କ୍ରୀଡା ବିଭାଗର ବଡ଼ ପଦବୀ ଅଫର୍‌ କଲେ ସରକାର, ମୁହେଁମୁହେଁ ମନା କରିଦେଲେ ଅଲିମ୍ପିକ୍ସ ପଦକ ବିଜେତା

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ସରବଜୋତ ସିଂହ ଏବେ ଚର୍ଚ୍ଚାରେ। ସେ ଭାରତ ପାଇଁ ପଦକ ଜିତିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏଥିସହ ତାଙ୍କ ବିଭିନ୍ନ ପ୍ରକାରର ଚାକିରି ଅଫର ମଧ୍ୟ ମିଳୁଛି।

ହରିୟାଣାରେ ଜନ୍ମିତ ୨୨ ବର୍ଷୀୟ ସରବଜୋତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କ ସହ ଏହି ଇଭେଣ୍ଟରେ ମନୁ ଭାକର ରହିଥିଲେ। ଉଭୟ ମିଳିତ ଭାବେ ଦେଶ ପାଇଁ ଶୁଟିଂରେ ବ୍ରୋଞ୍ଜ ଜିତିଛନ୍ତି।
ବ୍ରୋଞ୍ଜ ପଦକ ଜିତିବା ପରେ ସରବଜୋତ ସ୍ବଦେଶ ଫେରିଛନ୍ତି। ଏସବୁ ଭିତରେ ହରିୟାଣ ସରକାର ତାଙ୍କୁ ଗୋଟିଏ ବଡ଼ ଚାକିରି ଅଫର କରିଛନ୍ତି। ତାଙ୍କୁ ସରକାର କ୍ରୀଡା ବିଭାଗର ଉପ ନିର୍ଦ୍ଦେଶକ ପଦ ଅଫର କରିଥିଲେ। ହେଲେ ଉକ୍ତ ଅଫରକୁ ବେଶ ବିନମ୍ରତାର ସହ ସରବଜୋତ ମନା କରିଦେଇଛନ୍ତି।

ସେ କହିଛନ୍ତି, ମିଳିଥିବା ଚାକିରି ଅଫର ବହୁତ ଭଲ। କିନ୍ତୁ ଏବେ ମୁଁ ସେହି କାମ କରିପାରିବି ନାହିଁ। ମୁଁ ପ୍ରଥମେ ମୋ ଶୁଟିଂ ଉପରେ କାମ କରିବାକୁ ଚାହୁଁଛି। ମୋ ପରିବାର ସବୁବେଳେ ମୋତେ ଗୋଟିଏ ଭଲ ଚାକିରି କରିବାକୁ କହୁଛନ୍ତି। କିନ୍ତୁ ମୁଁ ଏବେ ମୋ ଶୁଟିଂ ଉପରେ ମନୋନିବେଶ କରିବାକୁ ଚାହେଁ। ମୁଁ ନେଇଥିବା ନିଷ୍ପତ୍ତି ବିରୋଧରେ କେବେ ହେଲେ ଯାଏ ନାହିଁ। ତେଣୁ ମୁଁ ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରର ଚାକିରି କରିପାରିବି ନାହିଁ। କହିରଖୁଛୁ କି, ଗୋଟିଏ ଚାଷୀ ପରିବାରରେ ସରବଜୋତ ଜନ ହୋଇଛନ୍ତି। ତାଙ୍କ ବାପା ଚାଷ କାମ କରି ଘର ଓ ପରିବାର ଚଳାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri