ଓମିକ୍ରନ୍‌ ନିରୋଧୀ ଆଣ୍ଟିବଡି ଚିହ୍ନଟ

ଓ୍ବାଶିଂଟନ, ୩୦।୧୨: ଓମିକ୍ରନ୍‌ ଏବଂ କରୋନା ଭୂତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକୁ ନିଷ୍କ୍ରିୟ କରିବା ଲାଗି ଆଣ୍ଟିବଡି ଚିହ୍ନଟ ହୋଇଛି। ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ କରିଥିବା ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି। ଉକ୍ତ ଆଣ୍ଟିବଡିଗୁଡ଼ିକ ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ ଅଞ୍ଚଳକୁ ଟାର୍ଗେଟ କରିଥାନ୍ତି। ‘ନେଚର’ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ସ୍ପାଇକ୍‌ ପ୍ରୋଟିନ୍‌କୁ ଅକାମୀ କରୁଥିବା ଆଣ୍ଟିବଡିଗୁଡ଼ିକର ଟାର୍ଗେଟକୁ ଚିହ୍ନଟ କରାଯାଇଥିବାରୁ ନୂଆ ଟିକା ପ୍ରସ୍ତୁତି ଏବଂ ଆଣ୍ଟିବଡି ଚିକିତ୍ସାରେ ଏହା ସହାୟକ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି। ଏହା କେବଳ ଓମିକ୍ରନ୍‌ ଚିକିତ୍ସା ପାଇଁ ନୁହେଁ, ଭବିଷ୍ୟତରେ ଆସିବାକୁ ଥିବା ଅନ୍ୟ ଭାରିଆଣ୍ଟଗୁଡ଼ିକର ଚିକିତ୍ସାରେ ମଧ୍ୟ ସହାୟକ ହେବ ବୋଲି ହୋଓ୍ବାର୍ଡ ହଗ୍‌ସ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଇନ୍‌ଭେଷ୍ଟିଗେଟର ତଥା ୟୁନିଭର୍ସିଟି ଅଫ୍‌ ଓ୍ବାଶିଂଟନ ସ୍କୁଲ୍‌ ଅଫ୍‌ ମେଡିସନ୍‌ର ଆସୋସିଏଟ୍‌ ପ୍ରଫେସର ଡାଭିଡ୍‌ ଭିସ୍‌ଲର କହିଛନ୍ତି। ଓମିକ୍ରନ୍‌ର ସ୍ପାଇକ୍‌ ପ୍ରୋଟିନ୍‌ରେ ୩୭ ମ୍ୟୁଟେଶନ ରହିଛି। ଏହି ମ୍ୟୁଟେଶନ ଶରୀରର କୋଷଗୁଡ଼ିକୁ କବଳିତ କରିଥାନ୍ତି। ଅଧିକ ମ୍ୟୁଟେଶନ ଯୋଗୁ ଓମିକ୍ରନ୍‌ ଦ୍ରୁତ ସଂକ୍ରମିତ ହେବା ସହ ଟିକା ନେଇଥିବା ବ୍ୟକ୍ତି ଏବଂ ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରିଥାଏ।
ମ୍ୟୁଟେଶନର ପ୍ରଭାବ ଆକଳନ କରିବାକୁ ଗବେଷକମାନେ ଏହାର ପୃଷ୍ଠରେ ସେଡୋଭାଇରସ୍‌ ନାମରେ ଏକ ଅକ୍ଷମ ତଥା ଅପ୍ରାକୃତିକ ଭୂତାଣୁ ପ୍ରସ୍ତୁତ କରିଥିଲେ। ଓମିକ୍ରନ୍‌ ଭାରିଆଣ୍ଟର ସ୍ପାଇକ୍‌ ପ୍ରୋଟିନ୍‌ ପୂର୍ବ ଭାରିଆଣ୍ଟ ତୁଳନାରେ କୋଷ ପୃଷ୍ଠକୁ ୨.୪ ଗୁଣ ଅଧିକ ବାନ୍ଧି ରଖିଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଥିଲେ। ପୂର୍ବରୁ କୋଭିଡ୍‌ର ଅନ୍ୟ ଭର୍ସନ୍‌ ଦ୍ୱାରା ସଂକ୍ରମିତ ହୋଇଥିବା, ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି ବ୍ୟବହାର କରି ଏହା ଓମିକ୍ରନ୍‌ ଭାରିଆଣ୍ଟକୁ କେତେ ପ୍ରତିରୋଧ କରୁଛି ତାହା ଆକଳନ କରିଥିଲେ। ତେବେ ସଂକ୍ରମଣ ରୋକିବାରେ ସେମାନଙ୍କ ଆଣ୍ଟିବଡିର କ୍ଷମତା କମିଯାଇଥିବା ଜଣାପଡ଼ିଥିଲା। ପୂର୍ବରୁ ସ୍ପୁଟ୍‌ନିକ-ଭି କିମ୍ବା ସିନୋଫାର୍ମ ଟିକା ନେଇଥିବା ବ୍ୟକ୍ତି ଏବଂ ଜନ୍‌ସନ୍‌ ଆଣ୍ଡ ଜନ୍‌ସନର ଗୋଟିଏ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡ଼ିର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ରୋକିବା କ୍ଷମତା ନଗଣ୍ୟ କିମ୍ବା ଆଦୌ ନ ଥିବା ଜଣାପଡ଼ିଥିଲା। କିନ୍ତୁ ଫାଇଜର, ମଡର୍ନା ଏବଂ ଆଷ୍ଟ୍ରାଜେନିକା ଟିକାର ୨ଟି ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡିରେ ଓମିକ୍ରନ୍‌ ସଂକ୍ରମଣ ରୋକିବା କ୍ଷମତା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri