Posted inଜାତୀୟ

ଚର୍ଚ୍ଚାରେ ଓମ ବିର୍ଲାଙ୍କ ଝିଅ, ଯୁପିଏସସି ପରୀକ୍ଷାକୁ ଫାଷ୍ଟ ଆଟେମ୍ପ୍ଟରେ କ୍ଲିଅର କରିବା ପରେ ହୋଇଥିଲେ ଟ୍ରୋଲ

ନୂଆଦିଲ୍ଲୀ,୨୮।୬: ଦେଶରେ ୧୮ତମ ଲୋକ ସଭା ଅଧିବେଶନ ଜାରି ରହିଛି। କୋଟାର ତୃତୀୟ ଥର ଏମପି ଓମ ବିର୍ଲା କ୍ରମାଗତ ଦ୍ୱିତୀୟ ଥର ପାଇଁ ଲୋକ ସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାରି ଭିତରେ ତାଙ୍କ ଝିଅ ଅଞ୍ଜଳି ବିର୍ଲା ମଧ୍ୟ ଆଲୋଚନାକୁ ଆସିଛନ୍ତି। ଅଞ୍ଜଳି ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ବାପା ସ୍ପିକର ହେବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

UPSC ୨୦୧୯ ଫଳାଫଳ ପ୍ରକାଶ ପାଇବା ପରେ, ଜଣେ ପରିକ୍ଷାର୍ଥୀଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ସେ ହେଲେ ଅଞ୍ଜଳି ବିର୍ଲା। ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ଝିଅ ଅଞ୍ଜଳି ସେତେବେଳେ ନିଜେ ଉଦ୍ୟମରେ ପ୍ରଥମ ପ୍ରୟାସରେ ୟୁପିଏସସି କ୍ଲିଅର କରିଥିଲେ ମଧ୍ୟ ଟ୍ରୋଲରଙ୍କ ଟାର୍ଗେଟକୁ ଆସିଥିଲେ। ଏପରିକି ଅନେକ ନ୍ୟୁଜ ୱେବସାଇଟ ତାଙ୍କ UPSC ରେଜଲ୍ଟକୁ ଯାଞ୍ଚ କରିଥିଲେ।

ଅଞ୍ଜଳି ବାଚସ୍ପତି ଓମ ବିର୍ଲାଙ୍କ ସାନ ଝିଅ। ସେ କୋଟାର ସୋଫିଆ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ଯାଏଁ ଅଧ୍ୟୟନ କରିଛନ୍ତି। ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜାସ କଲେଜରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଅଞ୍ଜଳି କଲେଜରେ ପଢୁଥିବା ସମୟରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ପ୍ରଥମ ପ୍ରୟାସରେ UPSC ସିଭିଲ ସର୍ଭିସେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସିଭିଲ ସର୍ଭିସ ଅଫିସର ଅଞ୍ଜଲି ବିର୍ଲା ବର୍ତ୍ତମାନ କେନ୍ଦ୍ର ରେଳ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଛନ୍ତି।

ଯେତେବେଳେ ଅଞ୍ଜଳି ତାଙ୍କ ପିତାମାତାଙ୍କୁ ସିଭିଲ ସର୍ଭିସରେ ଯୋଗଦେବା ନିଷ୍ପତ୍ତି ବିଷୟରେ କହିଥିଲେ ସେତେବେଳେ ସେମାନେ ବହୁତ ଖୁସି ହୋଇଥିଲେ। ଲୋକ ସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ତାଙ୍କ ଝିଅର ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରୁଥିଲେ। ଅଞ୍ଜଳି ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ପିତାଙ୍କ ଜନସେବା ଦ୍ୱାରା ଅନୁପ୍ରାଣିତ ହେବା ପରେ ହିଁ ସେ ଏହି କ୍ଷେତ୍ରରେ ପ୍ରବେଶ କରିବାକୁ ସାହସ ଜୁଟାଇ ପାରିଥିଲେ। ଏହି ଯାତ୍ରାରେ ତାଙ୍କ ବଡ଼ ଭଉଣୀ ଆକାକ୍ଷାଂ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ସମସ୍ତଙ୍କ ପ୍ରେରଣା ସହିତ ହିଁ ସେ ଦୁନିଆର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ CSE ପାଇଁ ପ୍ରସ୍ତୁତ ହୋଇପାରିଥିଲେ।

ଅଞ୍ଜଳି ୨୦୧୯ରେ UPSC ସିଭିଲ ସର୍ଭିସେସ ପରୀକ୍ଷା ଦେଇଥିଲେ। UPSC ମେନ୍ସ ପରୀକ୍ଷାରେ ସେ ୭୭୭ ମାର୍କ ରଖିବା ସହ ସାକ୍ଷାତକାରରେ ୧୭୬ ମାର୍କ (UPSC CSE 2019) ପାଇଥିଲେ । UPSC 2019 ପରୀକ୍ଷାରେ ତାଙ୍କର ମୋଟ ମାର୍କ ୯୫୩ ଥିଲା। ଯାହା କି ସେ ତାଙ୍କର ପ୍ରଥମ ପ୍ରୟାସ ଟପ୍‌ କରିଥିଲେ।

୨୦୨୦ରେ UPSC ରିଜର୍ଭ ତାଲିକା ପ୍ରକାଶ ପାଇବା ପରେ ଅଞ୍ଜଳିଙ୍କୁ ବହୁତ ଟ୍ରୋଲର ଶିକାର ହେବାକୁ ପଡିଥିଲା। ସେ ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ପ୍ରମାଣ କରିଥିଲେ। ଇନଷ୍ଟାଗ୍ରାମରେ ଅନେକ ପୋଷ୍ଟ ଏବଂ ଭିଡିଓ ମାଧ୍ୟମରେ ସେ ତାଙ୍କ ପ୍ରସ୍ତୁତି ବିଷୟରେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri