ପାଟଣା,୨୩।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦହିବାହାଳୀ ଗ୍ରାମ ପୋଖରୀକୁ ଶୁକ୍ରବାର ସାରେ ଜଣେ ୬୫ବର୍ଷୀୟ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ରାତିରେ ପାଟଣା ଅଗ୍ନିଶମବାହିନୀ ପୋଖରୀରେ ପହଞ୍ଚି ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଇଛନ୍ତି ଗ୍ରାମର ଲକ୍ଷ୍ମଣ କୁମାର ନାୟକ।
ସୁଚନାନୁଯାୟୀ, ଲକ୍ଷ୍ମଣ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣରେ ଗୋଡ଼ ଖସିାରୁ ମୃତ୍ୟୁବରଣ କରିଥିଲେ।