୨୦ ଅକ୍ଟୋବରରେ ଗଣପତ ପାର୍ଟ-୧, ତେଜସର ଶୁଭମୁକ୍ତି…

ମୁମ୍ବାଇ : ଅକ୍ଟୋବରର ପୂଜା ବଜାରରେ ବଲିଉଡରେ ଟାଇଗର ଶ୍ରଫ ଏବଂ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମର ଶୁଭମୁକ୍ତି ହେବ। ଗଣପତ ପାର୍ଟ-୧ ଏକ ଆକ୍ସନ ସ୍ପୋର୍ଟସ ମୁଭି। ୨୦ ଅକ୍ଟୋବର, ୨୦୨୩ରେ ଏହାର ଶୁଭମୁକ୍ତି ହେବ।

ଫିଲ୍ମରେ ଟାଇଗର ଶ୍ରଫ, କ୍ରିତି ସାନନ, ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ରହିଛନ୍ତି। ଏହାର ନିର୍ଦ୍ଦେଶନା ବିକାଶ ବହଲ ଦେଇଛନ୍ତି। ଫିଲ୍ମ ନିର୍ମାତା ଭାସୁ ଭାଗନାନି, ବିକାଶ ବହଲ, ଦୀପଶିଖା ଦେଶମୁଖ, ଜ୍ୟାକି ଭାଗନାନି ଅଛନ୍ତି।

ଭବିଷ୍ୟତରେ, ସହରକୁ ଭୟଭୀତ କରିଥିବା ଏକ ଶକ୍ତିଶାଳୀ ଅପରାଧିକ ସାମ୍ରାଜ୍ୟକୁ ଭାଙ୍ଗିବା ପାଇଁ ଗଣପତ ମିଶନ ଆରମ୍ଭ କରିଥିବାର ଦେଖିବାକୁ ମିଳିବ। ଶେଷରେ ଗରିବଙ୍କ ଆଶାର ସାହାରା ପାଲଟି ଯାଇଛନ୍ତି। ଏହାର ପାର୍ଟ-୨ ପରେ ନିର୍ମାଣ କରାଯିବ। ଫିଲ୍ମର ବଜେଟ ୧୫୦ କୋଟି ଟଙ୍କା ରହିଛି।

ସେହିପରି କଙ୍ଗନାଙ୍କ ଫିଲ୍ମ ତେଜସ ମଧ୍ୟ ଅକ୍ଟୋବର ୨୦ରେ ଶୁଭମୁକ୍ତି ହେବ। ଏହା ଏକ ଆକ୍ସନ ,ଦେଶପ୍ରେମ ଫିଲ୍ମ। ଏହାର ନିର୍ଦ୍ଦେଶନା ସରଭେଶ ମେୱାରା ଦେଇଛନ୍ତି। ଫିଲ୍ମର ନିର୍ମାତା ରୋନି ସ୍କ୍ରୁଓ୍ବାଲା। ଭାରତୀୟ ବାୟୁସେନାରେ ୨୦୧୬ରେ ସାମିଲ ହୋଇଥିବା ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ତେଜସ ଉପରେ ଏହା ନିର୍ମିତ।


Enter your email to get our daily news in your inbox.

All Right Reserved By Dharitri.Com

ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ଯିବା ପୂର୍ବରୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ମାଲେସିଆ ଗସ୍ତ ଗସ୍ତରେ ଯାଇଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏବେ ପ୍ରତିରକ୍ଷା,…

ଆଉ ନିର୍ବାଚନ ଲଢ଼ିବେନି ଖଣି ମନ୍ତ୍ରୀ, କହିଲେ ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ

ଭୁବନେଶ୍ବର,୭।୨: ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ…

ଲୋକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାଷ୍ଟ୍ରପତି, କହିଲେ…

ବାରିପଦା,୭ା୨: ମୟୂରଭଞ୍ଜ ଜିଲା ଶିମିଳିପାଳବାସୀ ନିରନ୍ତର ଇଣ୍ଟରନେଟ୍‌ ସେବା ସହ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଜାତୀୟ ଉଦ୍ୟାନ ଗୁଡୁଗୁଡ଼ିଆଠାରେ ବିଏସ୍‌ଏନ୍‌ଏଲ୍‌ର ୪-ଜି…

ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ ଦମ୍ପତି, ମୁଖ୍ୟସ୍ରୋତରେ ସାମିଲ ପାଇଁ ଚିଠି ଲେଖି…

ରାୟଗଡ଼ା,୭ା୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ ଓ ଶୀର୍ଷ ମାଓବାଦୀ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ…

ରାଜ୍ୟ ପ୍ରାକ୍‌ ବଜେଟ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଆଜି

ଭୁବନେଶ୍ୱର, ୭।୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକବର୍ଷ ଲାଗି କରାଯାଇଥିବା ବଜେଟରୁ କେତେ ଅର୍ଥ ଖର୍ଚ୍ଚ ହୋଇଛି ଏବଂ ଆସନ୍ତା ୨୦୨୬-୨୭ ଆର୍ଥିକବର୍ଷ ପାଇଁ…

ଅଢ଼େଇ ବର୍ଷର ଝିଆରୀଙ୍କୁ ବଳାତ୍କାର କଲେ ଦାଦା, ଆଉ ତା’ପରେ…

ପିଲିଭିଟ୍‌(ୟୁପି),୭ା୨: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ୨୫ ବର୍ଷର ଦାଦା ନିଜର ଅଢ଼େଇ ବର୍ଷର ଝିଆରୀକୁ ବଳାତ୍କାର କରିବା ପରେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା…

ମାର୍ଚ୍ଚକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର,୭।୨: ମହାନଦୀ ଜଳ ବିବାଦ ଶୁଣାଣି ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଛି। ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ ଭିଜିଟ କରାଯିବ ।…

ବେରୋଜଗାରୀ ଯୁବତୀ-ଯୁବକଙ୍କ ପାଇଁ ଖୁସି ଖବର, ୨୩୮୦୦ ସରକାରୀ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ…

ନୂଆଦିଲ୍ଲୀ,୭।୨: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri