ପ୍ରଥମ ଦିନରେ ସୂର୍ଯ୍ୟମନ୍ଦିର ବୁଲିଲେ ୫୦୨

କୋଣାର୍କ,୩।୮(ଡି.ଏନ୍‌.ଏ.): ଦୀର୍ଘଦିନ ପରେ କଟକଣା ମଧ୍ୟରେ ସୋମବାର କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିଛି। ସକାଳ ୬ଟାରୁ ମନ୍ଦିର ମୁଖ୍ୟଦ୍ୱାର ତାଲା ଫିଟାଯାଇଥିଲା। ପ୍ରଥମ ଦିନରେ ୫୦୨ଜଣ ପର୍ଯ୍ୟଟକ ଅନ୍‌ଲାଇନରେ ଟିକେଟ ବୁକିଂ କରି ସୂର୍ଯ୍ୟମନ୍ଦିର ବୁଲିଥିଲେ। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ମନ୍ଦିର ଖୋଲାଯାଇଛି। ସୋମବାର ଖୋଲିବା ଜାଣି ପର୍ଯ୍ୟଟକମାନେ ଅନ୍‌ଲାଇନରେ ଟିକେଟ ବୁକିଂ କରି ଆସିଥିଲେ। ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଏଏସ୍‌ଆଇର ଏକ ବୋର୍ଡ ଲଗାଯାଇଛି। ଏହି ବୋର୍ଡରେ ରହିଥିବା କ୍ୟୁଆର କୋର୍ଡକୁ ସ୍ମାର୍ଟଫୋନରେ ସ୍କାନ କରିବାକୁ ପଡ଼ିବ। ସ୍କାନ କଲେ ୟୁପିଆଇରେ ୩୫ଟଙ୍କା ବ୍ୟାଙ୍କ ବାଲାନ୍ସରୁ କଟିବ। ଏହାପରେ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ କରିବେ। ପ୍ରବେଶ ପଥରେ ନିୟୋଜିତ ସୁରକ୍ଷା କର୍ମୀ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ୍‌ କରି ଭିତରକୁ ଛାଡ଼ିବେ। ମନ୍ଦିର ବୁଲିବା ପାଇଁ ହେଲେ ପର୍ଯ୍ୟଟକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦୈନିକ ୨ ହଜାର ପର୍ଯ୍ୟଟକ ଅନ୍‌ଲାଇନରେ ଟିକେଟ ବୁକିଂ କରି ମନ୍ଦିର ପ୍ରବେଶ କରିବେ। ପରେ ଅଫ୍‌ଲାଇନରେ ଟିକେଟ କାଟିପାରିବେ ବୋଲି ସଂରକ୍ଷଣ ଅଧିକାରୀ ନିରଜ ସିଂ କହିଛନ୍ତି। ତେବେ ମନ୍ଦିର ଖୋଲାଯାଇଥିବା ବେଳେ ମନ୍ଦିର ଭିତରକୁ ଗାଇଡ୍‌, ଫଟୋଗ୍ରାଫର, ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ବାରଣ କରାଯାଇଛି। ସୂଚନା ଥାଉକି, କରୋନା ବିପତି ସମୟରେ ଲକ୍‌ଡାଉନ ଯୋଗୁ ଏପ୍ରିଲ ୧୬ତାରିଖରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri