ରାଜାଙ୍କ ଘୋଡ଼ା ଓ ସନ୍ନ୍ୟାସୀଙ୍କ ଦାଢ଼ି

ହହୁ ପୁରାକାଳରେ ଜଣେ ରାଜା ଥତ୍ଲେ ଯେ ତାଙ୍କ ପ୍ରତିଷ୍ଠା, ପ୍ରତିପତ୍ତି ଓ ପ୍ରତାପ ପରାକ୍ରମରେ ଖଣ୍ଡମଣ୍ଡଳ ଥରହର ହେଉଥତ୍ଲା। ଦିନେ ରାଜା ଘୋଡ଼ାରେ ବସି ରାଜ୍ୟ ପରିକ୍ରମା କରୁଥତ୍ଲା ବେଳେ ଦେଖତ୍ଲେ ଜଣେ ସନ୍ନ୍ୟାସୀଙ୍କୁ। କେଇଜଣ ଶିଷ୍ୟ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ କିଛି ଭଲକଥା ଶୁଣାଉଥତ୍ବା ସନ୍ନ୍ୟାସୀଙ୍କୁ ଦେଖତ୍ ରାଜାଙ୍କ ମନରେ ପ୍ରଶ୍ନଟିଏ ଉଙ୍କିମାରିଲା। ସେ ଘୋଡ଼ାରୁ ଓହ୍ଲାଇ ସନ୍ନ୍ୟାସୀଙ୍କ ନିକଟକୁ ଗଲେ ଓ ପଚାରିଲେ- ତୁମର ସେଇ ଦାଢ଼ି ଓ ମୋର ଏହି ଘୋଡ଼ା ମଧ୍ୟରେ କିଏ ବଡ଼ ସନ୍ନ୍ୟାସୀ!
ସନ୍ନ୍ୟାସୀ ଉତ୍ତରଦେଲେ- ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଏବେ ମୁଁ ସମ୍ପୂର୍ଣ୍ଣ ଅକ୍ଷମ ରାଜା। ତେବେ କଥା ଦେଉଛି, ଦିନେ ନା ଦିନେ ମୁଁ ଏହାର ଉତ୍ତର ଦେବି। ଉତ୍ତର ନ ଦେଇ ମୁଁ ଏ ଦୁନିଆ ଛାଡ଼ି ଯିବି ନାହିଁ। ସନ୍ନ୍ୟାସୀଙ୍କ ଉତ୍ତର ପ୍ରତି ଅବଜ୍ଞାଭାବ ଫିଙ୍ଗି ରାଜା ଫେରିଗଲେ ଘୋଡ଼ା ଚଢ଼ି। ବର୍ଷ ପରେ ବର୍ଷ ବିତିଗଲା। ନିଜ ଅସି ଓ ଅଶ୍ୱଶକ୍ତିର ପ୍ରଭାବରେ ଦିଗ୍‍ବିଜୟୀ ବୀରର ପ୍ରତିଷ୍ଠା ପାଇଲେ ରାଜା। ବାର୍ଦ୍ଧକ୍ୟବେଳେ ଅଚାନକ ସନ୍ନ୍ୟାସୀଙ୍କ ଆଶ୍ରମରୁ ପତ୍ରଟିଏ ପହଞ୍ଚତ୍ଲା ରାଜ ଦରବାରରେ। କାଳ ବିଳମ୍ବ ନ କରି ତାଙ୍କ ଆଶ୍ରମରେ ପହଞ୍ଚତ୍ବାକୁ ଚିଠିରେ ନିବେଦନ କରିଥତ୍ଲେ ସନ୍ନ୍ୟାସୀ।
ରାଜା ମନରେ ଉତ୍ସୁକତା ଭରି ସନ୍ନ୍ୟାସୀଙ୍କ ଆଶ୍ରମରେ ପହଞ୍ଚତ୍ଲାମାତ୍ରେ ସନ୍ନ୍ୟାସୀ କହିଲେ- ଆଜକୁ ପଚିଶବର୍ଷ ତଳେ ମୋତେ ପଚାରିଥତ୍ବା ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କୁ ଡକାଇଲି। ଅସାଧାରଣ ରାଜକୀୟ ପ୍ରତିଷ୍ଠାର ପ୍ରତୀକ ତୁମ ବଳବାନ୍‍ ଓ ବେଗବାନ୍‍ ଘୋଡ଼ାର ସମକକ୍ଷ ହେବା ପାଇଁ ସେଦିନ ସାଧାରଣ ମଣିଷତ୍ୱର ସନ୍ତକ ମୋର ଏହି ଅଯତ୍ନବର୍ଦ୍ଧିତ ଦାଢ଼ିର ସାମର୍ଥ୍ୟ ନ ଥତ୍ଲା। ସେଥତ୍ପାଇଁ ଉଭୟ ରାଜାଙ୍କ ଘୋଡ଼ା ଓ ମୋ ଦାଢ଼ିକୁ ନିଜ ନିଜ ସ୍ରୋତରେ ଭାସିଯିବା ପାଇଁ ମୁଁ ସମୟ ମାଗିଥତ୍ଲି। ଆପଣଙ୍କୁ ଦିଗ୍‍ବିଜୟୀ ହେବାକୁ ଛାଡ଼ିଦେଇ ମୁଁ ମଣିଷଟିଏ ହେବାର ଚେଷ୍ଟାରେ ଜୀବନ ବିତାଇଦେଲି। ଆଜି ମୋର ଶେଷ ସମୟ ଉପନୀତ ହୋଇଥତ୍ବାରୁ ମୁଁ ନିଃସନ୍ଦେହରେ କହିପାରେ ଯେ ଆପଣଙ୍କ ଘୋଡ଼ା ଅପେକ୍ଷା ମୋ ଦାଢ଼ି ବଡ଼। କହିବାବାହୁଲ୍ୟ, ରାଜପଣର ଔଜ୍ଜ୍ୱଲ୍ୟ ତୁଳନାରେ ମଣିଷପଣିଆର ଅନୁଜ୍ଜ୍ୱଳ ଆଲୋକକୁ ମହାନ୍‍ ପ୍ରତିପାଦିତ କରିଥତ୍ବା ସେଇ ସନ୍ନ୍ୟାସୀ ସଙ୍ଗେ ସଙ୍ଗେ ଆଖତ୍ ବୁଜିଦେଲେ।
ବହୁ ପୁରୁଣା ଯୁଗର ଆଭାସଧର୍ମୀ କାହାଣୀଟିଏ ୟେ। କ୍ଷମତା, ଅର୍ଥବଳ ଓ ବାହୁବଳ ତୁଳନାରେ ସଦାକାଳେ ମଣିଷପଣିଆର ଜୟ ଜୟକାର କରୁଥତ୍ବା ଆମ ସଂସ୍କାର ଓ ସଂସ୍କୃତିର ସଂବେଦ୍ୟ ସଙ୍କେତଟିଏ। ମଣିଷର ଚିତ୍ର ଓ ଚରିତ୍ର ଉତ୍ତୋଳିତ ହେଉଥତ୍ବା ଆମ ସମାଜ ଦର୍ପଣରେ ମୂଲ୍ୟବୋଧର ବାସ୍ତବ ପ୍ରତିଫଳନଟିଏ। ଅଥଚ ସମୟର ନବ୍ୟସ୍ବର ମଧ୍ୟରେ ମଣିଷର ସଂଜ୍ଞା କେତେ ବଦଳିଯାଇଛି ଏହା ମଧ୍ୟରେ। ତା ସହିତ କେଡ଼େ ଦ୍ରୁତ ଗତିରେ ରଙ୍ଗ ବଦଳାଇ ଚାଲିଛି ଏ ସମୟର ସମାଜ! ପ୍ରଗତିଶୀଳ ଆଧୁନିକ ଜୀବନଯାତ୍ରାର ଯାବତୀୟ ଆହ୍ବାନ ସହ ତାଳଦେଇ ଏଠାରେ ରାଜା ଓ ତାଙ୍କ ଘୋଡ଼ାମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯୁଗର ଆବଶ୍ୟକତାକୁ ଚାହିଁ ଯେମିତି ବଢ଼ି ବଢ଼ି ଚାଲିଛି ବହୁବିଧ ବୈଜ୍ଞାନିକ ଉଦ୍ଭାବନ, ସେମିତି ବି ବଢ଼ି ବଢ଼ି ଚାଲିଛନ୍ତି କୁଶଳୀ ବୈଜ୍ଞାନିକ, କ୍ଷମତାଶାଳୀ ପ୍ରଶାସକ ଓ ରାଜନେତା। କେବଳ ଯାହା ସେହି ଅନୁପାତରେ କମିଚାଲିଛି ସନ୍ନ୍ୟାସୀଙ୍କ ଦାଢ଼ି। ଅବଲୁପ୍ତ ହେବାରେ ଲାଗିଛି ମଣିଷର ଅନ୍ତର୍ନିହିତ ମଣିଷତ୍ୱ। କାହାଣୀର ସେଇ ସନ୍ନ୍ୟାସୀଙ୍କ ପରି ଗୋଟିଏ ଜୀବନକାଳ ତ ଦୂରର କଥା, ମଣିଷତ୍ୱର ଉନ୍ମେଷ ପାଇଁ ଗୋଟିଏ ମୁହୂର୍ତ୍ତ ବି ବ୍ୟୟ କରିବାକୁ ସମୟ ନାହିଁ କାହାର! ବାସ୍‍, ସମୟ, ସୁଯୋଗ ଓ ସାମର୍ଥ୍ୟର ସଦ୍‍ବ୍ୟବହାର କରି ନେତା ହୁଅ କି ପ୍ରଶାସକ, ଡାକ୍ତର ହୁଅ କି ଇଞ୍ଜିନିୟର ଓ ଏ ସବୁ ହୋଇ ନ ପାରିଲେ ବେପାରୀ ହୁଅ କି ଶିକାରୀ; ଯାହା ବି ହୁଅ, ମଣିଷ ହୋଇ କି ଲାଭ ଯେ!
ପ୍ରକୃତରେ ମଣିଷ ମଧ୍ୟରୁ ମଣିଷତ୍ୱ ଟିକକ ବାଦ୍‍ ଦେଲେ ଆଉ ଯାହା ରହିଲା, ତାର ନାମ ମଣିଷ ନ ହୋଇ ଆଉ କିଛି ହୁଅନ୍ତା ସିନା, ମଣିଷଙ୍କ ବିଶାଳ ଭିଡ଼ ଭିତରୁ ମଣିଷତ୍ୱ ଥତ୍ବା ମଣିଷଟିଏ ଖୋଜୁଥତ୍ବା ମୁମ୍ବାଇ ସହରତଳି ଅଞ୍ଚଳର ସେଇ ଝିଅଟି ଅବା ଭୁବନେଶ୍ୱରର ସେଇ ଆହତ ବୃଦ୍ଧ ଜଣକ ଆଉ ପ୍ରତାରିତ ହୋଇ ନ ଥାନ୍ତେ! ହଁ, ମଣିଷତ୍ୱର ଗୁରୁତର ମରୁଡ଼ି ପଡ଼ିଥତ୍ବା ଇଲାକାରେ ବ୍ୟାକୁଳ ଭାବେ ମାନବିକତାର ଅପେକ୍ଷା ରଖୁଥତ୍ବା ସେଇ ଦୁହିଁଙ୍କ ଦୁଃଖଦ କାହାଣୀ ସମଗ୍ର ମାନବ ସମାଜ ପାଇଁ ଯେତିକି ଚିନ୍ତାଜନକ, ସେତିକି ବେଦନାଦାୟକ।
ବଡ଼ ଲୋମହର୍ଷଣକାରୀ ଥତ୍ଲା ମୁମ୍ବାଇ ମହାନଗରୀର ଏକ ବସ୍ତି ଅଞ୍ଚଳର ସେଇ ଦୃଶ୍ୟ। ଏକ ଛୋଟ ବଜାରର ମଧ୍ୟସ୍ଥଳରେ ଜଣେ ଦୁର୍ଦ୍ଦାନ୍ତ ଯୁବକ ଚୁଟି ଝିଙ୍କି ଅତ୍ୟନ୍ତ ନିର୍ମମ ଭାବେ ଜଣେ ଯୁବତୀଙ୍କୁ ନିର୍ଯାତନା ଦେଇ ଚାଲିଥତ୍ଲା। ପଥଚାରୀ ଏବଂ ଗାଡ଼ିମୋଟରରେ ଯାଉଥତ୍ବା ଲୋକେ କିଛି କ୍ଷଣ ପାଇଁ ଦୃଶ୍ୟଟିକୁ ଦେଖୁଥତ୍ଲେ ଓ ଯିଏ ଯା ବାଟରେ ଚାଲିଯାଉଥତ୍ଲେ। ଆଉ ଥୋକେ ନିଜ ନିଜ ମୋବାଇଲରେ ଫଟୋ ଉଠାଉଥତ୍ଲେ। କୁହାଯାଉଥତ୍ଲା ଯେ, ଯୁବତୀଟି ସେଇ ଯୁବକର ଅଧା ପ୍ରେମିକା ଓ ଅଧା ପନତ୍ୀ ଥତ୍ଲା। ଯୁବତୀଟି ଭିନ୍ନ ସମ୍ପ୍ରଦାୟର ହୋଇଥତ୍ବାରୁ ବିବାହ ପୂର୍ବରୁ ତାକୁ ନିଜ ସମ୍ପ୍ରଦାୟକୁ ଆଣିବାକୁ ଯୁବକ ଜଣକ ବହୁ ଚେଷ୍ଟା କରି ବିଫଳ ହେଲା ପରେ ସେଦିନ ତାକୁ ଜୋରଜବରଦସ୍ତ ଅପହରଣ କରିନେଉଥତ୍ଲା। ଆଖତ୍ ସାମ୍ନାରେ ଘଟୁଥତ୍ବା ଏହି ଅତ୍ୟାଚାରରୁ ଅପରାଧୀକୁ କାବୁ କରିବା ପାଇଁ ଘଟଣା ସମ୍ପର୍କରେ ପୋଲିସକୁ ଫୋନ୍‍ କରିବା ଲାଗି କାହାର ସାମାନ୍ୟ ଉଦ୍ୟମ ନ ଥତ୍ଲା।
ମୁଁ ଓ ମୋର ଭଳି ଏକ ବିଚିତ୍ର ଘୋଡ଼ାରେ ସବାର ହୋଇ ଦୌଡ଼ିଚାଲିଛି ମଣିଷ। ଯେ ପର୍ଯ୍ୟନ୍ତ ମୁଁ ଠିକ୍‍ ଅଛି, ମୋର କିଛି ହୋଇନାହିଁ, ସେଯାଏଁ ପାଖ ମଣିଷର ସମସ୍ୟା ପ୍ରତି ଆଖତ୍ କାନ ବନ୍ଦ ରଖତ୍ବାକୁ ଏକ ସଫଳ ଜୀବନର ମୂଳମନ୍ତ୍ର ମଣୁଛନ୍ତି ସଭିଏଁ! ସତରେ ମୁଁରେ କଣ ସରିଯାଏ ଜୀବନ? ଜନ୍ମର ଆଦ୍ୟ ଅଧ୍ୟାୟଠୁଁ ମୃତ୍ୟୁର ଶେଷପର୍ବ ପର୍ଯ୍ୟନ୍ତ ଅନ୍ୟ କେହି କଣ ଲୋଡ଼ା ପଡ଼ନ୍ତିନି ଏଇ ମୁଁ ପାଇଁ?
ଭୁବନେଶ୍ୱରର ଆଉ ଏକ ଘଟଣା। କେଇଦିନ ତଳେ ଏଇ ନଗରୀର ଏକ ଗଳି ରାସ୍ତାରେ ଜଣେ ଉଦ୍‍ଭ୍ରାନ୍ତ ତରୁଣ ବେପରୁଆ ସ୍କୁଟି ଚାଳନା କରି ଜଣେ ବୟସ୍କ ପଥଚାରୀଙ୍କୁ ଧକ୍କା ଦେଲା। ବୟସ୍କ ଜଣକ ତଳେ ପଡ଼ି ରକ୍ତାକ୍ତ ଶରୀର ନେଇ ତୀବ୍ର ଯନ୍ତ୍ରଣାରେ ଛଟପଟ ହେଉଥତ୍ବା ବେଳେ ମୋବାଇଲମନସ୍କ ତରୁଣଟି ଟିକିଏ ଅଟକିଗଲା ଓ ଚାରିଆଡ଼କୁ ଟିକେ ଚାହିଁଲା ପରେ ଦ୍ରୁତଗତିରେ ସେଠାରୁ ନିଷ୍କ୍ରାନ୍ତ ହୋଇଗଲା। ଅସହାୟ ବୃଦ୍ଧ ଜଣକ ସାହାଯ୍ୟ ଆଶାରେ ଚାରିଆଡ଼କୁ ଚାହୁଁଥତ୍ବା ବେଳେ ସେଇ ରାସ୍ତା ଦେଇ ସରକାରୀ କାରଟିଏ ଯାଇଥତ୍ଲା। କାର ଡ୍ରାଇଭର ରାସ୍ତାଧାରରେ ପଡ଼ିଥତ୍ବା ଆହତ ବୃଦ୍ଧଙ୍କୁ ଦେଖତ୍ ଗାଡ଼ିର ବେଗ କମାଇବାକୁ ଯାଉଥତ୍ବା ବେଳେ କାରରେ ସବାର ସରକାରୀ ବାବୁ ଆଗକୁ ବଢ଼ିବାକୁ ନିର୍ଦ୍ଦେଶ ଦେଲେ। ଶେଷରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଆଣିଥତ୍ଲା ଜଣେ ଟ୍ରଲି ରିକ୍ସାଚାଳକ!
କଠିନ ପରିଶ୍ରମ କରି ଢୋକେ ପିଇ ଦଣ୍ଡେ ଜିଉଁଥତ୍ବା ରିକ୍ସାଚାଳକଟି ତାର ଏହି ମହତ କାର୍ଯ୍ୟ ପାଇଁ କାହାଠୁ ସାବାସି ପାଇବାକୁ ଅପେକ୍ଷା କରି ନ ଥତ୍ବ ନିଶ୍ଚୟ। ମଣିଷଟିଏ ମଣିଷ ବୋଲାଇବାକୁ ଆଉ ଅଧତ୍କ କଣ ଲୋଡ଼ା ଯେ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri