ଲୁହାପଥର ନିଲାମ ବିଫଳ

ଯାଜପୁର ଅଫିସ,୨୮।୮: ଶିଳ୍ପ ଆସିଲେ ବିକାଶର ଏକ ନୂତନ ଧାରା ସୃଷ୍ଟି ହେବ ବୋଲି ସରକାର ଯେଉଁ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ ତାହା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଫସର ଫାଟିଛି। ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମ୍‌ସି) ଉପରେ ନିର୍ଭରଶୀଳ ଶିଳ୍ପ କାରଖାନାଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ ହେବାକୁ ଲାଗିଛି। ଏହି କ୍ରମରେ ମେସ୍କୋ ଷ୍ଟିଲ, ମୈଥାନ ଇସ୍ପାତ, ନୀଳାଚଳ ଇସ୍ପାତ, ଆଧୁନିକ ଷ୍ଟିଲ, ଏମ୍‌ଏସ୍‌ପି ଓ କନ୍‌କାଷ୍ଟ ଶିଳ୍ପ ସଂସ୍ଥାରେ ତାଲା ପଡ଼ିବା ପରେ ବହୁ ସଂଖ୍ୟକ କର୍ମଚାରୀ ଓ ଶ୍ରମିକ ଛଟେଇ ହୋଇ ଭୋକ ଉପାସରେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଲୁହାପଥର ମୂଲ୍ୟ ଭାରତୀୟ ଦରରେ ଟନ ପିଛା ୬ ହଜାର ଟଙ୍କା ହ୍ରାସ ପାଇଥିବାବେଳେ ଓଏମ୍‌ସି ଆହୁରି ଦର ବୃଦ୍ଧି କରିବାରେ ଲାଗିଛି। ଫଳରେ ନିଲାମ ପାଇଁ ରଖାଯାଇଥିବା ୯୬,୦୦୦ ଟନ ଲୌହଗୁଣ୍ଡ ଓ ୯୦,୦୦୦ ଟନ ସିଏଲଓ ବିକ୍ରି ହୋଇ ପାରି ନ ଥିଲା। ଏହା ପୂର୍ବରୁ ମଧ୍ୟ ଓଏମ୍‌ସି ଦ୍ୱାରା ଆହୂତ ୨ଟି ନିଲାମ ପ୍ରକ୍ରିୟା ମଧ୍ୟ ବିଫଳ ହୋଇଛି। କଳିଙ୍ଗନଗର ଇଣ୍ଡଷ୍ଟ୍ରି ଆସୋସିଏଶନ, ଅଲ ଓଡ଼ିଶା ଷ୍ଟିଲ୍‌ ଫେଡେରେଶନ ଓ ଅନ୍ୟ ଶିଳ୍ପ ସଂସ୍ଥାଗୁଡିକ ଓଏମ୍‌ସିର ଏହି ଏକପାଖିଆ ନୀତି ବିରୋଧରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଲୁହାପଥର ଦରର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ କାରଖାନା ବନ୍ଦ ହେବା ଯୋଗୁ ସର୍ବାଧିକ ଦୁର୍ଦ୍ଦଶା ବିସ୍ଥାପିତମାନେ ଭୋଗୁଛନ୍ତି। କାରଣ ଶିଳ୍ପ ପାଇଁ ଜମିବାଡ଼ି ହରାଇଥିବା ବିସ୍ଥାପିତମାନେ ଏବେ ନିଯୁକ୍ତି ହରାଉଛନ୍ତି। ପରିଣତି ସ୍ବରୂପ କେତେଜଣ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛି। ତ୍ରୁଟିପୂର୍ଣ୍ଣ ମୂଲ୍ୟ ନିର୍ଦ୍ଧାରଣ ନୀତି ଯୋଗୁ କୌଣସି ଶିଳ୍ପ ସଂସ୍ଥା ଓଏମ୍‌ସିର ନିଲାମ ପ୍ରକ୍ରିୟାରେ ଭାଗ ନେଉନାହାନ୍ତି। ବରଂ ଶିଳ୍ପ କାରଖାନାକୁ ବନ୍ଦ କରି କ୍ଷତିରୁ ବଞ୍ଚିବାକୁ ଉଦ୍ୟମ କରାଯାଉଛି। ଯାଜପୁର ଜିଲାର ଏକମାତ୍ର ସରକାରୀ ଇସ୍ପାତ କାରଖାନା ନୀଳାଚଳ ଅବସ୍ଥା ଅତି ଦୟନୀୟ। ଭୋକ ଉପାସରେ ମାନସିକ ଭାରସାମ୍ୟ ହରାଇ କେତେଜଣ କର୍ମଚାରୀଙ୍କ ଜୀବନ ଯାଇଥିବାବେଳେ ଅନେକେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି। ପ୍ରଥମେ ପ୍ଲାଣ୍ଟ ବନ୍ଦ, ଦ୍ୱିତୀୟରେ ଅନିୟମିତ ଦରମା ଏବଂ ତୃତୀୟରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଯୋଗୁ କାରଖାନାରେ ଚୋରଙ୍କ ଆତଙ୍କରାଜ ଆରମ୍ଭ ହୋଇଛି। ବୁଧବାର ରାତିରେ ନୀଳାଚଳ ଟାଉନଶିପର ଏକ ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ କମ୍ପାନୀର ସିନିୟର ମ୍ୟାନେଜର କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳର ଏଭଳି ଦୁର୍ଦ୍ଦଶା ଉପରେ ସ୍ଥାନୀୟ ନେତୃବୃନ୍ଦ ଏକପ୍ରକାର ଆଖି ବନ୍ଦ କରି ଶ୍ରମିକ ଓ କର୍ମଚାରୀଙ୍କ ଦୟନୀୟ ଅବସ୍ଥାକୁ ଉପଭୋଗ କରୁଛନ୍ତି ବୋଲି ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାବାଦ ଓଏମ୍‌ସିର ମନମାନି ଯୋଗୁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ କ୍ଷତି ସହୁଥିବା ଏବଂ ଏଥିପାଇଁ ଓଏମ୍‌ସି କର୍ତ୍ତୃପକ୍ଷ ଦାୟୀ ବୋଲି କଳିଙ୍ଗନଗର ଇଣ୍ଡଷ୍ଟ୍ରି ଆସୋସିଏଶନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri