ଦେଶ ଛାଡ଼ି ପଳାଇଲେ ଓଲି! ନେପାଳରେ ଉଗ୍ରରୂପ ନେଲା ହିଂସା

କାଠମାଣ୍ଡୁ,୧୦।୯: ନେପାଳ ବର୍ତ୍ତମାନ ଏକ ବଡ଼ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ଦେଇ ଗତି କରୁଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବଢ଼ୁଥିବା ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପରିସ୍ଥିତି ଏତେ ଖରାପ ହୋଇଛି, ମଙ୍ଗଳବାର ରାତିରୁ ସମଗ୍ର ଦେଶର କମାଣ୍ଡ ନେପାଳୀ ସେନା ନେଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବା ପରେ ଦେଶ ଛାଡି ଦୁବାଇ ପଳାଇ ଯାଇଛନ୍ତି। ଜଣେ ନେପାଳୀ ଏୟାର ହୋଷ୍ଟେସ ବିମାନବନ୍ଦରରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଦାବି କରାଯାଇଛି ଯେ, ଓଲି କାଠମାଣ୍ଡୁରୁ ଦୁବାଇ ଚାଲିଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ପ୍ରତିବାଦକାରୀଙ୍କ କ୍ରୋଧକୁ ଆହୁରି ବୃଦ୍ଧି କରୁଛି।

କୁହାଯାଉଛି ଯେ ଓଲି ଦେଶ ଛାଡିବା ପାଇଁ ସେନାଠାରୁ ସାହାଯ୍ୟ ମାଗିଥିଲେ। ସେ ଚିକିତ୍ସା ବାହାନାରେ ଦୁବାଇ ଯାଇଛନ୍ତି। ହିମାଳୟ ଏୟାରଲାଇନ୍ସର ଏକ ଜେଟ ମଧ୍ୟ ତାଙ୍କ ପାଇଁ ପ୍ରସ୍ତୁତ ରଖାଯାଇଥିଲା। ଏହି ସମୟରେ, ଲଳିତପୁରର ଭୈସେପତି ଅଞ୍ଚଳରେ ହେଲିକପ୍ଟର ଉଡ଼ୁଥିବା ଦେଖାଯିବା ପରେ ଏହି କଳ୍ପନାଜଳ୍ପନା ଅଧିକ ଜୋର ଧରିଛି।

ସୂଚନାଯୋଗ୍ୟ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ନେପାଳ ସରକାର ନିଷେଧାଦେଶ ଲଗାଇବା ପରେ ଦେଶରେ ବିଦ୍ରୋହର ନିଆଁ ଜଳିଛି। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସୋମବାର ଅନେକ ହଜାର ଯୁବ ଛାତ୍ର ବିକ୍ଷୋଭରେ ସାମିଲ ହେବା ପରେ ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିବାରୁ ୨ ଦିନରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ୩୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କେତେଜଣ ସ୍କୁଲ ପିଲା ରହିଛନ୍ତି। ଏପରି କି ସୁରକ୍ଷା ଯବାନମାନେ ହସ୍ପିଟାଲରେ ପ୍ରବେଶ କରି ଚିକିତ୍ସିତ ହେଉଥିବା ଆହତମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଦୁର୍ନୀତି ବିରୋଧରେ କହିବାରୁ ମହିଳା ଓ ଝିଅମାନଙ୍କୁ ସେମାନଙ୍କ ଘରେ ବଳାତ୍କାର କରାଯାଇଥିଲା। ଏହି ଘଟଣା ଆନ୍ଦୋଳନକାରୀଙ୍କୁ ଆହୁରି କ୍ରୋଧିତ କରିଥିଲା। ସ୍ଥିତି ସୁଧାରିିବାକୁ ଯାଇ ସରକାର ଆନ୍ଦୋଳନକାରୀଙ୍କ ଆଗରେ ମୁଣ୍ଡ ନୁଆଁଇ ସୋମବାର ବିଳମ୍ବିତ ରାତିରେ ସୋସିଆଲ୍‌ ମିଡିଆ ଉପରେ ଲଗାଇଥିବା ନିଷେଧାଦେଶ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ କ୍ରୋଧ ପ୍ରଶମିତ ହୋଇନାହିଁ। ମଙ୍ଗଳବାର ଆନ୍ଦୋଳନ ଆହୁରି ବ୍ୟାପକ ହେବା ସହ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ପାର୍ଲାମେଣ୍ଟ ଭବନ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି। ଏପରିକି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ମଧ୍ୟ ଜାଳି ଦେଇଛନ୍ତି। ଦେଶରେ ରାଜନୈତିକ ଅଚଳାବସ୍ଥା ଦେଖାଦେଇଥିବାବେଳେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍‌ ଏବଂ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ବ୍ୟାପକ ଆନ୍ଦୋଳନ ନେପାଳକୁ ଦୋହଲାଇ ଦେଇଛି। ରାଜନୈତିକ ନେତୃତ୍ୱର ଅନୁପସ୍ଥିତିରେ ନେପାଳୀ ସେନା ଦେଶର ସୁରକ୍ଷା ସ୍ଥିତି ନିଜ ହାତକୁ ନେଇଥିବା ଏକ ବିବୃତିରେ କହିଛି। ଆନ୍ଦୋଳନକାରୀ ଆଲୋଚନା ଜରିଆରେ ସଙ୍କଟର ସମାଧାନ ପାଇଁ ନେପାଳୀ ସେନା ଏବଂ ଅନ୍ୟ ସୁରକ୍ଷା ସଂସ୍ଥାର ମୁଖ୍ୟମାନେ ମଙ୍ଗଳବାର ମିଳିତ ଭାବେ ନିବେଦନ କରିଛନ୍ତି। ରାଜନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ମାର୍ଗ ଖୋଜିବା ପାଇଁ ସେମାନେ ରାଜନୈତିକ ଦଳଗୁଡ଼ିକୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?