Posted inଖେଳ

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ସେ ଶୁକ୍ରବାର ବିଶ୍ୱର ୫ ନମ୍ବର ଖେଳାଳି ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ଗେମ୍‌ରେ ହରାଇ ସେମିକୁ ଉଠିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ରେ ମାତ୍ର ୫୬ ମିନିଟ୍‌ରେ ପରାସ୍ତ କରି ପଦକ ଆଡକୁ ଅଗ୍ରଗତି କରିଛନ୍ତି। ଫଳରେ ଅଲିମ୍ପିକ ପଦକ ହାସଲଠାରୁ ସିନ୍ଧୁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ଏଥର ତାଙ୍କ ପାଖରେ ସ୍ବର୍ଣ୍ଣ ପଦକ ହାସଲ କରିବାର ସୁଯୋଗ ରହିଛି। ସିନ୍ଧୁ ଏବେ ସେମିରେ ଥାଇଲାଣ୍ଡର ରଚାନୋକ ଇନ୍ଥାନନ ଓ ଚାଇନିଜ ତାଇପେର ଜୁ ୟିଙ୍ଗଙ୍କ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର ଫାଇନାଲ ବିଜୟିନୀଙ୍କୁ ଭେଟିବେ। ଶନିବାର ସିନ୍ଧୁ ସେମିଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ।
ଷଷ୍ଠ ସିଡ୍‌ ସିନ୍ଧୁ ପୂର୍ବରୁ ୟାମାଗୁଚିଙ୍କୁ ୧୧ଥର ପରାସ୍ତ କରିଥିବା ବେଳେ ତାଙ୍କଠାରୁ ୭ଥର ପରାଜୟ ବରଣ କରିଥିଲେ। ଗତ ମାର୍ଚ୍ଚରେ ସେ ୟାମାଗୁଚିଙ୍କୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ହରାଇଥିଲେ। ପ୍ରଥମ ଗେମ୍‌ରେ ସିନ୍ଧୁ ସହଜରେ ବିଜୟୀ ହୋଇଥିଲେ। ତେବେ ଦ୍ୱିତୀୟ ଗେମ୍‌ରେ ଏକଦା ୧୮-୨୦ରେ ପଛରେ ପଡିଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରି ସେ ୪ ପଏଣ୍ଟ ହାସଲ କରିବା ସହ ବାଜି ମାରିଥିଲେ। ୟାମାଗୁଚି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଧୈର୍ଯ୍ୟର ସହ ଖେଳି ସିନ୍ଧୁ ୟାମାଗୁଚିଙ୍କ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ପ୍ରଥମ ଗେମ୍‌ରେ ଏକଦା ଉଭୟ ଖେଳାଳି ୬-୬ ବରାବର ସ୍ଥିତିରେ ଥିଲେ। ଏହାପରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରି ମାତ୍ର ୨୩ ମିନିଟ୍‌ରେ ୨୧-୧୩ରେ ପ୍ରଥମ ଗେମ୍‌କୁ ହାତେଇଥିଲେ। ଅନ୍ୟପଟେ ଦ୍ୱିତୀୟ ଗେମ୍‌ରେ ସେ ୬ ପଏଣ୍ଟ ଲିଗ୍‌ କରିବା ପରେ ୨ ପଏଣ୍ଟ ପଛରେ ପଡିଥିଲେ। ସିନ୍ଧୁ ୧୨-୬ରେ ଅଗ୍ରଣୀ ଥିବା ବେଳେ ୟାମାଗୁଚି ରଣନୀତି ବଦଳାଇଥିଲେ। ସିନ୍ଧୁଙ୍କ କ୍ଲାନ୍ତିର ଫାଇଦା ନେଇ ସେ ସ୍ଥିତି ବରାବର କରିବା ପରେ ଅଗ୍ରଣୀ ହୋଇଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରି ସିନ୍ଧୁ ୪ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ। ଦ୍ୱିତୀୟ ଗେମ୍‌ ୩୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଡିଫେନ୍ସରେ ଦୁର୍ବଳ ଥିବା ସିନ୍ଧୁ ତ୍ରୁଟି ସୁଧାରି ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଖେଳ ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ସିନ୍ଧୁ ସୁନ୍ଦର ଡିଫେନ୍ସ ପ୍ରଦର୍ଶନ କରିଛନ୍ତି।
ପୂର୍ବରୁ ଗୁରୁବାର ସିନ୍ଧୁ ପ୍ରି- କ୍ୱାର୍ଟର ଫାଇନାଲ ମୁକାବିଲାରେ ଡେନ୍‌ମାର୍କର ୧୩ତମ ସିଡ୍‌ ଖେଳାଳି ମିଆ ବ୍ଲିଚ୍‌ଫେଲ୍ଟଙ୍କୁ ହରାଇଥିଲେ। ବ୍ୟାଡମିଣ୍ଟନରେ ଅନ୍ୟ ଭାରତୀୟ ଖେଳାଳିମାନେ ବିଦାୟ ନେଇସାରିଥିବା ବେଳେ ସିନ୍ଧୁ ଅଭିଯାନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri