ଥମୁନି ଓଲିଉଡ୍‌ ବିବାଦ: ବଢ଼ୁଛି ବୟାନବାଜି

ଭୁବନେଶ୍ୱର,୩୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଲିଉଡ୍‌ ବିବାଦ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣଙ୍କ ମନ୍ତବ୍ୟରୁ ବିବାଦ ଆହୁରି ତେଜିବାରେ ଲାଗିଛି। ଏ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି। ସିନେପ୍ରେମୀଙ୍କଠାରୁ ଆରମ୍ଭକରି କଳାକାର, ସିନେ ସମୀକ୍ଷକ ସମସ୍ତେ ଏହି ବିବାଦ ଆଉ ଆଗକୁ ନ ବଢ଼ୁ ବୋଲି ମତ ଦେଉଛନ୍ତି। ସମ୍ବଲପୁରରେ ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥକମାନେ ‘ରାମ୍‌’ ଚଳଚ୍ଚିତ୍ର ରିଲିଜ୍‌କୁ ବିରୋଧ କରୁଥିବା ନେଇ ଗତ ୨୪ ତାରିଖରେ ଅଭିନେତା ଅରିନ୍ଦମ ରାୟ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଭିତ୍ତିରେ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ (ୟୁସିସିସି) ପକ୍ଷରୁ ମନୋଜଙ୍କୁ ୨ବର୍ଷ ପାଇଁ ବାସନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରଠୁ ବିବାଦ ବଢ଼ିଚାଲିଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ଘଟଣାକୁ ବଡ଼ ରୂପ ଦେଇଥିଲା। ମନୋଜଙ୍କ ଉପରୁ ବାସନ୍ଦ ପ୍ରତ୍ୟାହାର ନ ହେଲେ ଓଡ଼ିଶା ଦୁଇଭାଗ ହେବ ବୋଲି ସେ କହିଥିଲେ। ଏହି ମନ୍ତବ୍ୟକୁ ପ୍ରଯୋଜକ ଟୁଟୁ ନାୟକ ଏବଂ ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ସମାଲୋଚନା କରିଥିଲେ। ବିବାଦର ସମାଧାନ ପାଇଁ କୁନା ପ୍ରସ୍ତାବ ଦେଇଥିବାବେଳେ ଶ୍ରୀତମ ଦାସ, ବାବୁସାନ୍‌ଙ୍କ ସମେତ ବହୁ କଳାକାର ଓ ସିନେ ସମୀକ୍ଷକ ଘର ଝଗଡ଼ା ଭିତରେ ରାଜନୀତି ନ ପଶୁ ବୋଲି କହି ଆପୋଷ ବୁଝାମଣା ଲାଗି ଅଣ୍ଟା ଭିଡ଼ିଛନ୍ତି। ଅନ୍ୟପକ୍ଷରେ ରବିବାର ମନୋଜଙ୍କ ସପକ୍ଷରେ ଭାଜପା ବିଧାୟକ ନାଉରି ନାଏକ ବାହାରିଥିବାବେଳେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଛନ୍ତି। ଏସବୁ ଭିତରେ ବିବାଦ କେବେ ସମାଧାନ ହେବ ତାହାକୁ ସମସ୍ତଙ୍କ ଅପେକ୍ଷା।
‘ଆସନ୍ତୁ ଘରେ ବସି ବିବାଦର ସମାଧାନ କରିବା’
ଅରିନ୍ଦମ ରବିବାର ଏକ ଖବରଦାତା ସମ୍ମିଳନୀ ଡାକି ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି। ସେ ମନୋଜଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ଆସନ୍ତୁ ବସିକି ଘର ଭିତରେ ଥିବା ବିବାଦର ସମାଧାନ କରିବା। ଆମ ଘର କଥାରେ ରାଜନୀତିର କୌଣସି ସ୍ଥାନ ନାହିଁ। ସାମାନ୍ୟ କଳିକୁ ନେଇ ବିଚ୍ଛିନ୍ନ ହେବା ଆରୋପ ଠିକ ନୁହେଁ। ସାନ ଭାଇ ଭାବେ ଅନୁରୋଧ କରୁଛି, ଆସନ୍ତୁ ବସି ସମାଧାନ କରିବା। ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ଚାହାଁନ୍ତି। ମୁଁ ମଧ୍ୟ ଚାହୁଁଛି। ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି। ଭଲ ନିର୍ମାତା ଆସିଛନ୍ତି, ଆଗକୁ ନେବା। ଟିଭି ଖୋଲିଲେ ଏହି ବିବାଦ ଶୁଭୁଛି, ଭଲ ଲାଗୁନି, କଷ୍ଟ ଲାଗୁଛି ବୋଲି ଅରିନ୍ଦମ ପ୍ରକାଶ କରିଛନ୍ତି।
‘ଯଦି ମୋର ଭୁଲ୍‌ ଥିବ, ରାଜ୍ୟବାସୀକୁ କ୍ଷମା ମାଗିବି’
ପଶ୍ଚିମ ଓଡ଼ିଶାର କଳାକାରଙ୍କୁ ନେଇ ଆମେ ସବୁବେଳେ ଗର୍ବିତ। ପଶ୍ଟିମ ଓଡ଼ିଶାକୁ ନେଇ କେବେ ମୁଁ କିଛି ଖରାପ କହିନାହିଁ। ଯଦି କିଏ ପ୍ରମାଣ ଦେବ ଆଉ ମୋର ଭୁଲ୍‌ ଥିବ, ତା’ହେଲେ ସାରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିବାକୁ ମୁଁ ରାଜି ଅଛି ବୋଲି ଅଭିନେତା ଜିତୁ ମଙ୍ଗରାଜ କହିଛନ୍ତି। ଏଥିସହ ଓଡ଼ିଶାକୁ ବିଭାଜିତ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।
ବସିଲା ବୈଠକ, ସମାଧାନ ନେଇ ଆଲୋଚନା ନାହିଁ
ପୁଣି ଥରେ ୟୁସିସିସି ପକ୍ଷରୁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ୟୁସିସିସିର ସାଧାରଣ ସମ୍ପାଦକ ଗଙ୍ଗାଧର ରେଡ୍ଡୀ କହିଛନ୍ତି, ବିବାଦ ଆଉ ବିବାଦ ହୋଇନାହିଁ। ତାହା ଅନ୍ୟ ଆଡ଼େ ଗଲାଣି। ଚଳଚ୍ଚିତ୍ର ଶିଳ୍ପ ଭିତରୁ ବିବାଦ ବାହାରି ରାଜ୍ୟ ସ୍ତରକୁ ଗଲାଣି। ଜଣେ ଆସି ଦାୟିତ୍ୱହୀନ ମନ୍ତବ୍ୟ ଦେଇଦେଲେ ଓଡ଼ିଶା କ’ଣ ଦି’ ଭାଗ ହୋଇଯିବ କି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଓଡ଼ିଆ ସିନେମା କିଭଳି ବାହାର ରାଜ୍ୟରେ ରିଲିଜ ହୋଇପାରିବ, ଭଲ ଡିଷ୍ଟ୍ରିବ୍ୟୁଶନ ହେବ, ରାଜ୍ୟରେ ଥିବା ୭୦ଟି ସିନେମା ହଲ୍‌ରେ କିପରି ମିଳିତ ଭାବେ ଚଳଚ୍ଚିତ୍ର ରିଲିଜ ହୋଇପାରିବ, ଗୋଟିଏ ସିନେମାର ବିଜନେସ ଯେପରି ଅନ୍ୟ ସିନେମାର ବିଜନେସ୍‌କୁ ପ୍ରଭାବିତ ନ କରିବ ସେନେଇ ଆଲୋଚନା ହୋଇଛି ବୋଲି ରେଡ୍ଡୀ କହିଛନ୍ତି। ସିନେମା ହଲର ସମସ୍ୟା ରହିଛି। ଚଳଚ୍ଚିତ୍ର ଶିଳ୍ପ କେଉଁ ବିଭାଗ ଅଧୀନରେ ଆସୁଛି, ତାହାର ଏଯାଏ କ୍ଲାରିଟି ନାହିଁ। ସରକାର ଏଥିପାଇଁ ସହଯୋଗ କଲେ ଭଲ ହୁଅନ୍ତା। ବାହାର ଲୋକ ଫିଲ୍ମ କରି ସବ୍‌ସିଡି ନେଉଛନ୍ତି, କିନ୍ତୁ ଆମ ପାଇଁ ନାହିଁ। ଆଜିର ବୈଠକ ସିନେମାକୁ ନେଇ ଥିବା ବିବାଦକୁ ନେଇନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଅଭିନେତା ଅଖିଳ ପଟ୍ଟନାୟକ କହିଛନ୍ତି, କୌଣସି ଅସୁବିଧା ଥିଲେ, ପ୍ରଥମେ ଘରେ ଆଲୋଚନା କରିବାର ଥିଲା। ବାହାରକୁ ବିଶେଷକରି ମିଡିଆକୁ ଯିବା ଆଗରୁ ଆସୋସିଏଶନ ଭିତରେ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା। ଏବେ ମଧ୍ୟ ସମୟ ଅଛି, ପରସ୍ପର ସହ ଆଲୋଚନା କରି ସମାଧାନ କରିବା ଦରକାର।
‘ସମାଧାନ ହେଲା ଭଳି କିଛିନାହିଁ’
ଅରିନ୍ଦମଙ୍କ ସମାଧାନ ପ୍ରସ୍ତାବରେ ମନୋଜ ମିଶ୍ର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସମାଧାନ କ’ଣ ହେବ। ସମାଧାନ ହେବା ଭଳି ତ କିଛି ନାହିଁ। ମୋତେ କ’ଣ ପାଇଁ ବ୍ୟାନ୍‌ କରାଯାଇଥିଲା ତାହା ବି ମୁଁ ଜାଣିନି। ମୁଁ କେବେ କେଉଁଠି କହିନି ଯେ, ରାମ୍‌ ସିନେମା ଦେଖିନି କି ମୁଁ ତୁମ ଫିଲ୍ମର ବିରୋଧୀ ମଧ୍ୟ ନୁହେଁ। ଯଦି ତୁମ କଥା ହିସାବରେ ସମାଧାନ କରିବାକୁ ଚାହୁଁଛ, ତାହେଲେ ଟୁଟୁ ନାୟକ ସାରା ଓଡ଼ିଶା ଆଗରେ ମୋତେ ବ୍ୟାନ୍‌ କରିବାର କାରଣ କୁହନ୍ତୁ। ଏଥିସହିତ ତାଙ୍କର ତ ଏତେ ହାତ ଅଛି, ରାଜ୍ୟରେ ସବୁ ହଲ୍‌ରେ ମାଇଣ୍ଡ ଗେମ୍‌ ପୁଣି ଚାଲୁ। ତା’ପରେ ଯାଇ ଆମେ ବସିବା, କଥା ହେବା।

ରାଜନେତା ସବୁ ବିଷୟରେ କହିପାରିବେ: ନରସିଂହ
କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପୁଣି ରବିବାର ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମ ଅଞ୍ଚଳର ଜଣଙ୍କୁ ଅପମାନିତ କରାଗଲେ କ’ଣ ଚୁପ୍‌ ବସିବୁ। ରାଜନେତା ସବୁ ବିଷୟରେ କହିପାରିବେ। ସମସ୍ତଙ୍କର ଓ ସବୁ ସଙ୍ଗଠନର ସମସ୍ୟା ବିଷୟରେ ଆମେ କହିପାରିବୁ। ରାଜ୍ୟ ସରକାର ଯେତେବେଳେ କେନ୍ଦ୍ର ଅବହେଳା କଥା କହୁଛନ୍ତି ତାହା କ’ଣ। ମୁଁ ଯାହା କହିଛି, ସରକାର ଏବଂ ଅନ୍ୟ ଦଳ ତାହାକୁ ଭୁଲ୍‌ କହିଛନ୍ତି କି। ପଶ୍ଚିମ ଓଡ଼ିଶାର ଭାବାବେଗକୁ ନିଶ୍ଟିତ ଭାବେ ସମ୍ମାନ ଦେବାକୁ ହେବ। ଓଡ଼ିଶା ଭାଗ ଭାଗ ହେବାକୁ ମୁଁ ବିରୋଧ କରୁଛି, ଆଗରୁ ବି କରୁଥିଲି, ଏବେ ବି କରୁଛି। ସରକାର ଆପେ ଆପେ ଫସୁଛି। ଯଦି ସବୁ ଅଞ୍ଚଳ ପ୍ରତି ଧ୍ୟାନ ଦେବେ ନାହିଁ, ତାହେଲେ ବିଦ୍ରୋହ ସ୍ବାଭାବିକ।
ଜଣେ ଦାୟିତ୍ୱବାନ ନେତା ଏଭଳି କହିବା ଉଚିତ୍‌ ହୋଇନି: ମନମୋହନ
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏ ପ୍ରସଙ୍ଗରେ କହିଛନ୍ତି, ନରସିଂହ ମିଶ୍ରଙ୍କ ବକ୍ତବ୍ୟ ଉପରେ ଟିପ୍ପଣୀ ରଖିବିନି। ତାଙ୍କ ଭଳି ଜଣେ ଦାୟିତ୍ୱବାନ ନେତା ଏଭଳି କହିବା ଉଚିତ୍‌ ହୋଇନି। ଏହି କାରଣରୁ ଓଡ଼ିଶା ୨ ଭାଗ ହୋଇଯିବ କହିବା ଉଚିତ୍‌ ହୋଇନି। ମନୋଜଙ୍କୁ ବାସନ୍ଦ କରାଯିବା ନ ଯିବା ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାର। ତାଙ୍କ ପ୍ରତି ଯଦି ଅନ୍ୟାୟ ହୋଇଛି ତେବେ ନ୍ୟାୟ ମିଳିବା ଉଚିତ୍‌।
କଳାତ୍ମକ କୃତିକୁ ବାସନ୍ଦ କରାଯାଇପାରିବନି: ବିଜୟ
କଳାତ୍ମକ କୃତି ପ୍ରତି ସମସ୍ତଙ୍କର ସମ୍ମାନ ରହିବା ଉଚିତ୍‌। କଳାତ୍ମକ କୃତିକୁ ଏମିତି ବାସନ୍ଦ କରାଯାଇପାରିବ ନାହିଁ। ରାଜ୍ୟ ସରକାର ସବୁ ଅଞ୍ଚଳର ବିକାଶ କରିବା ଉଚିତ୍‌। ପଶ୍ଚିମ ଓଡ଼ିଶାକୁ ଯେ ସରକାର ଗୁରୁତ୍ୱ ଦେଉନାହାନ୍ତି, ତାହା ଯେପରି କହିବାକୁ ପଡ଼ିବନି। ତେଣୁ କୌଣସି ପ୍ରକାର ବିଦ୍ୱେଷ ମନୋଭାବ ରଖାଯିବା ଉଚିତ୍‌ ନୁହେଁ ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri