ଓଲିଙ୍କ ବିବାଦୀୟ ମନ୍ତବ୍ୟ: ଶ୍ରୀରାମ ନେପାଳୀ

କାଠମାଣ୍ଡୁ, ୧୪।୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ଚାଇନା ଏବଂ ପାକିସ୍ତାନର ସମର୍ଥକ ପାଲଟି ଥିବା ଓଲି ଏବେ ଭାରତୀୟଙ୍କୁ ଆଘାତ ଦେବାଭଳି କଥା କହିଛନ୍ତି। ଏଭଳି କରି ଓଲି ହରଡ଼ଘଣାରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନିବାସରେ ଭାନୁ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି କହିଛନ୍ତି ଯେ, ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ରହିଛି। ତେଣୁ ଶ୍ରୀରାମ ହେଉଛନ୍ତି ନେପାଳୀ।  ଉତ୍ତରପ୍ରଦେଶର ଅଯୋଧ୍ୟା ଶ୍ରୀରାମଙ୍କ ଜନ୍ମସ୍ଥାନ ନୁହେଁ। ଶ୍ରୀରାମଙ୍କ ଜନ୍ମ ନେପାଳର ବାଲ୍ମୀକି ଆଶ୍ରମ ନିକଟରେ ହୋଇଥିବା ଓଲି ଯୁକ୍ତି ଦର୍ଶାଇଛନ୍ତି। ଓଲିଙ୍କ ଏଭଳି ମନ୍ତବ୍ୟକୁ ନେପାଳରେ ମଧ୍ୟ ବିରୋଧ କରାଯାଇଛି। ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ପକ୍ଷରୁ ଓଲିଙ୍କୁ ମଧ୍ୟ ବିରୋଧ କରାଯାଇଛି।

Share