ଟ୍ରଲର ମାଡ଼ରେ ଯାଉଛି ଅଲିଭ୍‌ରିଡ୍‌ଲେଙ୍କ ଜୀବନ

ରାଜନଗର, ୧୯ା୧୨(ଡି.ଏନ.ଏ.):ହିନ୍ଦୁ ଶାସ୍ତ୍ରରେ ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ସ୍ଥାନ ଦିଆଯାଇଛି। ସମୁଦ୍ର ମନ୍ଥନ ସମୟରେ କଇଁଛଙ୍କ ପିଠିରେ ମନ୍ଦରାଚଳ ପର୍ବତକୁ ରଖାଯାଇ ଘୂର୍ଣ୍ଣନ କରିବାବେଳେ ବହୁ ଅଲୌକିକ ବସ୍ତୁ, ପଦାର୍ଥ ମିଳିଥିବା କଥା ପୁରାଣରେ ବର୍ଣ୍ଣିତ। ଅନାଦି କାଳରୁ ସମୁଦ୍ର ସହିତ କେନ୍ଦ୍ରାପଡ଼ା ଜିଲା ଗହରୀମଥା ନିଷିଦ୍ଧ ଇଲାକାର ରହସ୍ୟମୟୀ ଜୀବ ଅଲିଭରିଡ୍‌ଲେ କଇଁଛଙ୍କ କର୍ମଭୂମି ଏବେ ବି ରହସ୍ୟାବୃତ୍ତ ହୋଇରହିଛି। ନବେ ଦଶକରେ ଅଲିଭରିଡ୍‌ଲେ କଇଁଛଙ୍କ ଗତିବିଧି ଅନୁଧ୍ୟାନ କରିବାକୁ ଭାରତର ବିଶିଷ୍ଟ କଇଁଛ ବିଶାରଦ ଡ. ଚନ୍ଦ୍ରଶେଖର କର ସାତଭାୟା ବେଳାଭୂମିରେ ଅଣ୍ଡା ଦେବାକୁ ଆସିଥିବା ଅଲିଭରିଡ୍‌ଲେ କଇଁଛଙ୍କ ପିଠିରେ ପ୍ରଥମେ ବେଲୁନ ବାନ୍ଧି ଛାଡିଥିଲେ। କିନ୍ତୁ ବେଲୁନଗୁଡିକ ଫାଟିଯିବାରୁ ପରବର୍ତ୍ତୀ ସମୟରେ ଗବେଷକ ଡ. କର ଦୁଇଟି କଇଁଛ ଦେବୀ ଓ ଚନ୍ଦ୍ର ନାମରେ ନାମିତ କରି ତମ୍ବା ପ୍ଲେଟ ସହ ଟ୍ରାନ୍ସମିଟର ଖଞ୍ଜି ସମୁଦ୍ରକୁ ଛାଡିଥିଲେ। ସାଟେଲାଇଟ୍‌ ମାଧ୍ୟମରେ କଇଁଛଙ୍କ ଗତିବିଧି ଜାଣିବାକୁ ପ୍ରୟାସ କରିଥିଲେ ମଧ୍ୟ ଏହି ଜୀବଙ୍କ ଠିକଣା ପାଇବା ପାଇଁ ଲୋକଙ୍କ ଲାଗି ଆହ୍ବାନ ସୃଷ୍ଟି କରିଛି। ହେଲେ ଏବେ ଗହୀରମଥା ନିଷିଦ୍ଧାଞ୍ଚଳ ଜଳରାଶିରେ ଅଲିଭ୍‌ରିଡ୍‌ଲେଙ୍କ ମିଳନ ପର୍ବ ଚାଲିଛି। ମାଛ ମାରିବାକୁ ସମୁଦ୍ରକୁ ଯାଉଥିବା ଟ୍ରଲର ମାଡ ଓ ଜାଲରେ ଅଲିଭରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟୁଛି। ଗହରୀମଥା ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଏବେ ସ୍ବର୍ଗଦ୍ୱାର ପାଲଟିଛି।
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଗହୀରମଥାକୁ ସ୍ଥାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ୍‌. ଆର. ବଷ୍ଟାର୍ଡ। ୧୯୭୫ରେ ଡ. ବଷ୍ଟାର୍ଡ ଭିତରକନିକାରେ ପହଞ୍ଚତ୍ ବିଶ୍ୱର ପ୍ରଥମ କୃତ୍ରିମ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ କରିଥିଲେ। ଏହି ସମୟରେ ଗହୀରମଥା ପାଦଦେଶରେ ଥିବା ବାବୁବାଲି ଦ୍ୱୀପରେ ଲକ୍ଷାଧିକ ଅଲିଭରିଡ୍‌ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ଦେଖି ସେ ବିସ୍ମିତ ହୋଇଥିଲେ। ଡ. ବଷ୍ଟାର୍ଡ ବିଶ୍ୱରେ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳକୁ ନୂତନ ଦିଗନ୍ତ ଦେଇଥିଲେ। ସେବେଠୁ ଅଲିଭରିଡ୍‌ଲେ କଇଁଛଙ୍କ ଉପରେ ଗବେଷଣା କରାଯାଉଛି। ଅଲିଭରିଡ୍‌ଲେ କଇଁଛଙ୍କ ଆଗମନ ଓ ଗହୀରମଥାରେ ସେମାନଙ୍କ ଲୀଳାଖେଳା ସାମୁଦ୍ରିକ ପରିବେଶକୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି।
୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିବା ପରେ ବର୍ଷତମାମ ଏଠାରେ ସମୁଦ୍ର ଉପକୂଳଠାରୁ ୨୦ କିମି ଯାଏ ଟ୍ରଲର ସାହାଯ୍ୟରେ ମାଛଧରାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପ୍ରତିବର୍ଷ ନଭେମ୍ବର ୧ ଠାରୁ ମେ ୩୧ ଯାଏ ୭ ମାସ ଧରି ଧାମରାଠାରୁ ଦେବୀ ମୁହାଣ ଯାଏ ୧୨୦ କି.ମି. ଉପକୂଳରେ ମାଛ ଧରା ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଉଛି। ୭ ମାସ ମଧ୍ୟରେ ଅଲିଭରିଡ୍‌ଲେ କଇଁଛଙ୍କ ପ୍ରଜନନ ଓ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଥାଏ। କଇଁଛମାନଙ୍କ ସୁରକ୍ଷା ପାଇଁ ରାଜନଗର ବନ ବିଭାଗ, ତଟରକ୍ଷୀ ବାହିନୀ, ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ୨୦୦୨ଠାରୁ ପଦକ୍ଷେପ ନିଆଯାଉଛି। ବଙ୍ଗୋପସାଗର କୂଳଠାରୁ ୨୦କିମି ସାମୁଦ୍ରିକ ଅଭୟାରଣ୍ୟ ଭିତରେ ଏବେ ଅଲିଭରିଡ୍‌ଲେ କଇଁଛଙ୍କ ମିଳନ ଦେଖିବାକୁ ମିଳୁଛି। କିନ୍ତୁ ମା’ କଇଁଛ ଅନ୍ତଃସତ୍ତ୍ୱା ହେବା ପରେ ଅଣ୍ଡା ଦେବା ପାଇଁ ବେଳାଭୂମିକୁ ଆସିବା ବାଟରେ ଟ୍ରଲର ମାଡରେ ସବୁଦିନ ପାଇଁ ଆଖି ବୁଜି ଦେଉଛନ୍ତି। ତେବେ ବହୁସଂଖ୍ୟାରେ ମା’ କଇଁଛ ପ୍ରତିକୂଳ ପରିବେଶରେ ବେଳାଭୂମିରେ ଆସି ବାଲୁକା ରାଶିରେ ଗାତ ଖୋଳି ଅଣ୍ଡା ଦେବାର ଅଛି। ଅଣ୍ଡାଦାନ ପରେ ସେମାନେ ୬୦ ଦିନ ପର୍ଯ୍ୟନ୍ତ ଅଣ୍ଡାରୁ ଶାବକ ଫୁଟିବା ପର୍ଯ୍ୟନ୍ତ ସମୁଦ୍ରରେ ଅପେକ୍ଷା କରିଥାନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ଅଣ୍ଡାରୁ ଛୁଆ ଫୁଟି ସମୁଦ୍ର ମଧ୍ୟକୁ ଯିବା ସମୟରେ ଶାବକମାନେ କୁଆ, ବିଲୁଆଙ୍କ ସମେତ ଅନ୍ୟ ଜୀବଜନ୍ତୁଙ୍କ ଗର୍ଭସ୍ଥ ହୋଇଥାନ୍ତି। ବାସ୍ତବରେ ଅନ୍ତୁଡିଶାଳରୁ ମା’ କୋଳକୁ ଫେରିବା ପୂର୍ବରୁ ସେମାନେ ସ୍ବର୍ଗଦାରକୁ ଦେଖିଛନ୍ତି।
ଚଳିତ କଇଁଛ ଋତୁରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାସୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ବଙ୍ଗୋପସାଗର ଗଭୀର ନୀଳ ଜଳରାଶିରେ ହଜାର ହଜାର ସଂଖ୍ୟାର ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଭିଡ ଜମିଛି ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି। କଇଁଛମାନେ ଗହୀରମଥାରେ ପହଞ୍ଚତ୍ ସାରିଥିବାରୁ ଏବର୍ଷ ଠିକ୍‌ ସମୟରେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରିଛନ୍ତି ପରିବେଶପ୍ରେମୀ । ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରଲର ଚଳାଚଳ ଓ ମାଛ ମାରିବାକୁ ବନ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଶାସନପେଟା, ବତିଘର, ହାୱାଖାନ ଏବଂ ଡାଙ୍ଗମାଳଠାରେ ଉପକୂଳବର୍ତ୍ତୀ ଟ୍ରଲର ମାଲିକ, ମତ୍ସ୍ୟଜୀବୀ ଏବଂ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ କଇଁଛ ସୁରକ୍ଷା କ୍ଷେତ୍ରରେ ସହଯୋଗ କରିବାକୁ ସଚେତନତା କରାଯାଇଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କୁ ପଚାରିବାରେ ଏବେ ଅଲିଭରିଡ୍‌ଲେ କଇଁଛ ମିଳନ ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ସୁରକ୍ଷା ଦାୟିତ୍ୱ ଦିଗରେ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଉଛି। କଟକଣାଠାରୁ ଏ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ମଧ୍ୟରୁ ୧୫ଟି ଟ୍ରଲର ଜବତ କରାଯାଇଛି। ଏଥିସହ ଶହେରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri