ଦେଶ ଛାଡ଼ି ପଳାଇଲେ ଓଲି! ନେପାଳରେ ଉଗ୍ରରୂପ ନେଲା ହିଂସା

କାଠମାଣ୍ଡୁ,୧୦।୯: ନେପାଳ ବର୍ତ୍ତମାନ ଏକ ବଡ଼ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ଦେଇ ଗତି କରୁଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବଢ଼ୁଥିବା ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପରିସ୍ଥିତି ଏତେ ଖରାପ ହୋଇଛି, ମଙ୍ଗଳବାର ରାତିରୁ ସମଗ୍ର ଦେଶର କମାଣ୍ଡ ନେପାଳୀ ସେନା ନେଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବା ପରେ ଦେଶ ଛାଡି ଦୁବାଇ ପଳାଇ ଯାଇଛନ୍ତି। ଜଣେ ନେପାଳୀ ଏୟାର ହୋଷ୍ଟେସ ବିମାନବନ୍ଦରରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଦାବି କରାଯାଇଛି ଯେ, ଓଲି କାଠମାଣ୍ଡୁରୁ ଦୁବାଇ ଚାଲିଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ପ୍ରତିବାଦକାରୀଙ୍କ କ୍ରୋଧକୁ ଆହୁରି ବୃଦ୍ଧି କରୁଛି।

କୁହାଯାଉଛି ଯେ ଓଲି ଦେଶ ଛାଡିବା ପାଇଁ ସେନାଠାରୁ ସାହାଯ୍ୟ ମାଗିଥିଲେ। ସେ ଚିକିତ୍ସା ବାହାନାରେ ଦୁବାଇ ଯାଇଛନ୍ତି। ହିମାଳୟ ଏୟାରଲାଇନ୍ସର ଏକ ଜେଟ ମଧ୍ୟ ତାଙ୍କ ପାଇଁ ପ୍ରସ୍ତୁତ ରଖାଯାଇଥିଲା। ଏହି ସମୟରେ, ଲଳିତପୁରର ଭୈସେପତି ଅଞ୍ଚଳରେ ହେଲିକପ୍ଟର ଉଡ଼ୁଥିବା ଦେଖାଯିବା ପରେ ଏହି କଳ୍ପନାଜଳ୍ପନା ଅଧିକ ଜୋର ଧରିଛି।

ସୂଚନାଯୋଗ୍ୟ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ନେପାଳ ସରକାର ନିଷେଧାଦେଶ ଲଗାଇବା ପରେ ଦେଶରେ ବିଦ୍ରୋହର ନିଆଁ ଜଳିଛି। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସୋମବାର ଅନେକ ହଜାର ଯୁବ ଛାତ୍ର ବିକ୍ଷୋଭରେ ସାମିଲ ହେବା ପରେ ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିବାରୁ ୨ ଦିନରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ୩୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କେତେଜଣ ସ୍କୁଲ ପିଲା ରହିଛନ୍ତି। ଏପରି କି ସୁରକ୍ଷା ଯବାନମାନେ ହସ୍ପିଟାଲରେ ପ୍ରବେଶ କରି ଚିକିତ୍ସିତ ହେଉଥିବା ଆହତମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଦୁର୍ନୀତି ବିରୋଧରେ କହିବାରୁ ମହିଳା ଓ ଝିଅମାନଙ୍କୁ ସେମାନଙ୍କ ଘରେ ବଳାତ୍କାର କରାଯାଇଥିଲା। ଏହି ଘଟଣା ଆନ୍ଦୋଳନକାରୀଙ୍କୁ ଆହୁରି କ୍ରୋଧିତ କରିଥିଲା। ସ୍ଥିତି ସୁଧାରିିବାକୁ ଯାଇ ସରକାର ଆନ୍ଦୋଳନକାରୀଙ୍କ ଆଗରେ ମୁଣ୍ଡ ନୁଆଁଇ ସୋମବାର ବିଳମ୍ବିତ ରାତିରେ ସୋସିଆଲ୍‌ ମିଡିଆ ଉପରେ ଲଗାଇଥିବା ନିଷେଧାଦେଶ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ କ୍ରୋଧ ପ୍ରଶମିତ ହୋଇନାହିଁ। ମଙ୍ଗଳବାର ଆନ୍ଦୋଳନ ଆହୁରି ବ୍ୟାପକ ହେବା ସହ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ପାର୍ଲାମେଣ୍ଟ ଭବନ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି। ଏପରିକି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ମଧ୍ୟ ଜାଳି ଦେଇଛନ୍ତି। ଦେଶରେ ରାଜନୈତିକ ଅଚଳାବସ୍ଥା ଦେଖାଦେଇଥିବାବେଳେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍‌ ଏବଂ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ବ୍ୟାପକ ଆନ୍ଦୋଳନ ନେପାଳକୁ ଦୋହଲାଇ ଦେଇଛି। ରାଜନୈତିକ ନେତୃତ୍ୱର ଅନୁପସ୍ଥିତିରେ ନେପାଳୀ ସେନା ଦେଶର ସୁରକ୍ଷା ସ୍ଥିତି ନିଜ ହାତକୁ ନେଇଥିବା ଏକ ବିବୃତିରେ କହିଛି। ଆନ୍ଦୋଳନକାରୀ ଆଲୋଚନା ଜରିଆରେ ସଙ୍କଟର ସମାଧାନ ପାଇଁ ନେପାଳୀ ସେନା ଏବଂ ଅନ୍ୟ ସୁରକ୍ଷା ସଂସ୍ଥାର ମୁଖ୍ୟମାନେ ମଙ୍ଗଳବାର ମିଳିତ ଭାବେ ନିବେଦନ କରିଛନ୍ତି। ରାଜନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ମାର୍ଗ ଖୋଜିବା ପାଇଁ ସେମାନେ ରାଜନୈତିକ ଦଳଗୁଡ଼ିକୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri