Posted inଫୁରସତ

‘ମେରେ ସପନୋ କି ରାନୀ’ ଗୀତରେ ରାଜେଶ ଖନ୍ନାଙ୍କ ଷ୍ଟାଇଲରେ ଡ୍ୟାନ୍ସ କଲେ ବୃଦ୍ଧ, ଝୁମି ଉଠିଲା ସୋସିଆଲ ମିଡିଆ

କୁହାଯାଏ ସାନ ହେଉ କି ବଡ ବୟସ କୌଣସି କାମରେ ଛାପ ପକାଇ ପାରେନି। ସୁସ୍ଥ ଓ ଖୁସମିଜାଜ ହୃଦୟଟେ ପାଇଁ ସବୁବେଳେ ଖୁସି ରହିବା ଦରକାର। ବୟସ ତ ସଂଖ୍ୟା ମାତ୍ର। ତେଣୁ ଯେତେଦିନ ବି ବଞ୍ଚିବା ଖୁସିର ସହ ବଞ୍ଚିବାକୁ ଚେଷ୍ଟା କରିବା। କିଛି ଏହିପରି ଖୁସମିଜାଜର ଲୋକ ହେଉଛନ୍ତି ଜଣେ ବୃଦ୍ଧ। କହିବାକୁ ଗଲେ ତାଙ୍କଠାରେ ବୟସ ହାର ମାନି ସାରିଛି। ବୃଦ୍ଧଙ୍କର ଦମଦାର ଡ୍ୟାନ୍ସ ସୋସିଆଲ ମିଡିଆରେ ଧୁମ୍‌ ମଚେଇ ଦେଇଛି। ତାଙ୍କ ଡ୍ୟାନ୍ସରେ ବହୁ ୟୁଜର୍ସ ତାଙ୍କ ଫ୍ୟାନ୍ସ ହୋଇଯାଛନ୍ତି।

ବିଜୟ ଖାରୋତ ନାମକ ବ୍ୟକ୍ତିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୟସର ଅପରାହ୍ଣରେ ଥାଇ ବି ତାଙ୍କର ଯୁବାବସ୍ଥା ଭଳି ଜୋଶ ରହିଛି। ଅନୁମାନ କରାଯାଉଛି କି, ଚାକିରିରୁ ଅବସର ପରେ ତାଙ୍କ ସାଙ୍ଗମାନଙ୍କ ସହ ଏକାଠି ସମୟ ବିତାଉଛନ୍ତି। ଏହି ସମୟରେ ସମସ୍ତଙ୍କର ଚିତ୍ତ ବିନୋଦନ ପାଇଁ ରୋମାଣ୍ଟିକ ଅନ୍ଦାଜରେ ରାଜେଶ ଖନ୍ନାଙ୍କ ଷ୍ଟାଇଲରେ ଡ୍ୟାନ୍ସ କରୁଛନ୍ତି। ପାଖରେ ବସିଥିବା ସବୁ ବନ୍ଧୁ ତାଙ୍କଉ ଉତ୍ସାହ ଦେବା ସହ ଖୁବ ଏନଞ୍ଜୟ ମଧ୍ୟ କରୁଛନ୍ତି। ଡ୍ୟାନ୍ସବେଳେ ବୃଦ୍ଧ ଜବରଦସ୍ତ ଏକ୍ସପ୍ରେଶନ ଦେବା ସହ ଚମତ୍କାର ଡ୍ୟାନ୍ସ କରୁଛନ୍ତି। ସୋସିଆଲ ମିଡିଆରେ ଭିଡିଓଟିକୁ ୟୁଜର୍ସ ଖୁବ୍‌ ପସନ୍ଦ କରିବା ସହ ତାଙ୍କ ଫ୍ୟାନ ହୋଇଯାଇଛନ୍ତି।

 

View this post on Instagram

 

A post shared by Vijay Kharote (@kharotevijay)


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri