Posted inଫୁରସତ

ଖ୍ରୀଷ୍ଟମାସ ଛୁଟିରେ ବୁଲି ଯାଆନ୍ତୁ ଏସବୁ ସ୍ଥାନ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶର ଅଧିକାଂଶ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଆଗମନକୁ ନେଇ କିଛିଟା କଟକଣା ଜାରି କରାଯାଇଥିଲା। ହେଲେ ଏବେ ପରିସ୍ଥିତିରେ କିଛିଟା ସୁଧାର ଆସିଥିବାରୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନକୁ ବୁଲିଗଲେଣି। ଏପରି କି ଆସନ୍ତା ଖ୍ରୀଷ୍ଟମାସ ଛୁଟିକୁ ଟିକେ ଆନନ୍ଦ ଉଲ୍ଲାସରେ କଟାଇବା ପାଇଁ ପର୍ଯ୍ୟଟକଙ୍କ ଭିତରେ ବେଶ୍‌ ଉତ୍ସାହ ଥିବା ଦେଖିବାକୁ ମିଳୁଛି। ଆଉ ଏହି ଉତ୍ସାହକୁ ଦ୍ବିଗୁଣିତ କରିବା ପାଇଁ ଦେଶର କିଛି ପ୍ରମୁଖ ସ୍ଥାନରେ ଖ୍ରୀଷ୍ଟମାସ ପର୍ବକୁ ଟିକେ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯୋଜନା କରାଯାଇଛି। ପର୍ଯ୍ୟଟକ ଚାହିଁଲେ ଏହି ସବୁ ସ୍ଥାନକୁ ବୁଲି ଯାଇ ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ପାଇପାରିବେ।

ଗୋଆ: ଖ୍ରୀଷ୍ଟମାସ ପର୍ବକୁ ବେଶ୍‌ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ପସନ୍ଦ କରିଥାନ୍ତି ଗୋଆବାସୀ। ଏହି ସମୟରେ ଗୋଆର ଚାରିଆଡକୁ ରଙ୍ଗବେରଙ୍ଗର ଫୁଲ ତଥା ଲାଇଟ୍ସରେ ସଜାଯାଇଥାଏ, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା ସ୍ଥାନୀୟ ଚର୍ଚ୍ଚଗୁଡ଼ିକୁ ବି ବେଶ୍‌ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥାଏ। ତେବେ ବର୍ତ୍ତମାନର ଏହି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏଠାରେ ଆନନ୍ଦଉଲ୍ଲାସରେ ଖ୍ରୀଷ୍ଟମାସ ପର୍ବକୁ ପାଳନ କରିବାକୁ ଯୋଜନା ରହିଥିଲେ ହେଁ କିଛିଟା ଜରୁରୀ ନିୟମ ଯେମିତି କି ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କର ବ୍ୟବହାର କରିବା, ହାତକୁ ସାନିଟାଇଜ୍‌ କରିବା ଆଦି କାର୍ଯ୍ୟକୁ ସମସ୍ତେ ମାନିବାକୁ ଏଠି ବାଧ୍ୟତାମୂଳକ ରହିଛି।

ପଣ୍ଡିଚେରୀ: ପଣ୍ଡିଚେରୀ ବା ପୁଡୁଚେରୀରେ ବି ବେଶ୍‌ ଧୁମ୍‌ଧାମ୍‌ରେ ଖ୍ରୀଷ୍ଟମାସ ପର୍ବକୁ ପାଳନ କରାଯାଇଥାଏ। ଖାସ୍‌ ସେଥିପାଇଁ ଏହି ଅବସରରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। ଏହି ସମୟରେ ସ୍ଥାନୀୟ ଚର୍ଚ୍ଚ ସମେତ ରାସ୍ତାଘାଟଗୁଡ଼ିକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। ତା’ଛଡ଼ା ଲୋକମାନଙ୍କ ମନୋରଞ୍ଜନ ପାଇଁ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି ଏଠାରେ ହୋଇଥାଏ। ବର୍ତ୍ତମାନ କରୋନା ପରିସ୍ଥିତି ଏଠାରେ ନିୟନ୍ତ୍ରଣରେ ରହିଥିବାରୁ ପର୍ଯ୍ୟଟକ ଚାହିଁଲେ ଏଠାକୁ ବୁଲିଯାଇ ଖ୍ରୀଷ୍ଟମାସ ପର୍ବକୁ ମନଭରି ଉପଭୋଗ କରିପାରିବେ।

ମନାଲି: ଯେଉଁମାନେ ତୁଷାରପାତର ଶୀତଳ ପରଶରେ ଖ୍ରୀଷ୍ଟମାସ ପର୍ବକୁ ଆନନ୍ଦଉଲ୍ଲାସରେ ମନାଇବାକୁ ଇଚ୍ଛା ରଖିଛନ୍ତି, ସେମାନଙ୍କ ପାଇଁ ହିମାଚଳପ୍ରଦେଶସ୍ଥିତ ମନାଲି ସବୁଠାରୁ ଭଲ ସ୍ଥାନ। ଖ୍ରୀଷ୍ଟମାସ ସମୟରେ ଏଠାରେ ତୁଷାରପାତ ହେବା ଆରମ୍ଭ ହୋଇଯାଇଥାଏ, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତେଣୁ ଏହି ସମୟରେ ଏଠାକୁ ଗଲେ ପର୍ଯ୍ୟଟକ ସ୍କିଂ କ୍ରୀଡ଼ାର ମଜା ନେବା ସହ ସ୍ନୋମ୍ୟାନ୍‌ ତଥା ବରଫରେ ଖେଳିବାର ଭରପୂର ଆନନ୍ଦ ନେଇପାରିବେ। ହିମାଚଳପ୍ରଦେଶରେ ବି କରୋନା ପରିସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଛି, ତଥାପି କରୋନା ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମାବଳୀ ମାନି ଏଠାରେ ବୁଲିଲେ ସଂକ୍ରମଣର ଆଦୌ ଭୟ ରହିବ ନାହିଁ।

ଔଲି: ଉତ୍ତରାଖଣ୍ଡର ଔଲିରେ ବି ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବକୁ ବେଶ୍‌ ଉତ୍ସାହ ସହକାରେ ପାଳନ କରାଯାଇଥାଏ। ଏହି ସମୟରେ ଏଠାରେ ମଧ୍ୟ ତୁଷାରପାତ ହେବା ଆରମ୍ଭ ହୋଇଯାଏ। ତା’ସାଙ୍ଗକୁ ବିଭିନ୍ନ ରଙ୍ଗବେରଙ୍ଗ ଲାଇଟ୍ସର ସାଜସଜ୍ଜା ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ କରି ଦେଇଥାଏ। ଏଥିସହିତ ଏଠାରେ ପର୍ଯ୍ୟଟକ ଚାହିଁଲେ ସ୍କିଂ କ୍ରୀଡ଼ାର ମଜା ବି ନେଇପାରିବେ। ତେବେ ବର୍ତ୍ତମାନର କରୋନା ମହାମାରୀର ପରିସ୍ଥିତିକୁ ଧ୍ୟାନରେ ରଖି ଯଦି ସଚେତନତାର ସହ ଏଠାରେ ବୁଲାବୁଲି କରିବେ, ତା’ହେଲେ ଭ୍ରମଣର ଭରପୂର ମଜା ଉଠାଇପାରିବେ।

ଏସବୁ ସ୍ଥାନ ବ୍ୟତୀତ କେରଳ, ମୁମ୍ବାଇ, କଲିକତା ତଥା ଦେଶର ଅନ୍ୟାନ୍ୟ କେତେକ ସ୍ଥାନରେ ବି ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ପର୍ଯ୍ୟଟକ ଚାହିଁଲେ ନିଜ ସଚେତନତାରେ ଏହିସବୁ ସ୍ଥାନକୁ ଯାଇ ବୁଲିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri