Posted inଖେଳ

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ସେ ଶୁକ୍ରବାର ବିଶ୍ୱର ୫ ନମ୍ବର ଖେଳାଳି ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ଗେମ୍‌ରେ ହରାଇ ସେମିକୁ ଉଠିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ରେ ମାତ୍ର ୫୬ ମିନିଟ୍‌ରେ ପରାସ୍ତ କରି ପଦକ ଆଡକୁ ଅଗ୍ରଗତି କରିଛନ୍ତି। ଫଳରେ ଅଲିମ୍ପିକ ପଦକ ହାସଲଠାରୁ ସିନ୍ଧୁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ଏଥର ତାଙ୍କ ପାଖରେ ସ୍ବର୍ଣ୍ଣ ପଦକ ହାସଲ କରିବାର ସୁଯୋଗ ରହିଛି। ସିନ୍ଧୁ ଏବେ ସେମିରେ ଥାଇଲାଣ୍ଡର ରଚାନୋକ ଇନ୍ଥାନନ ଓ ଚାଇନିଜ ତାଇପେର ଜୁ ୟିଙ୍ଗଙ୍କ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର ଫାଇନାଲ ବିଜୟିନୀଙ୍କୁ ଭେଟିବେ। ଶନିବାର ସିନ୍ଧୁ ସେମିଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ।
ଷଷ୍ଠ ସିଡ୍‌ ସିନ୍ଧୁ ପୂର୍ବରୁ ୟାମାଗୁଚିଙ୍କୁ ୧୧ଥର ପରାସ୍ତ କରିଥିବା ବେଳେ ତାଙ୍କଠାରୁ ୭ଥର ପରାଜୟ ବରଣ କରିଥିଲେ। ଗତ ମାର୍ଚ୍ଚରେ ସେ ୟାମାଗୁଚିଙ୍କୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ହରାଇଥିଲେ। ପ୍ରଥମ ଗେମ୍‌ରେ ସିନ୍ଧୁ ସହଜରେ ବିଜୟୀ ହୋଇଥିଲେ। ତେବେ ଦ୍ୱିତୀୟ ଗେମ୍‌ରେ ଏକଦା ୧୮-୨୦ରେ ପଛରେ ପଡିଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରି ସେ ୪ ପଏଣ୍ଟ ହାସଲ କରିବା ସହ ବାଜି ମାରିଥିଲେ। ୟାମାଗୁଚି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଧୈର୍ଯ୍ୟର ସହ ଖେଳି ସିନ୍ଧୁ ୟାମାଗୁଚିଙ୍କ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ପ୍ରଥମ ଗେମ୍‌ରେ ଏକଦା ଉଭୟ ଖେଳାଳି ୬-୬ ବରାବର ସ୍ଥିତିରେ ଥିଲେ। ଏହାପରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରି ମାତ୍ର ୨୩ ମିନିଟ୍‌ରେ ୨୧-୧୩ରେ ପ୍ରଥମ ଗେମ୍‌କୁ ହାତେଇଥିଲେ। ଅନ୍ୟପଟେ ଦ୍ୱିତୀୟ ଗେମ୍‌ରେ ସେ ୬ ପଏଣ୍ଟ ଲିଗ୍‌ କରିବା ପରେ ୨ ପଏଣ୍ଟ ପଛରେ ପଡିଥିଲେ। ସିନ୍ଧୁ ୧୨-୬ରେ ଅଗ୍ରଣୀ ଥିବା ବେଳେ ୟାମାଗୁଚି ରଣନୀତି ବଦଳାଇଥିଲେ। ସିନ୍ଧୁଙ୍କ କ୍ଲାନ୍ତିର ଫାଇଦା ନେଇ ସେ ସ୍ଥିତି ବରାବର କରିବା ପରେ ଅଗ୍ରଣୀ ହୋଇଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରି ସିନ୍ଧୁ ୪ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ। ଦ୍ୱିତୀୟ ଗେମ୍‌ ୩୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଡିଫେନ୍ସରେ ଦୁର୍ବଳ ଥିବା ସିନ୍ଧୁ ତ୍ରୁଟି ସୁଧାରି ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଖେଳ ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ସିନ୍ଧୁ ସୁନ୍ଦର ଡିଫେନ୍ସ ପ୍ରଦର୍ଶନ କରିଛନ୍ତି।
ପୂର୍ବରୁ ଗୁରୁବାର ସିନ୍ଧୁ ପ୍ରି- କ୍ୱାର୍ଟର ଫାଇନାଲ ମୁକାବିଲାରେ ଡେନ୍‌ମାର୍କର ୧୩ତମ ସିଡ୍‌ ଖେଳାଳି ମିଆ ବ୍ଲିଚ୍‌ଫେଲ୍ଟଙ୍କୁ ହରାଇଥିଲେ। ବ୍ୟାଡମିଣ୍ଟନରେ ଅନ୍ୟ ଭାରତୀୟ ଖେଳାଳିମାନେ ବିଦାୟ ନେଇସାରିଥିବା ବେଳେ ସିନ୍ଧୁ ଅଭିଯାନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri