ପୁରୁଣା ଭର୍ସନ, ଅନାମଧ୍ୟେୟ ବ୍ରାଣ୍ଡ୍‌

ଯାଜପୁର ଅଫିସ,୧୦ା୪: ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି)ପାଣ୍ଠିରେ କାର୍ଯ୍ୟକାରୀ ହୋଇଥିବା ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ବା ସ୍ମାର୍ଟ ସ୍କୁଲ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜିଲାରେ ଏପର୍ଯ୍ୟନ୍ତ ୨୪୯ଟି ହାଇସ୍କୁଲର ରୂପାନ୍ତରୀକରଣ କରାଯାଇ ୧୬୮ କୋଟି ୬୪ ଲକ୍ଷ ୪୪ ହଜାର ୪୩୦ ଟଙ୍କା ଖର୍ଚ୍ଚ ହୋଇସାରିଛି। ଏହାବାଦ ଦ୍ୱିତୀୟ ପର୍ଯ୍ୟାୟରେ ୯୮ଟି ହାଇସ୍କୁଲରେ ଏହି କାର୍ଯ୍ୟ ଚାଲିଛି। ତେବେ ଅଧିକାଂଶ ସ୍କୁଲରେ ପୁରୁଣା ଭର୍ସନ କମ୍ପ୍ୟୁଟର କିଣା ଏବଂ ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀକୁ ଗୁରୁତ୍ୱ ଦେଇ ମିଳିମିଶି ବ୍ୟାପକ ଅର୍ଥ ଚଳୁ କରାଯାଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏପରିକି ଏଭଳି ଅଭିଯୋଗ ଉପରେ ଜଣେ ଆଇନଜୀବୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତିି। ଅନ୍ୟପକ୍ଷରେ କାର୍ଯ୍ୟର ଆର୍ଥିକ ଓ ସାମାଜିକ ଅଡିଟ୍‌ ହୋଇ ନ ଥିବା ଜଣାପଡିଛି।
ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ସରକାର କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପଦ୍ଧତି ପ୍ରଣୟନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ କମ୍ପ୍ୟୁଟର ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ୨୯୪୨ଟି ଡେସ୍କ କମ୍‌ ବେଞ୍ଚ, ୫୨୦ଟି କମ୍ପ୍ୟୁଟର କମ୍‌ ପ୍ରୋଜେକ୍ଟର ଏବଂ ୨୬୦ଟି ପ୍ରୟୋଗଶାଳା ପାଇଁ ହାତଯନ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଟେଣ୍ଡର କରାଯାଇ ଯୋଗାଇ ଦିଆଯାଇଛି। ବିଡିଓମାନଙ୍କ ଦ୍ୱାରା ସମସ୍ତ ନିର୍ମାଣ କାର୍ଯ୍ୟ ହେଉଥିବାବେଳେ ସେମାନଙ୍କ ଜରିଆରେ ଅର୍ଥ ଖର୍ଚ୍ଚ କରାଯାଇଛି। ବ୍ୟୟ ଅଟକଳ ଅନୁଯାୟୀ ପ୍ରତ୍ୟେକ ପ୍ରକଳ୍ପରେ ୫ ଲକ୍ଷ ଟଙ୍କା ଲେଖାଏ ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ୧୦ ଲକ୍ଷ ଟଙ୍କାର ଫର୍ନିଚର, ୫ ଲକ୍ଷ ଟଙ୍କାରେ ଇ-ଲାଇବ୍ରେରୀ, ୪ ଲକ୍ଷ ଟଙ୍କାରେ ସାଇନ୍ସ ଲାବରେଟୋରୀ, ୩ ଲକ୍ଷ ଟଙ୍କାରେ ପାନୀୟ ଜଳ ସୁବିଧା, ଖେଳ ସାମଗ୍ରୀ ଓ ଇଣ୍ଡୋର ଗେମ୍‌ ପାଇଁ ୨ ଲକ୍ଷ ଟଙ୍କା, ପରିସ୍ରାଗାର, ଖେଳପଡ଼ିଆର ଉନ୍ନତୀକରଣ, ବଗିଚା, କିଚେନ ଗାର୍ଡେନ, ପାଥୱେ ଇତ୍ୟାଦି ବାବଦକୁ ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଛି। ହେଲେ ଅଧିକାଂଶ ହାଇସ୍କୁଲରେ ପୁରୁଣା କାନ୍ଥରେ ସ୍ମାର୍ଟ କ୍ଲାସରୁମ ନିର୍ମାଣ ହେଉଥିବା ଅଞ୍ଚଳବାସୀଙ୍କ ଠାରୁ ସୂଚନା ମିଳିଛି। ତେବେ ବିଶେଷକରି କମ୍ପ୍ୟୁଟର, ଡେସ୍କ ଇତ୍ୟାଦି ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲାପାଳଙ୍କ ନିକଟରେ ପୂର୍ବରୁ ଅଭିଯୋଗ ହୋଇଥିଲେ ହେଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ଅଭିଯୋଗକୁ ଚପାଇ ଦିଆଯାଇଥିବାରୁ ବିପୁଳ ଅର୍ଥ ମିଳିମିଶି ହଡ଼ପ କରାଯାଇଥିବା ସାଧାରଣରେ ସନ୍ଦେହ କରାଯାଇଛି। ସ୍ମାର୍ଟ ସ୍କୁଲଗୁଡ଼ିକୁ କମ୍ପ୍ୟୁଟର ଯୋଗାଣ ନିମନ୍ତେ ଆରମ୍ଭରୁ ବିଡିଓମାନେ ଜିଇଏମ୍‌(ଗଭର୍ନମେଣ୍ଟ ଇ-ମାର୍କେଟପ୍ଲେସ) ବିଡିଂ ମାଧ୍ୟମରେ କ୍ରୟ କରିବାକୁ ଉଦ୍ୟମ କରିଥିଲେ। ଅଧିକାଂଶ ବ୍ଲକରେ ସେହି ଜିଇଏମ୍‌ ବିଡିଂରେ ଚଞ୍ଚକତା, ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ଆସିବା ପରେ ଜିଲାପାଳ ତାହାର ତଦନ୍ତ କରିଥିଲେ। ଏହାର ପ୍ରମାଣ ମିଳିବାରୁ କେତେକ ବ୍ଲକରେ ଉକ୍ତ ବିଡିଂକୁ ରଦ୍ଦ କରି ଦେଇଥିଲେ। କିନ୍ତୁ ଏହାପରେ ବିଡିଓଙ୍କ ମାଧ୍ୟମରେ ଆଉ କମ୍ପ୍ୟୁଟର କ୍ରୟ ନ କରି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସମଗ୍ର ଶିକ୍ଷା ସ୍କିମ୍‌ରେ ସ୍ମାର୍ଟ ସ୍କୁଲଗୁଡିକୁ କମ୍ପ୍ୟୁଟର ଯୋଗାଇବା ପାଇଁ ଜିଲାପାଳ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ତ୍ତମାନ ପ୍ରଚଳିତ ସର୍ବାଧୁନିକ ଭର୍ସନର ଡେସ୍କଟପ୍‌ କମ୍ପ୍ୟୁଟର ବଦଳରେ ୪/୫ ବର୍ଷ ପୁରୁଣା ଭର୍ସନର କମ୍ପ୍ୟୁଟର ସେଟ୍‌ କିଣିବାକୁ ନିର୍ଦ୍ଦେଶ ହୋଇଥିଲା। ଅନାମଧ୍ୟେୟ ବ୍ରାଣ୍ଡ କମ୍ପାନୀର ୟୁପିଏସ୍‌ ସହିତ ଆଣ୍ଟିଭାଇରସ୍‌ ସଫ୍ଟୱେର କିଣିବା ପାଇଁ ସେହି ବିଡିଂରେ ଆଗ୍ରହ ପ୍ରକାଶ କରାଯାଇଥିଲା। ପୂର୍ବ ଯୋଜନା ଅନୁସାରେ ପୁରୁଣା ଭର୍ସନର କମ୍ପ୍ୟୁଟର କିଣାଯାଇ ବ୍ୟାପକ ଅର୍ଥ ଭାଗବଣ୍ଟା ହୋଇଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଯୋଗାଣକାରୀ ସଂସ୍ଥା ସହ ଅସାଧୁ ମେଣ୍ଟ କରି କମ୍ପ୍ୟୁଟର ପିଛା ପ୍ରାୟ ୧୧ ହଜାର ଟଙ୍କା ଅଧିକ ବିଲ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ଅଭିଯୋଗ ଉପରେ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ପାଇଁ ତାଙ୍କ ମୋବାଇଲ ନମ୍ବରକୁ ରବିବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri