Posted inଜାତୀୟ

“ପୁରୁଣା ଅସ୍ତ୍ରଶସ୍ତ୍ରରେ ନୂଆ ଯୁଦ୍ଧ ଜିତାଯାଇ ପାରିବ ନାହିଁ”; ଅପରେଶନ ସିନ୍ଦୁର ପରେ ଶେଷରେ ସିଡିଏସ ପ୍ରକାଶ କଲେ କ୍ଷୋବ

ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନିଲ ଚୌହାନ ଆଧୁନିକ ଯୁଦ୍ଧରେ ଡ୍ରୋନ ଓ କାଉଣ୍ଟର-ୟୁଏଭି ସମର୍ଥନର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି। ନୂଆଦିଲ୍ଲୀର ମାନେକଶ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, “ପୁରୁଣା ଅସ୍ତ୍ରଶସ୍ତ୍ରରେ ନୂଆ ଯୁଦ୍ଧ ଜିତାଯାଇ ପାରିବ ନାହିଁ। ସ୍ୱଦେଶୀ ଡ୍ରୋନ ଓ କାଉଣ୍ଟର-ଡ୍ରୋନ ପ୍ରଯୁକ୍ତି ଆମ ପାଇଁ ଅତ୍ୟନ୍ତ ଜରୁରୀ।”

ଜେନେରାଲ ଚୌହାନ ‘ଅପରେସନ ସିନ୍ଦୁର’ର ଉଦାହରଣ ଦେଇ କହିଛନ୍ତି ଯେ, ମେ ୧୦ରେ ପାକିସ୍ତାନ ଡ୍ରୋନ ଓ ଲୋଇଟରିଂ ମ୍ୟୁନିସନ ବ୍ୟବହାର କରିଥିଲା, କିନ୍ତୁ ଭାରତୀୟ ସୈନ୍ୟ ଏହାକୁ କାଇନେଟିକ ଓ ଅନ-କାଇନେଟିକ ପଦ୍ଧତିରେ ନିଷ୍କ୍ରିୟ କରିଥିଲେ। ଏହି ଘଟଣା ନିମ୍ନ ଆକାଶକୁ ସୁରକ୍ଷିତ କରିବା ଓ ସମନ୍ୱିତ କାଉଣ୍ଟର-ୟୁଏଏସ ସିଷ୍ଟମ ବିକାଶର ଆବଶ୍ୟକତାକୁ ପ୍ରମାଣ କରିଛି।

ସେ କହିଛନ୍ତି, “ଡ୍ରନ ଗୁଡ଼ିକ ସହଜ, ସନ୍ଧାନ କରିବା କଷ୍ଟକର ଓ ଅତ୍ୟାଧୁନିକ। ଏହା ପାରମ୍ପରିକ ସାମରିକ ଚିନ୍ତାଧାରାକୁ ବଦଳାଇ ଦେଇଛି।” ବିଦେଶୀ ପ୍ରଯୁକ୍ତିରେ ନିର୍ଭର କରିବା ଅପେକ୍ଷା ସ୍ୱଦେଶୀ ଡ୍ରୋନ ବିକାଶ ଉପରେ ଜୋର ଦେଇ ସେ କହିଛନ୍ତି, “ବିଦେଶୀ ସିସ୍ଟମର ସୀମା ରହିଛି, ଯାହାର ସ୍ପେସିଫିକେସନ ଶତ୍ରୁଙ୍କୁ ଜଣାଥାଏ।”

ଜେନେରାଲ ଚୌହାନ ଆଗାମୀ ଯୁଦ୍ଧ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି, “ଆଜିର ଯୁଦ୍ଧ ଆସନ୍ତାକାଲିର ପ୍ରଯୁକ୍ତି ସହ ଲଢ଼ାଯିବ।” ଏହା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହେବାର ରଣନୀତିକୁ ପ୍ରତିଫଳିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri