ଲୁହାପଥର ନିଲାମ ବିଫଳ

ଯାଜପୁର ଅଫିସ,୨୮।୮: ଶିଳ୍ପ ଆସିଲେ ବିକାଶର ଏକ ନୂତନ ଧାରା ସୃଷ୍ଟି ହେବ ବୋଲି ସରକାର ଯେଉଁ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ ତାହା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଫସର ଫାଟିଛି। ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମ୍‌ସି) ଉପରେ ନିର୍ଭରଶୀଳ ଶିଳ୍ପ କାରଖାନାଗୁଡିକ ଗୋଟିଏ ପରେ ଗୋଟିଏ ବନ୍ଦ ହେବାକୁ ଲାଗିଛି। ଏହି କ୍ରମରେ ମେସ୍କୋ ଷ୍ଟିଲ, ମୈଥାନ ଇସ୍ପାତ, ନୀଳାଚଳ ଇସ୍ପାତ, ଆଧୁନିକ ଷ୍ଟିଲ, ଏମ୍‌ଏସ୍‌ପି ଓ କନ୍‌କାଷ୍ଟ ଶିଳ୍ପ ସଂସ୍ଥାରେ ତାଲା ପଡ଼ିବା ପରେ ବହୁ ସଂଖ୍ୟକ କର୍ମଚାରୀ ଓ ଶ୍ରମିକ ଛଟେଇ ହୋଇ ଭୋକ ଉପାସରେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଲୁହାପଥର ମୂଲ୍ୟ ଭାରତୀୟ ଦରରେ ଟନ ପିଛା ୬ ହଜାର ଟଙ୍କା ହ୍ରାସ ପାଇଥିବାବେଳେ ଓଏମ୍‌ସି ଆହୁରି ଦର ବୃଦ୍ଧି କରିବାରେ ଲାଗିଛି। ଫଳରେ ନିଲାମ ପାଇଁ ରଖାଯାଇଥିବା ୯୬,୦୦୦ ଟନ ଲୌହଗୁଣ୍ଡ ଓ ୯୦,୦୦୦ ଟନ ସିଏଲଓ ବିକ୍ରି ହୋଇ ପାରି ନ ଥିଲା। ଏହା ପୂର୍ବରୁ ମଧ୍ୟ ଓଏମ୍‌ସି ଦ୍ୱାରା ଆହୂତ ୨ଟି ନିଲାମ ପ୍ରକ୍ରିୟା ମଧ୍ୟ ବିଫଳ ହୋଇଛି। କଳିଙ୍ଗନଗର ଇଣ୍ଡଷ୍ଟ୍ରି ଆସୋସିଏଶନ, ଅଲ ଓଡ଼ିଶା ଷ୍ଟିଲ୍‌ ଫେଡେରେଶନ ଓ ଅନ୍ୟ ଶିଳ୍ପ ସଂସ୍ଥାଗୁଡିକ ଓଏମ୍‌ସିର ଏହି ଏକପାଖିଆ ନୀତି ବିରୋଧରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଲୁହାପଥର ଦରର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ କାରଖାନା ବନ୍ଦ ହେବା ଯୋଗୁ ସର୍ବାଧିକ ଦୁର୍ଦ୍ଦଶା ବିସ୍ଥାପିତମାନେ ଭୋଗୁଛନ୍ତି। କାରଣ ଶିଳ୍ପ ପାଇଁ ଜମିବାଡ଼ି ହରାଇଥିବା ବିସ୍ଥାପିତମାନେ ଏବେ ନିଯୁକ୍ତି ହରାଉଛନ୍ତି। ପରିଣତି ସ୍ବରୂପ କେତେଜଣ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛି। ତ୍ରୁଟିପୂର୍ଣ୍ଣ ମୂଲ୍ୟ ନିର୍ଦ୍ଧାରଣ ନୀତି ଯୋଗୁ କୌଣସି ଶିଳ୍ପ ସଂସ୍ଥା ଓଏମ୍‌ସିର ନିଲାମ ପ୍ରକ୍ରିୟାରେ ଭାଗ ନେଉନାହାନ୍ତି। ବରଂ ଶିଳ୍ପ କାରଖାନାକୁ ବନ୍ଦ କରି କ୍ଷତିରୁ ବଞ୍ଚିବାକୁ ଉଦ୍ୟମ କରାଯାଉଛି। ଯାଜପୁର ଜିଲାର ଏକମାତ୍ର ସରକାରୀ ଇସ୍ପାତ କାରଖାନା ନୀଳାଚଳ ଅବସ୍ଥା ଅତି ଦୟନୀୟ। ଭୋକ ଉପାସରେ ମାନସିକ ଭାରସାମ୍ୟ ହରାଇ କେତେଜଣ କର୍ମଚାରୀଙ୍କ ଜୀବନ ଯାଇଥିବାବେଳେ ଅନେକେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି। ପ୍ରଥମେ ପ୍ଲାଣ୍ଟ ବନ୍ଦ, ଦ୍ୱିତୀୟରେ ଅନିୟମିତ ଦରମା ଏବଂ ତୃତୀୟରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଯୋଗୁ କାରଖାନାରେ ଚୋରଙ୍କ ଆତଙ୍କରାଜ ଆରମ୍ଭ ହୋଇଛି। ବୁଧବାର ରାତିରେ ନୀଳାଚଳ ଟାଉନଶିପର ଏକ ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ କମ୍ପାନୀର ସିନିୟର ମ୍ୟାନେଜର କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳର ଏଭଳି ଦୁର୍ଦ୍ଦଶା ଉପରେ ସ୍ଥାନୀୟ ନେତୃବୃନ୍ଦ ଏକପ୍ରକାର ଆଖି ବନ୍ଦ କରି ଶ୍ରମିକ ଓ କର୍ମଚାରୀଙ୍କ ଦୟନୀୟ ଅବସ୍ଥାକୁ ଉପଭୋଗ କରୁଛନ୍ତି ବୋଲି ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାବାଦ ଓଏମ୍‌ସିର ମନମାନି ଯୋଗୁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ କ୍ଷତି ସହୁଥିବା ଏବଂ ଏଥିପାଇଁ ଓଏମ୍‌ସି କର୍ତ୍ତୃପକ୍ଷ ଦାୟୀ ବୋଲି କଳିଙ୍ଗନଗର ଇଣ୍ଡଷ୍ଟ୍ରି ଆସୋସିଏଶନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri