ପ୍ରଚାର ମଇଦାନରେ ଅଶ୍ରୁମୋଚନ

କୋକସରା,୧୬।୨(ଡି.ଏନ.ଏ) କଳାହାଣ୍ଡି ଜିଲାର କୋକସରା ବ୍ଲକର ଭାଜପା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କଲେ ଓଲିଓଡ଼ ଷ୍ଟାର ଅଶ୍ରୁ ମୋଚନ ମହାନ୍ତି। ବୁଧବାର କୋକସରା ବ୍ଲକର ୨ ଜିଲା ପରିଷଦ ଜୋନ ପାଇଁ ସେ ପ୍ରଚାର କରିଛନ୍ତି। କୋକସରା ବ୍ଲକର ଚିଲିଗୁଡା, ଛିଲିପାମାଲ, ଝରିଆଗୁଡା, ଟେମରା, ରଏନଗୁଡାରେ ନିର୍ବାଚନ ପ୍ରଚାର କରି ମୋଦି ସରକାରଙ୍କ ହାତ ମୁଠା ଟାଣ କରିବାକୁ ଭାଜପାର ଜିଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ତାଙ୍କ ସହ ଜିଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲା ପରିଷଦ ପ୍ରାର୍ଥୀ ଜନାର୍ଦ୍ଧନ ପଣ୍ଡା, ସନ୍ତୋଷ ମାଝୀ, ପ୍ରତିମା ପୁଝାରୀ ସମେତ ଭାଜପାର ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଅଶ୍ରୁମୋଚନଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।