Posted inଫୁରସତ

ସେବା ଓ ସ୍ବଚ୍ଛତାର ପଥେ ପଥେ

ଚାଣକ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ଲେଖିଛନ୍ତି କୋଷ ମୂଲୋ ଦଣ୍ଡଃ । ଅର୍ଥାତ ଶାସନ ତନ୍ତ୍ର ଚଳାଇବା ପାଇଁ ଆର୍ଥିକ ସମ୍ବଳ ଅତ୍ୟାବଶ୍ୟକ । ଏହାର ସିଂହ ଭାଗ ଟିକସରୁ ଆସେ। ରାଜସ୍ବ ଆଦାୟ କ୍ଷେତ୍ରରେ ଦେଶ ପାଇଁ ଆୟକର ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତରେ ପ୍ରଥମ ଆୟକର ଆଇନ ୨୪ ଜୁଲାଇ ୧୮୬୦ରେ ପ୍ରଣୀତ ହୋଇଥିଲା । ସେହି କାରଣରୁ ୨୦୧୦ରୁ ଜୁଲାଇ ୨୪କୁ ସାରା ଦେଶରେ ଆୟକର ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସରେ ଆୟକରଦାତା ଓ ଜନସାଧାରଣଙ୍କୁ ଆୟକର ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଉଛି।
୨୦୨୧-୨୨ ବଜେଟରେ ଆୟକର ବିଭାଗ ଭାରତ ସରକାରଙ୍କ ମୋଟ ସମ୍ବଳ ସଂଗ୍ରହର ୨୭ ପ୍ରତିଶତ ଆଦାୟ କରିବ ବୋଲି ଲକ୍ଷ୍ୟ ରଖାଯାଇଛି।
ଏହା ପ୍ରାୟ ୧୧,୦୯,୦୦୦ କୋଟି ଟଙ୍କା। ଦେଶର ୫୪୦ଟି ସ୍ଥାନରେ ୭୪୫ ଆୟକର କାର୍ଯ୍ୟାଳୟରେ ପ୍ରାୟ ୪୬,୦୦୦ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ। ଓଡ଼ିଶାରେ ୨୩ଟି ସ୍ଥାନରେ ଥିବା ଆୟକର କାର୍ଯ୍ୟାଳୟରେ ପ୍ରାୟ ୧୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଦେଶରେ ଯେଉଁ ଆୟକର ଆଇନ ରହିଛି ତାହା ୧୯୬୧ରେ ପ୍ରବର୍ତ୍ତନ କରାଯାଇଥିଲା । ଏହି ଆଇନରେ ଅନେକ ଥର ସଂଶୋଧନ ଫଳରେ ଏହାର କଳେବର ଓ ଜଟିଳତା ବୃଦ୍ଧି ପାଇଛି। ଏହାର ସରଳୀକରଣ ଲକ୍ଷ୍ୟରେ ‘ପ୍ରତ୍ୟକ୍ଷ କର କୋଡ୍‌’ ଆଣିବା ପାଇଁଁ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ଆୟକର ସଂଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ଶୁଭ ଲକ୍ଷଣ। ମାତ୍ର କୋଭିଡ ମହାମାରୀ ଦେଶର ଅର୍ଥ ବ୍ୟବସ୍ଥାକୁ ବହୁ ପରିମାଣରେ କ୍ଷତି ପହଞ୍ଚାଇଛି। ଫଳରେ ପ୍ରତ୍ୟକ୍ଷକର ସଂଗ୍ରହ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି ।
ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଆୟକର ରିଟର୍ନ ଦାଖଲକାରୀଙ୍କ ସଂଖ୍ୟା ଓ ଆୟକର ସଂଗ୍ରହ ପରିମାଣରେ ଉଲ୍ଲେଖଯୋଗ୍ୟ ଅଭିବୃଦ୍ଧି ହୋଇଛି । ଏବେ ଆମ ରାଜ୍ୟରେ ଆୟକର ରିଟର୍ନ ଦାଖଲକାରୀଙ୍କ ସଂଖ୍ୟା ୧୩ ଲକ୍ଷରୁ ଅଧିକ। ବିଗତ ଦଶବର୍ଷ ମଧ୍ୟରେ ଆୟକର ବିଭାଗରେ ବୈପ୍ଳବିକ ପରିବର୍ତ୍ତନ ସଂଗଠିତ ହୋଇଛି । ଆୟକର ପ୍ରଦାନ ଓ ରିଟର୍ନ ଦାଖଲ ପ୍ରକ୍ରିୟାକୁ ସହଜ ଓ ସରଳ କରିବାପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଏହି ବିଭାଗର ଭାବମୂର୍ତ୍ତି ପରିବର୍ତ୍ତନ କରି ଏହାକୁ ‘ଏକ ସେବା ପ୍ରଦାନକାରୀ କରଦାତା ବନ୍ଧୁ’ ବିଭାଗରେ ପରିଣତ କରିବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। କରଦାତାଙ୍କ ସୁବିଧା ପାଇଁ ଆୟକର ରିଟର୍ନ ଦାଖଲ ପ୍ରକ୍ରିୟାକୁ ସଂପୂର୍ଣ୍ଣ ରୂପେ କମ୍ପ୍ୟୁଟରୀକରଣ କରାଯାଇଛି । ଅତି କମ୍‌ ସମୟରେ ରିଟର୍ନ ପ୍ରୋସେସିଂ, ତ୍ୱରିତ ରିଫଣ୍ଡ, ଟିଡିଏସ ରିଟର୍ନ ପ୍ରୋସେସିଂ ପାଇଁ କେନ୍ଦ୍ରୀୟ ପ୍ରୋସେସିଂ କେନ୍ଦ୍ର, ଆୟକର ରିଟର୍ନ ଓ ଆୟକର ଟିଡିଏସ ରିଟର୍ନ ପାଇଁ ବାଧ୍ୟତାମୂଳକ ଇ- ଫାଇଲିଂ ସହ ‘ଇ ଆସେସମେଣ୍ଟ’ ପ୍ରଣାଳୀ କାର୍ଯ୍ୟକାରୀ ହୋଇଛି । ଅପିଲ ଦାଖଲ ପାଇଁ ଏବେ ‘ଇ ଫାଇଲିଂ’, ଇ ହିଅରିଂ ସହ ବିଭାଗକୁ ଦୁର୍ନୀତିମୁକ୍ତ, ସ୍ବଚ୍ଛ ଓ କରଦାତା ସେବା ପରାୟଣ ଭାବେ ରୂପାନ୍ତରିତ କରାଯାଇଛି। କରଦାତାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆୟକର ସହାୟତା କେନ୍ଦ୍ର, ‘ଇ ନିର୍ବାଣ’ ‘ସମ୍ମାନ ଯୋଜନା’ ଭଳି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri