Posted inଜାତୀୟ

ଓମିକ୍ରନ୍‌ ଏବେ ଛୋଟ ସହର-ଗାଁ ମୁହାଁ…

ନୂଆଦିଲ୍ଲୀ, ୨୪।୧ : ଭାରତରେ କରୋନା ମହାମାରୀର ତୃତୀୟ ଲହର ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କେରଳର କୋଚି, ଆଇଏମଏରେ କରୋନା ଟାସ୍କ ଫୋର୍ସର ଉପଦେଷ୍ଟା ଡ. ରାଜୀବ ଜୟଦେବନ କହିଛନ୍ତି ଯେ ଏବେ ଓମିକ୍ରନ୍‌ ସଂକ୍ରମଣ ଛୋଟ ସହର ଏବେ ଗାଁ ମୁହାଁ ହେବାରେ ଲାଗିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ କରୋନା ମହାମାରୀର ତୃତୀୟ ଲହର ଛୋଟ ସହର ଏବଂ ଗାଁରେ ବ୍ୟାପିଯିବ। ତାଙ୍କ କହିବାନୁସାରେ, ମହାମାରୀର ଲହର ପ୍ରତ୍ୟେକ ଥର ଏହି ପରି ଧାରା ପ୍ରଦର୍ଶନ କରିଥାଏ।

ରାଜୀବ ଜୟଦେବନଙ୍କୁ ପଚରାଯାଇଥିଲା ଯେ ଓମିକ୍ରନ କରୋନାର ଅନ୍ୟ ଭାରିଆଣ୍ଟଗୁଡିକୁ ବଦଳାଇ ପାରିବେ କି ନାହିଁ ଏବଂ ଏହା ଆଗାମୀ ଦିନରେ ସାଧାରଣ ଥଣ୍ଡା ସମସ୍ୟାରେ ପରିଣତ ହେବ କି? ଏହାର ଉତ୍ତରରେ ସେ କହିଥିଲେ, ’ଯଦି ଆପଣ ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀର ଇତିହାସକୁ ଦେଖନ୍ତି ତେବେ ସେଥିରୁ ଏହା ଜଣାପଡୁଛି ଯେ, ବାସ୍ତବରେ, ଏପରି କୌଣସି ଭାରିଆଣ୍ଟ୍‌ ନାହିଁ ଯାହା ଦୀର୍ଘ ଦିନ ଧରି ବଞ୍ଚିଛି।

ହୁଏତ କିଛି ମାମଲା ସାମ୍ନାକୁ ଆସିବାର ଆଶଙ୍କା ରହିଛି। ଦକ୍ଷିଣ ଆଫ୍ରିକାର ଉଦାହରଣ ଦେଇ ଜୟଦେବନ କହିଛନ୍ତି ଯେ ସେଠାକାର ଲହର କ୍ଲାସିକ । ସେ କହିଛନ୍ତି, ପ୍ରଥମ ଲହରର ଉତ୍ପତ୍ତି ଉହାନ ଥିଲା। ସେହିପରି ଦ୍ୱିତୀୟଟି ବିଟା, ତୃତୀୟଟି ଡେଲ୍‌ଟା ଏବଂ ଚତୁର୍ଥଟି ହେଉଛି ଓମିକ୍ରନ। ମାର୍ଚ୍ଚ ୨୦୨୧ରେ ଉହାନ ଭାରିଆଣ୍ଟ ଦ୍ୱାରା ଭାରତ ପ୍ରଭାବିତ ହୋଇଥିଲା ଏବଂ ପରେ ଡେଲ୍‌ଟା ଭାରିଆଣ୍ଟ୍‌ ସୃଷ୍ଟି ହୋଇଥିଲା।

ଏବେ ପୃଥିବୀ ଓମିକ୍ରନ କବଳରେ ଅଛି। ତେଣୁ ଏହା ନିଶ୍ଚିତ ଯେ ଓମିକ୍ରନ କିଛି ସମୟ ପାଇଁ ରହିବ। ଓମିକ୍ରନ ଫେବୃଆରୀ ୧୫ ସୁଦ୍ଧା ଭାରତରେ ଶୀର୍ଷରେ ପହଞ୍ଚିବ। ଏହାପରେ ତୃତୀୟ ଲହରର ସମାପ୍ତି ସମ୍ଭବ ହୋଇପାରିବ।

ଅପରପକ୍ଷରେ, କୋଭିଡ-୧୯ ମହାରାଷ୍ଟ୍ର ରାଜ୍ୟ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କହିଛନ୍ତି ଯେ ଫେବୃଆରୀ ମଧ୍ୟଭାଗରେ ଓମିକ୍ରନର ମାମଲା ଭାରତରେ ଶୀର୍ଷରେ ପହଞ୍ଚିବ ଏବଂ ଏହା ସହିତ ତୃତୀୟ ଲହରର ଶେଷ ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ମାସରେ ଏହାର ସଂକ୍ରମଣ ହେବାର ଆଶଙ୍କା ବହୁତ କମ ରହିଛି। ଆଶା କରାଯାଏ ଯେ ଏପ୍ରିଲ ପରେ ଭାରତ ମହାମାରୀ କବଳରୁ ମୁକ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri