Posted inଖେଳ

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ୨୬ ବର୍ଷୀୟା ସିନ୍ଧୁ ଗୁରୁବାର ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍ଟଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ଷଷ୍ଠ ସିଡ୍‌ ମାନ୍ୟତା ପାଇଥିବା ସିନ୍ଧୁ ୧୩ତମ ସିଡ୍‌ ବ୍ଲିଚ୍‌ଫେଲ୍ଟଙ୍କୁ ମାତ୍ର ୪୧ ମିନିଟ୍‌ରେ ୨୧-୧୫, ୨୧-୧୩ରେ ହରାଇ ଅଗ୍ରଗତି କରିଛନ୍ତି।
ପ୍ରଥମ ଗେମ୍‌ରେ ଭଲ ଆରମ୍ଭ କରିଥିଲି। କୋଚ୍‌ଙ୍କ ପରାମର୍ଶ କ୍ରମେ ରଣନୀତି ବଦଳାଇଥିଲି ଓ ପ୍ରଥମ ଗେମ୍‌ରେ ବିଜୟୀ ହୋଇଥିଲି। ଦ୍ୱିତୀୟ ଗେମ୍‌ରେ ମଧ୍ୟ ଭଲ ଖେଳିଥିଲି। ଅଗ୍ରଣୀ ବଜାୟ ରଖିବା ସହ ବିଜୟୀ ହୋଇଥିଲି ବୋଲି ମ୍ୟାଚ୍‌ ପରେ ସିନ୍ଧୁ କହିଛନ୍ତି। ସିନ୍ଧୁ ଏବେ ପରବର୍ତ୍ତୀ ମ୍ୟାଚ୍‌ରେ ଜାପାନର ଅକେନ ୟାମାଗୁଚିଙ୍କୁ ଭେଟିବେ। ଅନ୍ୟ ଏକ ପ୍ରି- କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୟାମାଗୁଚି କୋରିଆର କିମ୍‌ ଗାଏଉନଙ୍କୁ ୨୧-୧୭, ୨୧-୧୮ରେ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ୟାମାଗୁଚିଙ୍କୁ ପୂର୍ବରୁ ସିନ୍ଧୁ ୧୧ଥର ହରାଇଥିବା ବେଳେ ତାଙ୍କଠାରୁ ୭ ଥର ପରାସ୍ତ ହୋଇଛନ୍ତି। ଚଳିତବର୍ଷ ମାର୍ଚ୍ଚରେ ସିନ୍ଧୁ ତାଙ୍କୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ହରାଇଥିଲେ।
ବ୍ଲିଚ୍‌ଫେଲ୍ଟଙ୍କ ବିପକ୍ଷରେ ସିନ୍ଧୁ ଆକ୍ରମଣାତ୍ମକ ଖେଳି ପ୍ରଦର୍ଶନ କରି ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ମଝିରେ ଅବଶ୍ୟ ବ୍ଲିଚ୍‌ଫେଲ୍ଟ ଛୋଟିଆ ପ୍ରତ୍ୟାବର୍ତ୍ତନ କରିବାକୁ ସଫଳ ହୋଇଥିଲେ। ବୁଧବାର ସିନ୍ଧୁ ବିଶ୍ୱର ୩୪ ନମ୍ବର ଖେଳାଳି ହଂକଂର ଏନ୍‌ୟାଇ ଚେଉଙ୍ଗ୍‌ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ ଓ ଗ୍ରୁପ୍‌ ଜେ’ର ଶୀର୍ଷକୁ ଉଠିଥିଲେ। ଏକମାତ୍ର ଭାରତୀୟ ଭାବେ ସିନ୍ଧୁ ଭାରତ ପାଇଁ ବ୍ୟାଡ୍‌ମିଣ୍ଟନରେ ପଦକ ଆଶା ବଜାୟ ରଖିଛନ୍ତି। ପୂର୍ବରୁ ବି. ସାଇ ପ୍ରଣୀଥ ପୁରୁଷ ସିଙ୍ଗଲ୍ସରେ ପରାସ୍ତ ହୋଇ ବିଦାୟ ନେଇ ସାରିଛନ୍ତି। ସେ ନେଦରଲାଣ୍ଡ୍ସର ମାର୍କ କାଲିଜୋଉଙ୍କଠାରୁ ଗ୍ରୁପ୍‌ ଡି’ରେ ପରାସ୍ତ ହୋଇଥିଲେ। ସେହିପରି ମଙ୍ଗଳବାର ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଗ୍ରୁପ୍‌ରେ ଦୁଇଟି ମ୍ୟାଚ୍‌ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri