Posted inଖେଳ

୧୦ ବର୍ଷ ପୂର୍ବେ ଆଜିର ଦିନରେ ଶେଷ ଆଇସିସି ଟାଇଟଲ ଜିତିଥିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୬: ଆଜିର ଦିନ ଅର୍ଥାତ୍‌ ୨୩ ଜୁନ ଭାରତୀୟ କ୍ରିକେଟ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଟିମ ଇଣ୍ଡିଆ ଏହାର ଶେଷ ଆଇସିସି ଟାଇଟଲ ଜିତିଥିଲା। ୧୦ ବର୍ଷ ପୂର୍ବେ ଆଜିର ଦିନରେ କେବଳ ଟିମ ଇଣ୍ଡିଆ ଏହାର ଶେଷ ଆଇସିସି ଟାଇଟଲ ଜିତିନାହିଁ, ମହେନ୍ଦ୍ର ସିଂ ଧୋନି ମଧ୍ୟ ଇତିହାସ ସୃଷ୍ଟି କରିଥିଲେ।

୨୦୧୩ ଜୁନ ୨୩ରେ ଭାରତ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଆଇସିସି ଚାମ୍ପିଅନ ଟ୍ରଫି ହାତେଇଥିଲା। ଅନ୍ୟପକ୍ଷରେ ଏମଏସ ଧୋନିଙ୍କ ନାମ ମଧ୍ୟ ଏକ ବିଶେଷ ରେକର୍ଡ ଥିଲା, ଯାହା ଆଜି ପର୍ଯ୍ୟନ୍ତ ଭାଙ୍ଗିନାହିଁ ଏବଂ ଏହାର ଭାଙ୍ଗିବା ପ୍ରାୟ ଅସମ୍ଭବ ଅଟେ। ବାସ୍ତବରେ, ୧୦ ବର୍ଷ ପୂର୍ବେ ଧୋନି ଆଇସିସିର ୩ଟି ଅଲଗା ଅଲଗା ଟାଇଟଲ ଜିତିବାର ଦୁନିଆର ପ୍ରଥମ ଅଧିନାୟକ ହୋଇଥିଲେ। ସେ ୨୦୧୩ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୦୭ ଟି -୨୦ବିଶ୍ୱକପ ଜିତିଥିଲେ।

ସୂଚନାଯୋଗ୍ୟ, ୨୦୧୩ ଚାମ୍ପିୟନ ଟ୍ରଫିର ଫାଇନାଲ ମ୍ୟାଚରେ ବର୍ଷା ହେତୁ ୨୦-୨୦ ଓଭର ପାଇଁ ଖେଳାଯାଇଥିଲା। ପ୍ରଥମ ଖେଳ ପରେ ଭାରତ ୨୦ ଓଭରରେ ୭ ଉଇକେଟ ପାଇଁ ମାତ୍ର ୧୨୯ ରନ ସଂଗ୍ରହ କରିଥିଲା। ୧୩୦ ରନର ଲକ୍ଷ୍ୟରେ ଇଂଲଣ୍ଡ ପ୍ରଥମରୁ ହିଁ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ୯ମ ଓଭରରେ ଇଂଲଣ୍ଡ ମାତ୍ର ୪୬ ସ୍କୋରରେ ଚାରିଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri