ଅଲିଭ୍‌ ରିଡ୍‌ଲେଙ୍କୁ ବାଉଁଶ ଟାଓ୍ବାର ବିପଦ

ମହାକାଳପଡ଼ା,୧୮ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ୨୦୨୪ ନଭେମ୍ବର ୧ରୁ ୨୦୨୫ ମେ ୩୧ ପର୍ଯ୍ୟନ୍ତ ୭ ମାସ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ମାଛ ଧରିବାକୁ ଟ୍ରଲର, ଡଙ୍ଗା ଓ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ହେଲେ ବ୍ଲକର ତନ୍ତିଆପାଳ, ରଟପଙ୍କ, ଶାସନପେଟା, ନରସିଂହପୁର ଓ ସୁନିତି ଗଁାର କେତେଜଣ ମତ୍ସ୍ୟଜୀବୀ ଓ ଗହୀରମଥା ରେଞ୍ଜ କାର୍ଯ୍ୟାଳୟରେ ଥିବା ଅସ୍ଥାୟୀ କର୍ମଚାରୀଙ୍କ ଘରେ ୨୦ରୁ ଊର୍ଦ୍ଧ୍ୱ ବାଉଁଶରେ ବେତାର ଯନ୍ତ୍ର ଖଞ୍ଜି ସେଥିରୁ ବାହାରକୁ ଗୁପ୍ତରେ ତଥ୍ୟ ଓ ବାର୍ତ୍ତା ପହଞ୍ଚାଯାଉଛି। ଟାଓ୍ବାର ଭାବେ ବ୍ୟବହୃତ ଏହି ଉଚ୍ଚ କ୍ଷମତାସମ୍ପନ୍ନ ଯନ୍ତ୍ର ଜରିଆରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭୌଗୋଳିକ ଅବସ୍ଥିତିର ଟିକିନିଖି ଖବର ବାହାର ଅଞ୍ଚଳ ଟ୍ରଲରର ମତ୍ସ୍ୟଜୀବୀଙ୍କୁ ଜଣାଇ ଦିଆଯାଉଛି। ସେହିପରି ଟାୱାର ନିର୍ମାଣଠାରୁ ତନ୍ତିଆପାଳ ସାମୁଦ୍ରିକ ଥାନା ୧ କି.ମି. ଦୂରରେ ରହିଛି। ଏଥିରେ ପୋଲିସର ନୀରବତା ସନ୍ଦେହ ସୃଷ୍ଟି କରିଛି। ଏ ସମ୍ପର୍କରେ ଗୋଇନ୍ଦା ବିଭାଗ ପାଖରେ ମଧ୍ୟ କୌଣସି ସୂଚନା ନ ଥିବାରୁ ରାଜ୍ୟ ଓ ଦେଶ ପାଇଁ ବିପଦ ସୃଷ୍ଟି ହୋଇଛି। ଏହାକୁ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଛି।
ସୂଚନାଯୋଗ୍ୟ, ଉପରୋକ୍ତ ୫ଟି ଗଁାର ପରିବାରର ୫୦୦ ମତ୍ସ୍ୟଜୀବୀ ବାଲେଶ୍ୱର, ଭଦ୍ରକ, ଦୀଘା, ପଶ୍ଚିମବଙ୍ଗ ଅଞ୍ଚଳ ଟ୍ରଲରରେ କାମ କରୁଛନ୍ତି। ନିଷିଦ୍ଧାଞ୍ଚଳ ମଧ୍ୟରେ କୌଣସି ଟ୍ରଲର ମାଛ ଧରୁଥିବା ସୂଚନା ପାଇ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ସମୁଦ୍ରକୁ ଯିବାବେଳକୁ ଏମାନେ ଉକ୍ତ ଟ୍ରଲରକୁ ଆଗୁଆ ସୂଚନା ଦେଇଦେଉଛନ୍ତି। ଫଳରେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ସମୁଦ୍ରରେ ପହଞ୍ଚତ୍ବାବେଳକୁ ଟ୍ରଲରଗୁଡ଼ିକ ନିଷିଦ୍ଧାଞ୍ଚଳ ଛାଡ଼ି ବାହାରକୁ ଚାଲି ଯାଉଛନ୍ତି। ସେମାନେ ନିରାଶ ହୋଇ ଫେରୁଛନ୍ତି। ଏହି ଟ୍ରଲର ମାଡ଼ ଓ ଗାଞ୍ଜ ଜାଲରେ ଫସି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଜୀବନ ଯାଉଛି। ଗତ ସପ୍ତାହରେ ଗହୀରମଥା ଅଭୟାରଣ୍ୟ ଅଞ୍ଚଳର ଲଞ୍ଚ୍‌ଖୋଲା ସମୁଦ୍ର ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତଦେହ ଲାଗିଥିଲା। ଏହି କାର୍ଯ୍ୟରେ ଟାଓ୍ବାର କରିଥିବା ଅସ୍ଥାୟୀ ବନ କର୍ମଚାରୀ ଓ ମତ୍ସ୍ୟଜୀବୀଙ୍କ ପରିବାର ଲୋକ ସହଯୋଗ କରୁଥିବା ସୋମବାର ବନ ବିଭାଗ ପକ୍ଷରୁ ହୋଇଥିବା କଇଁଛ ସୁରକ୍ଷା ସଚେତନତା ଶିବିରରେ ପାରମ୍ପରିକ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଥିଲେ।
ପୂର୍ବରୁ ମଧ୍ୟ ଏଠାରେ ବାଂଲାଦେଶୀମାନେ ଜମ୍ବୁ ଓ କଳତୁଙ୍ଗାଠାରେ ନକଲି ରେଡିଓ ଷ୍ଟେଶନ, ପିତାପାଟରେ ନକଲି ଟଙ୍କା ଛପାଯିବା, ୨୦୦୪-୦୫ ମସିହାରେ ସ୍କୁଲ ଘେରିଠାରେ ନିଶାଦ୍ରବ୍ୟ ବ୍ୟବସାୟୀ ସହ ବନ୍ଧୁକ, ଚରସ୍‌, କୋକେନ୍‌ ଆଦି ସିଧା ବାଂଲାଦେଶରୁ ଅଣାଯାଇ ଏହି ଅଞ୍ଚଳରେ ବେଆଇନ କାରବାର ଚାଲିଥିଲା। ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି, ଗହୀରମଥା ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଭାବେ ଟାୱାର ନିର୍ମାଣ ହେବା ଦ୍ୱାରା ସାମୁଦ୍ରିକ ଅଭୟାରଣ୍ୟ ପାଇଁ ବିପଦ ସୃଷ୍ଟି କରିଛି। ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେଉ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ଏହା ଏକ ଗୁରୁତର ସମ୍ବେଦନଶୀଳ ଘଟଣା। ଏସ୍‌ପି ଏବଂ ଡିଏଫ୍‌ଓଙ୍କ ସହ କଥା ହୋଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏସ୍‌ପିଙ୍କୁ ଜଣାଇଛି ବୋଲି ସେ କହିଛନ୍ତି। ଏ ନେଇ ତନ୍ତିଆପାଳ ସାମୁଦ୍ରିକ ଥାନା ସବ୍‌ଇନ୍ସପେକ୍ଟର ଲକ୍ଷ୍ମଣ ମିଶ୍ରଙ୍କୁ ପଚାରିବାରେ ଆମ ପାଖକୁ ଏ ନେଇ ଉପରୁ କୌଣସି ସୂଚନା ଆସିନାହିଁ। ଯଦି ଆସେ, ତେବେ ତଦନ୍ତ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri