ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ମୃଣ୍ମୟ ମୂର୍ତ୍ତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଶୁକ୍ରବାର କାରିଗରଙ୍କ ଶେଷ ସ୍ପର୍ଶ ଦିଆଯାଇଛି। ସହରର ସମସ୍ତ ପୂଜା ମଣ୍ଡପ ସଜେଇ ହୋଇଛି।
ଜିଲାରେ କାଳୀପୂଜା ପରେ ଗଣେଶ ପୂଜା ଗଣପର୍ବର ପରିଚୟ ପାଇଛି। ଜିଲାର ବିଭିନ୍ନ ମଣ୍ଡପରେ ପୂଜା ଆୟୋଜନ ହେଉଥିବା ବେଳେ ଭଦ୍ରକ ସହରର ପୁରୁଣାବଜାରରେ ବୁଢ଼ା, ଟୋକା, କୁଅଁାସରେ ପିଲା ଗଣେଶ, ଛୁଆ ଗଣେଶ ଓ କାଞ୍ଚନ ଗଣେଶ ପୂଜା ପାଇବେ। ଏଠାରେ ୧ ମାସ ଧରି ପୂଜା ଚାଲିବ। ମୋଗଲ ଶାସନ କାଳରୁ ପୁରୁଣାବଜାର ପୂଜା ମଣ୍ଡପରେ ବୁଢ଼ା ଗଣେଶ ପୂଜା ଆରମ୍ଭ କରାଯାଇଥିବା କମିଟି ସଭାପତି ଅଜୟ କୁମାର ସାହୁ କହିଛନ୍ତି। ଭଦ୍ରକର ମୋଗଲ ତାମସା ସହ ଏହି ପୂଜାର ଐତିହାସିକ ସମ୍ପର୍କ ରହିଛି। ଏକ ମାସ ଧରି ପୂଜା ଚାଲିବା ସମୟରେ ତାହା ମଧ୍ୟରେ ପୂଜା ମଣ୍ଡପରେ ରାଧାଷ୍ଟମୀ, ସୁନିଅଁା, ଅନନ୍ତବ୍ରତ, ଦୂତିବାହନ ଆଦି ଓଷା ଅନୁଷ୍ଠିତ ହେବ। ମାସେ ପୂଜା ପାଇବା ପରେ ଭସାଣି ଉତ୍ସବରେ ଉଭୟ ମୁସ୍‌ଲିମ୍‌ ଓ ହିନ୍ଦୁ ସମ୍ପ୍ରଦାୟର ଲୋକେ ସାମିଲ ହେଉଥିବାରୁ ଏହା ଭାଇଚାରାର ପର୍ବ ବୋଲି କମିଟି ସମ୍ପାଦକ ମନୋରଞ୍ଜନ ସାହୁ କହିଛନ୍ତି। ସେହିପରି ୧୯୭୦ରୁ ଟୋକା ଗଣେଶ ପୂଜା ହୋଇଆସୁଛି। କମିଟି ସଭାପତି ହରିପ୍ରସାଦ ନନ୍ଦୀ, ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ପ୍ରମୋଦ ପଣ୍ଡା ପ୍ରମୁଖ ପୂଜା ପରିଚାଳନା ଦାୟିତ୍ୱ ନେଇଛନ୍ତି। ୧୯୯୩ରୁ କୁଅଁାସଠାରେ ପିଲା ଗଣେଶ ପୂଜା ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri