Posted inଜାତୀୟ

କାର୍ଯ୍ୟକାଳର ଶେଷ ଦିନରେ ଭାବୁକ ହେଲେ ଚନ୍ଦ୍ରଚୂଡ, କହିଲେ କ୍ଷମା କରିବେ…

ନୂଆଦିଲ୍ଲୀ,୮।୧୧: ଆଜି ଅବସର ନେଉଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଶେଷ ଦିନରେ ସେ କିଛି ବିଶେଷ ବାର୍ତ୍ତା ଦେଇଛନ୍ତି। ନିଜ କାର୍ଯ୍ୟକାଳର ଅନ୍ତିମ ଦିନରେ ଔପଚାରିକ ପୀଠରୁ ସାରା ବିଶ୍ୱ ଦେଶ ପାଇଁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆଜି ଶେଷ ଦିନରେ ଅନୁଭବ କରୁଛି ଯେ ମୁଁ ଆଉ ମୁଖ୍ୟ ବିଚାରପତି ନାହିଁ। କାଲିଠାରୁ ମୁଁ ଆଉ ନ୍ୟାୟ ଦେଇପାରିବି ନାହିଁ। କିନ୍ତୁ ଏତିକିରେ ସନ୍ତୁଷ୍ଟ ଅଛି।

ସେ ଆହୁରି କହିଛନ୍ତି, ଯେତେବେଳେ ମୋ ରେଜିଷ୍ଟାର ନ୍ୟାୟିକ ମୋତେ ପଚାରିଲେ କି, ବିଦାୟ କାଳୀନ ସମାରୋହ କେତେବେଳେ ଅନୁଷ୍ଠିତ ହେବ? ଏହାର ଉତ୍ତରରେ ମୁଁ କହିଥିଲି,ଦ୍ୱିପ୍ରହର ୨ଟାବେଳେ। କାରଣ ମୋତେ ଏହି ସମୟ ଯାଏଁ ଅନେକ ଲମ୍ବିତ ମାମଲା ଉପରେ ରାୟ ଦେବାର ଥିଲା। କିନ୍ତୁ ପରେ ଭାବୁଥିଲି, କ’ଣ ଦିନ ୨ଟା ଯାଏ କେହି ରହିଥିବେ? ନା ମୁଁ ଏକା ରହିବି।

‘ମିଚ୍ଛାମି ଦୁଖଦମ୍‌’ ଉଦ୍ଧୃତ କରି ସେ କହିଛନ୍ତି ଯେ, ଯଦି ମୁଁ କୋର୍ଟରେ କାହାକୁ ଅପମାନିତ କରିଥିବି, ଦୟାକରି ମୋତେ ଏଥିପାଇଁ କ୍ଷମା କରଦେବେ। ମିଚ୍ଛାମି ଦୁଖଦମର ଅର୍ଥ ହେଉଛି ମୋର ସମସ୍ତ ଭୁଲ କ୍ଷମା କରାଯାଉ। ତେବେ ଶେଷ ମୁହୁର୍ତ୍ତରେ ଆଇନଜୀବୀ ତଥା ବାର୍‌ ସଦସ୍ୟମାନେ ଏକତ୍ରିତ ହୋଇ ପ୍ରଧାନ ବିଚାରପତିଙ୍କୁ ନ୍ୟାୟପାଳିକାର “ରକ ଷ୍ଟାର୍‌” ବୋଲି କହିଥିଲେ।

ସୂଚନାଥାଉ କି, ନଭେମ୍ବର ୧୧ରେ ଚନ୍ଦ୍ରଚୂଡଙ୍କ ଉତ୍ତରାଧିକାରୀ ତଥା ଭାରତର ୫୧ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଶପଥ ନେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri