ ବାହିନୀକୁ ଅଯଥାରେ ଅପରାଧୀ ଆଖ୍ୟା ଦିଆଯାଇଛି। ଏହା ହେଉଛି ରାଜ୍ୟ ପୋଲିସ ଓ ଗୃହରକ୍ଷୀ ବାହିନୀରେ କାର୍ଯ୍ୟରତ ୯୦ ହଜାର ଓଡ଼ିଆ ଯୁବତୀ ଯୁବକ ଓ ସେମାନଙ୍କ ପରିବାର ପାଇଁ ଅପମାନ। ରାଜ୍ୟ ଶାସନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ନିନ୍ଦିତ କରିବା ଓ ଭୟଙ୍କର ଭାବରେ ଚିତ୍ରଣ କରିବାରୁ ବିରତ ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପରୋକ୍ଷରେ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଥିବା ଜଣେ ବ୍ୟକ୍ତି ଦାୟିତ୍ୱରେ ଥିବା ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ। ଓଡ଼ିଶା ସବୁବେଳେ ମହିଳାମାନଙ୍କୁ ସମ୍ମାନ ଜଣାଇଆସିଛି । ଏଭଳି ଲଜ୍ଜାଜନକ ଆଚରଣକୁ ଓଡ଼ିଶାବାସୀ କେବେ କ୍ଷମାଦେବେ ନାହିଁ । ଅପରାଧୀମାନଙ୍କୁ ଆଇନର କାଠଗଡ଼ାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା ମୋ ସରକାରର ଏକମାତ୍ର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…

ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri