Posted inଫୁରସତ

ହିରୋଶିମାକୁ ଧ୍ୱଂଶ କରି ଦେଇଥିଲା ‘ଲିଟ୍‌ଲ ବୟ’

ଠିକ୍‌ ୭୬ ବର୍ଷ ତଳେ ଆମେରିକା ଏହାର ପ୍ରଥମ ପରମାଣୁ ବୋମା ପକାଇଥିଲା ଜାପାନର ହିରୋଶିମାରେ। ଚାହୁଁଚାହୁଁ ଚାଲି ଯାଇଥିଲା ୭୦ରୁ ୮୦ ହଜାର ଲୋକଙ୍କ ଜୀବନ। ଏହାର ୩ ଦିନ ପରେ ନାଗାସାକିରେ ପଡ଼ିଥିଲା ଦ୍ୱିତୀୟ ପରମାଣୁ ବୋମା। ଏଥିସହ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ।

ହିରୋଶିମାରେ କ’ଣ ଘଟିଥିଲା

୧୯୪୫ ମସିହା ଅଗଷ୍ଟ ୬ ତାରିଖ ସକାଳ ୮ଟା ୧୫। ରାସ୍ତା ଚଳଚଞ୍ଚଳ ଥାଏ। ଛୁଆମାନେ ସ୍କୁଲରେ ଥାନ୍ତି। କର୍ମସ୍ଥଳରେ ପହଞ୍ଚି ସାରିଥାନ୍ତି କର୍ମଚାରୀ। ବି-୧୯ ବମ୍ବର ଏନୋଲା ଗେ ପକାଇଥିଲା ‘ଲିଟ୍‌ଲ ବୟ’ ନାମକ ପରମାଣୁ ବୋମା, ଯାହାକି ୨୦ ହଜାର ଟନ୍‌ର ବଳ ସହ ହିରୋଶିମାରେ ମାଡ଼ ହୋଇଥିଲା।

୧୯୪୬ର ୟୁଏସ୍‌ ଷ୍ଟ୍ରାଟେଜିକ ବମ୍ବିଂ ସର୍ଭେ ଅନୁଯାୟୀ, ବିସ୍ଫୋରଣରେ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସମାନ ସଂଖ୍ୟକ ଲୋକେ ଆହତ ହୋଇଥିଲେ। କିନ୍ତୁ ବିସ୍ଫୋରଣର ପ୍ରଭାବ ଦୀର୍ଘ ଦିନ ଧରି ରହିଥିଲା। ଏହାର ରେଡିଏଶନ କାରଣରୁ ହଜାର ହଜାର ଲୋକେ ପ୍ରାଣ ହରାଇଥିଲେ।

କାହିଁକି ପରମାଣୁ ବୋମା ପକାଇଲା ଆମେରିକା

ଆମେରିକା ଓ ତା’ର ସହଯୋଗୀ ଦେଶ ବ୍ରିଟେନ, ଚାଇନା ଓ ସୋଭିଏଟ୍‌ ୟୁନିଅନ ପ୍ରତି ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ସବୁଠୁ ବଡ଼ ଶତ୍ରୁ ଥିଲା ଜାପାନ। ୧୯୪୫ରେ ଯୁଦ୍ଧ ଶେଷ ହେବା ପରେ ଆମେରିକା ଓ ଜାପାନ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏହାର ମୁଖ୍ୟ କାରଣ ଥିଲା ଜାପାନ ସେନା ତୈଳରେ ଭରପୂର ଇଷ୍ଟ ଇଣ୍ଡିଜ ଅଞ୍ଚଳକୁ ଅଧିକାର କରିବାକୁ ନିଷ୍ପତ୍ତି ନେଇଥିଲା। ଆକ୍ରମଣ ସମ୍ପର୍କରେ ସେନା ଅଧିକାରୀମାନେ ଖୋଲାଖୋଲି ଭାବେ ଘୋଷଣା କରିଥିଲେ। ଏଣୁ ପରମାଣୁ ବୋମା ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆମେରିକାର ରାଷ୍ଟ୍ରପତି ହ୍ୟାରି ଟ୍ରୁମ୍ୟାନ। ଏହାପରେ ବାଧ୍ୟ ହୋଇ ଆମେରିକା ଆଗରେ ଆତ୍ମସମର୍ପଣ କରିଥିଲା ଜାପାନ।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri