ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା ବଢୁଛିିି

କେନ୍ଦ୍ରାପଡ଼ା, ୬ା୧୧(ଜଗନ୍ନାଥ ଧଳ):ବିରଳ ଅଲିଭରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଶୁକ୍ରବାରଠାରୁ କଟକଣା ଆରମ୍ଭ ହୋଇଛି। ନଭେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି କଟକଣା ଆଗାମୀ ୭ ମାସ ଅର୍ଥାତ୍‌ ମେ ୩୧ ତାରିଖ ପର୍ଯ୍ୟନ୍ତ ରହିବ। ଏହି ସମୟରେ ସମୁଦ୍ର ତଟାଞ୍ଚଳରୁ ୨୦ କି.ମି. ଦୂର ପର୍ଯ୍ୟନ୍ତ ମାଛଧରା ବନ୍ଦ ରହିବା ସହ ଅନ୍ୟ କେତେକ କଟକଣା କାର୍ଯ୍ୟକାରୀ ହେବ। ଏ ନେଇ ବନ ବିଭାଗ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ ମଧ୍ୟ ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ସିଡ୍ୟୁଲ ୧ରେ ଥିବା ଏହି ଜୀବର ସୁରକ୍ଷାକୁ ନେଇ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବନ ବିଭାଗର ସ୍ପିଡ୍‌ ବୋଟ ଅଚଳ, ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ, ସମୁଦ୍ର ତଟରକ୍ଷା ବାହିନୀ ସହ ଭାବ ବିନିମୟରେ ଅଭାବ, ଚିଙ୍ଗୁଡି ଘେରି, ବେଆଇନ ପ୍ରବେଶ ଆଦି ଆଗନ୍ତୁକ କଇଁଛଙ୍କ ସୁରକ୍ଷା ଚିନ୍ତା ବଢ଼ାଇଛି। ସେହିପରି ତଟକ୍ଷୟ ଯୋଗୁ ପ୍ରଜନନସ୍ଥଳ କମିବା, ନିକଟସ୍ଥ ହୁଇଲର ଦ୍ୱୀପରୁ ବାରମ୍ବାର ମିଶାଇଲର ପରୀକ୍ଷଣ ହେବା ଅଲିଭରିଡ୍‌ଲେଙ୍କ ପ୍ରଜନନକୁ ପ୍ରଭାବିତ କରିବ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ପ୍ରତିବର୍ଷ ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ଅଲିଭରିଡ୍‌ଲେ ଏହି ଅଞ୍ଚଳକୁ ପ୍ରଜନନସ୍ଥଳ ଭାବେ ବାଛିବା ବିଶ୍ୱ ପ୍ରକୃତିପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୪୩୫ ବର୍ଗକି.ମି. ଏହି କଇଁଛଙ୍କ ଅନ୍ତୁଡିଶାଳ ବିଭିନ୍ନ କାରଣରୁ ଦୁର୍ବଳ ହେଉଛି। ବିରଳ କଇଁଛ ଅଲିଭରିଡ୍‌ଲେକୁ ଆଇୟୁସିଏନ୍‌ର ରେଡ୍‌ ଡାଟାବୁକ୍‌ରେ ରଖାଯାଇଛି। ୧ ହଜାର ଶାବକଙ୍କ ମଧ୍ୟରୁ ମାତ୍ର ଗୋଟିଏ ପୂର୍ଣ୍ଣ ବୟସ୍କ ହେଉଥିବା ଆଇୟୁସିଏନ୍‌ ଦର୍ଶାଇଥିବା ବେଳେ କଇଁଛ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ବନ ଓ ପରିବେଶ ବିଭାଗ ୧୯୯୭ ସେପ୍ଟେମ୍ବର ୨୭ରେ ଗହୀରମଥାର ଏହି ସାମୁଦ୍ରିକ ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ୧୪୩୫ ବର୍ଗ କି.ମି. ମଧ୍ୟରୁ ମାତ୍ର ୨୭ ବର୍ଗକି.ମି. ସ୍ଥଳଭାଗ। ତେବେ ଏହି ସ୍ଥଳଭାଗ ସାମୁଦ୍ରିକ ତଟକ୍ଷୟର ଶିକାର ହେଉଛି। ବିଗତ ବର୍ଷଗୁଡ଼ିକରେ ମାଦଳି, ବାବୁବାଲି, ଏକକୁଳା ଆଦି ସ୍ଥାନର ଆକାର କମିଛି। ଅଗରନାଶି ଦ୍ୱୀପ ସମ୍ପୂର୍ଣ୍ଣ ସମୁଦ୍ରଗର୍ଭକୁ ଚାଲି ଯାଇଛି। ପ୍ରଜନନ ସ୍ଥାନ ଅଭାବ ସହ କଇଁଛଙ୍କ ଅକାଳ ମୃତ୍ୟୁ ଏବେ ସମସ୍ୟା ହୋଇଛି। ସମୁଦ୍ର ତଟାଞ୍ଚଳରେ ବ୍ୟାପକ ଭାବେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ତଟକ୍ଷୟରୁ ସାମୟିକ ରକ୍ଷା ମିଳିବ। ଏହି ନିଷିଦ୍ଧାଞ୍ଚଳରେ ବହୁ ସମୟରେ ବେଆଇନ ମାଛଧରା ସେମାନଙ୍କ ଜୀବନ ପ୍ରତି ବିପଦ ସାଜିଛି। ବନ ବିଭାଗ ନିକଟରେ ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲରକୁ ଧରିବାକୁ ଉପଯୁକ୍ତ ଇଞ୍ଜିନ ବିଶିଷ୍ଟ ବୋଟ୍‌ ନାହିଁ। ଜିଲାରେ ତନ୍ତିଆପାଳ, ଖରିନାସୀ ଓ ଜମ୍ବୁ ସାମୁଦ୍ରିକ ଥାନା ଥିଲେ ମଧ୍ୟ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ତଟ ସୁରକ୍ଷା ବାହିନୀ ସହ ସମ୍ପର୍କ ରଖିବାରେ ବହୁ ସମୟରେ ବନ ବିଭାଗ ବିଫଳ ହେଉଛି। ତଟାଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରିରୁ ଉପତ୍ନ୍ନ ରାସାୟନିକ ବର୍ଜ୍ୟବସ୍ତୁ ଏହି ବିରଳ ଜୀବର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାର ଅଲିଭରିଡ୍‌ଲେଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ପ୍ରଚାର ପ୍ରସାର ପାଇଁ ଏହି ଜୀବକୁ ମାସ୍‌କଟ ଭାବେ ବ୍ୟବହାର କରୁଥିବାବେଳେ ଇକୋ ଟ୍ୟୁରିଜମ ପାଇଁ ବ୍ୟବସ୍ଥା କରିଛନ୍ତି। ତେବେ ଏହା ଗହୀରମଥାରେ କାର୍ଯ୍ୟକାରୀ ହେଉ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବିରଳ ଅଲିଭରିଡ୍‌ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ସମୁଦ୍ର ତଟାଞ୍ଚଳର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇଛି। ସେଠାରେ ସୁରକ୍ଷା କର୍ମୀ ଅନବରତ ରହୁଛନ୍ତି। ସେହିପରି ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ସମୁଦ୍ରର ନିଷିଦ୍ଧାଞ୍ଚଳ ମଧ୍ୟକୁ କଟକଣା ସମୟରେ ୨୦୨୩ରେ ବେଆଇନ ପ୍ରବେଶ ସମୟରେ ୭୦ରୁ ଊର୍ଦ୍ଧ୍ୱ ବୋଟ୍‌ ଓ ଟ୍ରଲରକୁ ଜବତ କରାଯାଇଥିବା ବେଳେ ୩ଶହରୁ ଅଧିକ ମତ୍ସ୍ୟଜୀବୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଚଳିତ କଟକଣା ସମୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri