Posted inଜାତୀୟ

ପୁଣି ଥରେ ଏନ୍‌ଡିଏରେ ସାମିଲ ହେଲେ ଓମ୍‌ ପ୍ରକାଶ ରାଜଭର

ନୂଆଦିଲ୍ଲୀ,୧୬।୭: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା। ଉତ୍ତରପ୍ରଦେଶରେ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି ମୁଖ୍ୟ ଓମ୍‌ ପ୍ରକାଶ ରାଜଭର ପୁଣିଥରେ ନ୍ୟାଶନାଲ ଡେମୋକ୍ରିଟିକ୍‌ ଆଲାଏନ୍ସ(ଏନ୍‌ଡିଏ)ରେ ସାମିଲ ହୋଇଛନ୍ତି। ସେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଏହି ମେଣ୍ଟରେ ସାମିଲ ହେବା ଘୋଷଣା କରିଛନ୍ତି।

ଏନେଇ ଅମିତ ଶାହା ଟୁଇଟ୍‌ କରି କହିଛନ୍ତି, ଓମ୍‌ ପ୍ରକାଶ ରାଜଭରଙ୍କ ସହ ଦିଲ୍ଲୀରେ ଭେଟ ହେଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱଧୀନ ଏନ୍‌ଡିଏ ମେଣ୍ଟ ସହ ଯୋଡ଼ି ହେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନ୍‌ଡିଏ ପରିବାକୁ ସ୍ବାଗତ କରୁଛି। ରାଜଭର ଆସିବା ପରେ ଉତ୍ତରପ୍ରଦେଶରେ ଏନ୍‌ଡିଏ ମଜଭୂତ ହେବ। ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ଦ୍ୱାରା କରାଯାଉଥିବା ପ୍ରୟାସ ଅଧିକ ଶକ୍ତି ପାଇବ।

ସେହିଭଳି ଓମ୍‌ ପ୍ରକାଶ କହିଛନ୍ତି, ଆମ ଦଳ ଏବଂ ଭାଜପା ଆସନ୍ତା ୨୦୨୪ ନିର୍ବାଚନ ଏକାଠି ଲଢ଼ିବାର ନିଷ୍ପତ୍ତି ନେଇଛି। ୧୪ରେ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲି। ବିଭିନ୍ନ ବିଷୟରେ କଥା ହେଲା। ଏବେ ଉଭୟ ଦଳ ମିଶିବା ପରେ ରାଜ୍ୟରେ ଏକ ବଡ଼ ଶକ୍ତି ଜନ୍ମନେବ। ଦେଶର ପ୍ରଧାନମନ୍ତ୍ରୀଙ୍କ ଯାହା ଚିନ୍ତାଧାରା ରହିଛି ତାହାକୁ ଆଗକୁ ବଢ଼ାଇବାରେ ସହାୟତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri