Posted inଖେଳ

୪ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ, ଶୁଖିଲା ରୁଟି ଖାଇ ୫୪୬ ରନର ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌

ମାତ୍ର ୧୪ ବର୍ଷ ବୟସରେ ଲଗାତର ୨ ଦିନ ବ୍ୟାଟିଂ, ୮୫ ଚୌକା ଏବଂ ୫ ଛକା ସହାୟତାରେ ୩୩୦ ବଲରେ ୫୪୬ ରନ କରିବା କାହା ପାଇଁ ସହଜ ନୁହେଁ। କିନ୍ତୁ ଏଭଳି କାରନାମା କରି ଦେଖାଇଥିଲେ ଭାରତୀୟ ଷ୍ଟାର୍‌ ଖେଳାଳି ପୃଥ୍ବୀ ଶ’। ମାତ୍ର ୪ ବର୍ଷ ବୟସରୁ ମା’ଙ୍କୁ ହରାଇଥିବା ଶ’ ବାପାଙ୍କ ତତ୍ତ୍ୱାବଧାନରେ ଏକାକୀ ବଢିଥିଲେ। ଆଜି ହେଉଛି ଶ’ଙ୍କ ଜନ୍ମଦିନ। ୧୯୯୯, ନଭେମ୍ବର ୯ରେ ମହାରାଷ୍ଟ୍ରର ଥାନେରେ ଜନ୍ମଗ୍ରହଣ କରିଥିଲେ। ତେବେ ଶ’ ମୂଳତଃ ବିହାରର। କିନ୍ତୁ ଜନ୍ମ ପୂର୍ବରୁ ତାଙ୍କ ପିତା ମହାରାଷ୍ଟ୍ର ଆସିଥିଲେ।
ଶ’ଙ୍କ ପିଲାଦିନ ଭିରାରରେ ଅତିବାହିତ ହୋଇଥିଲା। ସେ ୩ ବର୍ଷ ବୟସରେ ଘରେ ପ୍ଲାଷ୍ଟିକ ବଲ ଖେଳିବା ଆରମ୍ଭ କରିଥିଲେ। କ୍ରିକେଟ୍‌ ଖେଲି ପ୍ରଥମେ ଘରର ଟିଭି, ତା’ପରେ ଲୋକଙ୍କ ଝରକା ଗ୍ଲାସ ଭାଙ୍ଗିଦେଇଥିଲେ। ଏଥି ସହିତ ପିତା ଶ’ଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ କ୍ରିକେଟ ଏକାଡେମୀରେ ରଖିଥିଲେ। କିନ୍ତୁ ଏକାଡେମୀ ବାନ୍ଦ୍ରାରେ ଥିଲା।ସେ ପ୍ରତିଦିନ ଭିରାରରୁ ବାନ୍ଦ୍ରା ପ୍ରଶିକ୍ଷଣକୁ ଯାଉଥିଲେ। ଏଥିପାଇଁ ବାପା ପଙ୍କଜ ସକାଳ ୪ଟାରେ ଶ’ଙ୍କୁ ଉଠାଉଥିଲେ।
ଶ’ଙ୍କ ବାପାଙ୍କର ଏକ ପୋଷାକ ଦୋକାନ ଥିଲା। କିନ୍ତୁ କ୍ରିକେଟରେ ପୁଅର କ୍ୟାରିୟର କରିବା ପାଇଁ ସେ ଦୋକାନ ବିକ୍ରି କରିଥିଲେ। ଶ’ ମଧ୍ୟ ଅଳ୍ପ ବୟସରେ ପିତାଙ୍କ ଏହି ବଳିଦାନକୁ ବୁଝିିଥିଲେ। ତେଣୁ, ଯେଉଁ ବୟସରେ ପିଲାମାନେ ନିଜ ପରିବାର ସହିତ ବୁଲୁଥିଲେ, ଶ’ କେବଳ କ୍ରିକେଟ ବିଷୟରେ ଚିନ୍ତା କରୁଥିଲେ। ଏହି ସମୟରେ ସେ ଅନେକ ଉତ୍ଥାନ-ପତନ ଦେଖିଲେ। କିନ୍ତୁ ପ୍ରତ୍ୟେକ ସଂଘର୍ଷ ସହିତ କ୍ରିକେଟର ହେବାର ସ୍ବପ୍ନ ଅଧିକ ଶକ୍ତିଶାଳୀ ହେଲା।
ଶ’ ପ୍ରଥମେ ୨୦୧୩ରେ ଚର୍ଚ୍ଚାକୁରେ ଆସିଥିଲେ। ସେ ହ୍ୟାରିସ ସିଲ୍ଡ ଟୁର୍ନାମେଣ୍ଟରେ ରିଜଭି ସ୍ପ୍ରିଙ୍ଗଫିଲ୍ଡ ସ୍କୁଲ ପାଇଁ ଖେଳିଥିଲେ, ସେ ସେଣ୍ଟ ଫ୍ରାନ୍ସିସ ସ୍କୁଲ ବିପକ୍ଷରେ ୩୩୦ ବଲରେ ୫୪୬ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ସେ ରୁଟି ସାଙ୍ଗକୁ ଲୁହ ଖାଇ ଘରୁ ଆସିଥିଲେ। ଏହି ଇନିଂସ ପରେ ସଚିନ ତେନ୍ଦୁଲକର ମଧ୍ୟ ଶ’ଙ୍କ ପ୍ରଶଂସକ ହୋଇ ତାଙ୍କୁ ଏକ ବ୍ୟାଟ ଉପହାର ଦେଇଥିଲେ।
୨୦୧୬ରେ ଶ’ ଭାରତର ଅଣ୍ଡର -୧୯ ଦଳରେ ସ୍ଥାନ ପାଇଥିଲେ। ଏହି ଦଳ ଶ୍ରୀଲଙ୍କାରେ ଏସିଆ କପ ଜିତିଥିଲା। ଦୁଇମାସ ପରେ ସେ ତାମିଲନାଡୁ ବିପକ୍ଷ ସେମିଫାଇନାଲରେ ମୁମ୍ବାଇ ପାଇଁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ ଏବଂ ଦ୍ୱିତୀୟ ଇନିଂସରେ ଏକ ଶତକ ହାସଲ କରି ତାଙ୍କ ଦଳକୁ ବିଜୟ ଆଡକୁ ନେଇଥିଲେ। ୨ ବର୍ଷ ପରେ ଶ’ଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର -୧୯ ବିଶ୍ୱକପ ଜିତିଲା। ସେହିଭଳି ଟୁର୍ନାମେଣ୍ଟରେ ତାଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଆଇପିଏଲ ନିଲାମରେ ୧.୨ କୋଟି ମୂଲ୍ୟରେ କିଣିଥିଲେ। ସେବେଠାରୁ ସେ ପଛକୁ ଚାହିଁ ନାହିଁ।
ସେ ୨୦୧୮ ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଲେ ଏବଂ ପ୍ରଥମ ମ୍ୟାଚରେ ଶ’ ଏକ ଶତକ ହାସଲ କରିଥିଲେ। ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରିଥିବା ସେ ସର୍ବକନିଷ୍ଠ ଭାରତୀୟ ହୋଇଥିଲେ। ସେତେବେଳେ ତାଙ୍କୁ ୧୮ ବର୍ଷ ୩୨୯ ଦିନ ହୋଇଥିଲା। ଉଲ୍ଲେଖଥାଉ କି, ଟେଷ୍ଟ ଶତକ ହାସଲ କରିଥିବା ସର୍ବକନିଷ୍ଠ ଭାରତୀୟ ହେଉଛନ୍ତି ସଚିନ ତେନ୍ଦୁଲକର। ସେ ୧୭ ବର୍ଷ ୧୦୭ ଦିନରେ ଇଂଲଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri