Posted inଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ସମସ୍ତ ଜମିବାଡି କରିଦେବାକୁ ଚାହୁଁଛନ୍ତି ଏହି ମହିଳା

ଲକ୍ଷ୍ନୌ,୩।୧୨: ଉତ୍ତରପ୍ରଦେଶର ମୌନପୁରୀ ତହସିଲରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନିଜର ସମସ୍ତ ଜମି କରିବାକୁ ତହସିଲରେ ପହଞ୍ଚିଥିଲେ। ଏହା ଦେଖି ଉପସ୍ଥିତ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ସେ ତାଙ୍କର ସମସ୍ତ ଜମି କରିବେ ବୋଲି ମହିଳା କହିଛନ୍ତି। ଏହା ପଛର କାରଣ ଭାବପ୍ରବଣତା ଅଟେ। ବିକାଶ ବ୍ଲକ କିଶନିର ଚିତ୍ରୟାନ ଗ୍ରାମରୁ ଆସିଥିବା ପୁରନ ଲାଲଙ୍କ ସ୍ତ୍ରୀ ୮୫ ବର୍ଷୀୟା ବିଟନ ଦେବୀ ତହସିଲର ଓକିଲ କୃଷ୍ଣ ପ୍ରତାପ ସିଂଙ୍କ ନିକଟରେ ପହଞ୍ଚିଥିଲେ। ସେ ଓକିଲଙ୍କୁ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ତାଙ୍କୁ ୧୨ ବିଘା ଜମି ଦେବାକୁ ଚାହୁଁଛନ୍ତି। ଓକିଲମାନେ ତାଙ୍କ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଡି ବସିଥିଲେ। ସେ କହିଥିଲେ ମୋ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି, ଦୁଇ ପୁଅ ମୋ ଯତ୍ନ ନେଉନାହାନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ପେନଶନ୍‌ରେ ଚଳୁଛି। ତେଣୁ ମୋ ନାଁରେ ଥିବା ଜମିବାଡି ମୁଁ ପ୍ରଧାନମନ୍ତ୍ରୀଙ୍କ ନାଁରେ କରିବାକୁ ଚାହୁଁଛି। ଓକିଲମାନେ ମହିଳାଙ୍କ କଥା ଶୁଣି ବୁଝାବାକୁ ଚେଷ୍ଟା କରିଥିଲେ। ସେ ନ ଶୁଣିବାରୁ ଉପଜିଲାପାଳଙ୍କ ଏନେଇ କଥା ହେବେ ବୋଲି ମହିଳାଙ୍କୁ ଓକିଲମାନେ ଆଶ୍ୱାସନା ଦେଇ ଘରକୁ ପଠାଇଥିଲେ। କିନ୍ତୁ ଦୁଇଦିନ ମହିଳା ଜଣଙ୍କୁ ପୁଣି ଥରେ ତହସିଲ ଆସି ନିଜ କଥା ଦୋହରାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

ନିର୍ବାଚନ ପୂର୍ବରୁ ‘ଫ୍ରିବିଜ୍, ରାଜ୍ୟଗୁଡ଼ିକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

ମା’ଝିଅଙ୍କୁ ଜାଳିଦେଲେ ସମ୍ପର୍କୀୟ: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାଞ୍ଚି,୧୯ା୨:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କାଲାଇୟା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ହତ୍ୟା…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri