Posted inଜାତୀୟ

ଭାଜପାକୁ ଚେତାବନୀ ଦେଲେ ଓମାର ଅବଦୁଲ୍ଲା: କହିଲେ, କାଲି ଯଦି ନିର୍ବାଚନ ହୁଏ…

ଶ୍ରୀନଗର,୧୪।୭:ଜୁଲାଇ ୧୩ରେ ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ଶ୍ରୀନଗରର ଶହୀଦ କବରସ୍ଥାନରେ କାନ୍ଥ ଚଢ଼ି ପୋଲିସ ସହ ସଂଘର୍ଷର ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ପରେ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ଯଦି ଭାଜପା ଭାବୁଛି ଯେ, ଆମ ସରକାରଙ୍କୁ ଦୁର୍ବଳ ଏବଂ ଅସହାୟ ଦେଖାଇବା ଦ୍ୱାରା ଉପତ୍ୟକାରେ ରାଜନୈତିକ ଭାବରେ ଲାଭ ମିଳିବ, ତେବେ ସେମାନେ ଭୁଲ କରୁଛନ୍ତି।
ସେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି, କାଲି ଯଦି ନିର୍ବାଚନ ହୁଏ ଏବଂ ୬୦ ପ୍ରତିଶତ ବଦଳରେ ୨୦ ପ୍ରତିଶତ ଲୋକ ଭୋଟ ଦେବାକୁ ଆସନ୍ତି, ଦୟାକରି ଏହି ଦିନକୁ ମନେ ରଖନ୍ତୁ ଏବଂ କାହାକୁ ଦୋଷ ଦେବେ ତାହା ମଧ୍ୟ ମନେ ରଖନ୍ତୁ କାରଣ ଯଦି ଆପଣ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସଂସ୍ଥା ସହିତ ଖେଳ ଜାରି ରଖନ୍ତି, ତେବେ ଦିଲ୍ଲୀ ପରି ଫଳାଫଳ ଆଶା କରନ୍ତୁ ନାହିଁ।
ଓମାର ଅବଦୁଲ୍ଲା ଦିଲ୍ଲୀର ପୂର୍ବ ଆମ ଆଦମୀ ପାର୍ଟି (ଆପ) ସରକାରକୁ ଉଲ୍ଲେଖ କରିଥିଲେ। ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ନିର୍ବାଚନରେ ଆପ ହାରିଯାଇଥିଲା। ମୁଖ୍ୟମନ୍ତ୍ରୀ ଥିବା ସମୟରେ, ଆପ ନେତା ଅରବିନ୍ଦ କେଜରିୱାଲ ପ୍ରାୟତଃ ଅଭିଯୋଗ କରୁଥିଲେ ଯେ କେନ୍ଦ୍ର ତାଙ୍କ ସରକାରଙ୍କ କ୍ଷମତାକୁ ହ୍ରାସ କରିଛି ଏବଂ ଉପଜିଲାପାଳ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପଥଭ୍ରଷ୍ଟ କରୁଛନ୍ତି। ଦିଲ୍ଲୀ ପରି, ଜମ୍ମୁ-କଶ୍ମୀର ସରକାରଙ୍କ ପାଖରେ ଏବେ ସୀମିତ କ୍ଷମତା ଅଛି, ଏବଂ ଆଇନ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ ନିୟନ୍ତ୍ରଣରେ ଅଛି।

ଅବଦୁଲ୍ଲା ଗତ ବର୍ଷ ଅକ୍ଟୋବରରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଏବଂ ପୂର୍ବ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ନ୍ୟାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ଏକ ବଡ଼ ବିଜୟ ହାସଲ କରିଥିଲା।
ସୂଚନାଯୋଗ୍ୟ,ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ପ୍ରଶାସନ ଅନେକ ନେତାଙ୍କୁ ଗୃହବନ୍ଦୀ କରିଥିଲା ଏବଂ ଅନେକଙ୍କୁ ଗିରଫ କରିଥିଲା। ଏହା ସହିତ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଫାତିହା ପାଠ କରିବାରୁ ବାରଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅଟକାଇବା ପରେ, ସେ ମଜାର-ଏ-ଶୁହାଦାର ସୀମା କାନ୍ଥ ଡେଇଁ ଫାତିହା ପାଠ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଏବଂ ପୋଲିସଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, ପୋଲିସ ମୋତେ ଶାରୀରିକ ନିର୍ଯାତନା ଦେଇଛି, କିନ୍ତୁ ମୁଁ ଦୃଢ଼ ଥିଲି। ମୁଁ କୌଣସି ବେଆଇନ କାମ କରୁ ନ ଥିଲି। ଏହି ‘ଆଇନର ରକ୍ଷକ’ ମାନଙ୍କୁ ସ୍ପଷ୍ଟ କରିବାକୁ ପଡିବ ଯେ, ସେମାନେ କେଉଁ ଆଇନ ଅନୁଯାୟୀ ଆମକୁ ଫାତିହା ପାଠ କରିବାରୁ ବାରଣ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ପୋଲିସର ମନମାନୀ ଏବଂ ଧାର୍ମିକ ସ୍ବାଧୀନତାର ଉଲ୍ଲଂଘନର ଏକ ସ୍ପଷ୍ଟ ଉଦାହରଣ। ଏହି ଅଭିଜ୍ଞତା ବହୁତ ଯନ୍ତ୍ରଣାଦାୟକ ଏବଂ ନିରାଶାଜନକ ହୋଇଛି। ମୁଖ୍ୟମନ୍ତ୍ରୀ ପୋଲିସ ଉପରେ ମଧ୍ୟ ଧସ୍ତାଧସ୍ତିର ଅଭିଯୋଗ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri