ହକି ମାସ୍କଟରେ ଓଲି ହସୁଛି, ଗହୀରମଥାରେ ମରୁଛି

ଜଗନ୍ନାଥ ଧଳ
କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ପରେ ଏହାର ଡେମୋ କପ କେନ୍ଦ୍ରାପଡ଼ା ଜିଲାକୁ ସୋମବାର ଆସିଛି। ୨ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ସ୍ବାଗତ କରାଯାଇଛି। ଏହି ଅବସରରେ ହକିର ମାସ୍କଟ ଓଲିକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ ମାସ୍କଟ ଓଲି ସହ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସେଲଫି ଉଠାଉଛନ୍ତି। ଅପରପକ୍ଷରେ ଓଲିର ଅନ୍ତୁଡିଶାଳ ଭାବେ ବିଶ୍ୱରେ ପରିଚିତ ଗହୀରମଥା ଏହି ଜୀବଙ୍କ ଶ୍ମଶାନ ପାଲଟିଛି। ତଟକ୍ଷୟ ଅନ୍ତୁଡିଶାଳକୁ ସୀମିତ କରୁଛି। ସେହିପରି ସୀମିତ ସ୍ଥାନ ହେତୁ ଅଣ୍ଡା ନଷ୍ଟ ହେବା ସହ କୁଆ, କୁକୁର, କୋକିଶିଆଳିଙ୍କ ଆହାର ହେଉଛି। ସମୁଦ୍ରରେ ମଧ୍ୟ ବିପଦ କମୁନାହିଁ। ସାମୁଦ୍ରିକ ଜୀବଙ୍କ ଆହାର ସହ ବୋଟ, ଟ୍ରଲରର ଜାଲ ମାଡରେ ଜୀବନ ଯାଉଛି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ପ୍ରଭୁ ପ୍ରସାଦ ମହାପାତ୍ର, ଅଶୋକ ସ୍ବାଇଁ, ସମରେନ୍ଦ୍ର ମାହାଳି କହିଛନ୍ତି ଯେ, ଇଣ୍ଟର ନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ) ରେଡ ଡାଟା ଲିଷ୍ଟରେ ଅଲିଭ୍‌ ରିଡ୍‌ଲେ ରହିଛି। ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ରେ ଅଲିଭ୍‌ ରିଡ୍‌ଲେକୁ ସିଡ୍ୟୁଲ ୧ରେ ରଖାଯାଇ ଏହାର ସୁରକ୍ଷା ଯୋଗାଇ ଦିଆଯାଉଛି। ଏହାସହ ଓଡ଼ିଶା ମେରାଇନ ଫିଶିଂ ରେଜ୍ୟୁଲେଶନ ଆକ୍ଟ ୧୯୮୧ରେ ତଟଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ନୋ ଫିଶିଂ ଜୋନ, ପରିବେଶ ସୁରକ୍ଷା ଆଇନ ୧୯୮୬, କୋଷ୍ଟାଲ ରେଜ୍ୟୁଲେଶନ ଜୋନ ୧, ୨, ୩ ଏବଂ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଇନ ୧୯୮୨ ପରି ଏହି ବିରଳ ଜୀବଙ୍କ ସୁରକ୍ଷା ପ୍ରଦାନ କରୁଛି।
ଜାତୀୟ ଉଦ୍ୟାନ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସୁରକ୍ଷା ଓ ପ୍ରଜନନ ସମ୍ପର୍କରେ ଅନୁଧ୍ୟାନ ପାଇଁ ବରିଷ୍ଠ ପ୍ରାଣୀ ବିଶେଷଜ୍ଞ ଡ. ଏଚ. ଆର. ବର୍ଣ୍ଣାଡ ୧୯୭୪ ଜାନୁୟାରୀ ୨ରେ ଆସିଥିଲେ। ଏହି ସମୟରେ ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମାଗମକୁ ଦେଖି ବିଶ୍ୱସ୍ତରରେ ଏ ସମ୍ପର୍କରେ ବାର୍ତ୍ତା ପହଞ୍ଚାଇଥିଲେ। ଏହାର ସୁରକ୍ଷା ପାଇଁ ୧୯୯୭ ମସିହାରେ ଗହୀରମଥାର ୧୪୩୫ ବର୍ଗ କିଲୋମିଟର ସାମୁଦ୍ରିକ ଅଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିଲା। ନିଜର ରଙ୍ଗ ପାଇଁ ଅଲିଭ୍‌ ରିଡ୍‌ଲେ ସ୍ବତନ୍ତ୍ର ଭାବେ ଜଣାପଡେ। ଏହାସହ ଏମାନଙ୍କ ଓଜନ ୫୫ରୁ ୬୫ କେଜି ମଧ୍ୟରେ ସୀମିତ। ସେହିପରି ପ୍ରକୃତିର ଏହି ବିସ୍ମୟ ଜୀବ ଗହୀରମଥାକୁ ନଭେମ୍ବରରୁ ଆସି ମେ ମାସ ଶେଷ ମଧ୍ୟରେ ସମୁଦ୍ରକୁ ଫେରିଥାନ୍ତି। ଅବଶିଷ୍ଟ ସମୟର ଜୀବନ ପ୍ରଣାଳୀକୁ ଜାଣିବା ପାଇଁ ସାମୁଦ୍ରିକ ଗବେଷଣାଗାର ନିମନ୍ତେ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲାରେ ପ୍ରତିଷ୍ଠା ହୋଇପାରିଲା ନାହିଁ। ସେହିପରି ପୂର୍ଣ୍ଣ ଯୌବନ ପ୍ରାପ୍ତ ଓ ଶାବକ କଇଁଛଙ୍କ ବ୍ୟତୀତ ଗହୀରମଥା ଅଞ୍ଚଳରେ ଏହି ପ୍ରଜାତିଙ୍କୁ କେବେ ବି ଦେଖିବାକୁ ମିଳୁନାହିଁ। ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ସମୁଦ୍ରରେ ମିଳନ ପର୍ବ ପରେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସମୁଦ୍ର ଢେଉଠାରୁ ପ୍ରାୟ ୧୫୦ ମିଟର ଦୂର ବେଳାଭୂମିରେ ମାଆ କଇଁଛ ଆଗ ୨ ଗୋଡରେ ବାଲି ଆଡେଇ ଥାଏ। ପରେ ସେଠାରେ ୧୦୦ରୁ ୧୮୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ଅଣ୍ଡାକୁ ବାଲିରେ ଘୋଡାଇ ମାଆ କଇଁଛ ସମୁଦ୍ରକୁ ଫେରି ଯାଇଥାଏ। ମେ ଶେଷ ସୁଦ୍ଧା ଅଣ୍ଡାରୁ ଶାବକ ବାହାରି ମାଆଙ୍କ ପଥ ଅନୁସରଣ କରିଥାନ୍ତି। ସମ୍ପ୍ରତି ଏହି ଜୀବଙ୍କ ଅଣ୍ଡା ସୁରକ୍ଷା ଏକ ଚିନ୍ତାର ବିଷୟ ହୋଇଛି। ତଟକ୍ଷୟ ଯୋଗୁ ଅଗରନାଶୀ ଦ୍ୱୀପ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ଗହୀରମଥାର ବିଭିନ୍ନ ବେଳାଭୂମି ସଙ୍କୁଚିତ ହୋଇଛି। ଲକ୍ଷାଧିକ କଇଁଛ ଅଣ୍ଡା ଦେଇ ଫେରିବା ପରେ ଅନ୍ୟ କଇଁଛ ସେହି ସ୍ଥାନକୁ ଆଡେଇ ଅଣ୍ଡାଦାନ କରୁଛନ୍ତି। ଫଳରେ ପୂର୍ବ ଅଣ୍ଡାଗୁଡିକ ନଷ୍ଟ ହେଉଛି। ୧୯୮୭ ମସିହାଠାରୁ ସେଣ୍ଟ୍ରାଲ ଆମେରିକାର କୋଷ୍ଟାରିକା ଦ୍ୱୀପରେ ସ୍ଥାନୀୟ ଲୋକଙ୍କୁ ପ୍ରଥମ ୩୬ ଘଣ୍ଟା ମଧ୍ୟରେ କଇଁଛଙ୍କ ଅଣ୍ଡା ସଂଗ୍ରହ ପାଇଁ ଅନୁମତି ମିଳୁଛି। ସେହିପରି ବ୍ୟବସ୍ଥା କରାଗଲେ ଜିଲାକୁ ଆର୍ଥିକ ସହଯୋଗ ମିଳିବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଗହୀରମଥା ରେଞ୍ଜର ମାନସ କୁମାର ଦାସଙ୍କୁ ପଚାରିବାରେ ନଭେମ୍ବରଠାରୁ ମେ ମାସ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଅଲିଭ୍‌ ରିଡେଲ ପାଇଁ ମତ୍ସ୍ୟଜୀବୀଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ବନ ବିଭାଗ ପକ୍ଷରୁ ଅଲିଭ୍‌ ରିଡେ୍‌ଲ କଇଁଛ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri