ଧ୍ୱଂସମୁଖରେ ଓଳାଶୁଣୀର ସବୁଜ ବନାନୀ

ଚଣ୍ଡିଖୋଲ,୧୮ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ୍‌ରେ ଅବସ୍ଥିତ ରାଜ୍ୟର ପ୍ରମୁଖ ଧର୍ମ, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ପୀଠ ଓଳାଶୁଣୀ ପାହାଡ଼ର ଉଭୟ ପୂର୍ବ ଏବଂ ପଶ୍ଚିମ ଦିଗରୁ ପାହାଡ଼ ଶୀର୍ଷ ପର୍ଯ୍ୟନ୍ତ ଓ ପରିବେଶ ପର୍ଯ୍ୟଟନସ୍ଥଳୀ କଟେଜ୍‌ ପର୍ଯ୍ୟନ୍ତ ଚଉଡ଼ା ପକ୍କାରାସ୍ତା ତିଆରି ହେଉଛି। ଏଥିପାଇଁ ପାହାଡ଼ରୁ ଶହଶହ ସଂଖ୍ୟାରେ ଗଛ କଟାଚାଲିଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ଶୀଘ୍ର ଗଛକଟା ବନ୍ଦ କରିବାକୁ ଦାବି ହୋଇଛି। ତେବେ ଜଙ୍ଗଲ ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟ ପାଇଁ ଆଜି ପର୍ଯ୍ୟଟନକ୍ଷେତ୍ର ଓଳାଶୁଣୀ ଗୁମ୍ଫାର ସବୁଜ ବନାନୀ ବିପଦରେ ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ୧୫ ଦିନ ତଳୁ ବୁଲଡୋଜର୍‌ ସହାୟତାରେ ପାହାଡ଼ ଖୋଳା କାମ ଆରମ୍ଭ ହୋଇଥିଲା। ପରେ ଗଛଗୁଡ଼ିକୁ କାଟି ଦିଆଯାଇଥିଲା।
ଏଠାକୁ ବର୍ଷତମାମ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ, ସାଧାରଣ ଲୋକ, ସାଧୁସନ୍ଥ ଓ ଛାତ୍ରୀଛାତ୍ର ଆସିଥାନ୍ତି। ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ କଡ଼ରେ ଏକ ପ୍ରାକୃତିକ ପରିବେଶ ଭିତରେ ଥିବା ଓଳାଶୁଣୀ ପାହାଡ଼ର ସବୁଜ ବନାନୀ, ଏହି ପୀଠର ଅଧିଷ୍ଠାତ୍ରୀ ମା’ ଓଳାଶୁଣୀ, ସନ୍ଥ ଅରକ୍ଷିତ ଦାସଙ୍କ ସିଦ୍ଧି ଓ ସାଧନାପୀଠର ପ୍ରାକୃତିକ ପରିବେଷ୍ଟନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିପୁଳ ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି ପର୍ଯ୍ୟଟନ ସୁବିଧା କେନ୍ଦ୍ର ଉଦ୍‌ଘାଟନ ହେବା ଦିନଠାରୁ ଗୋଟିଏ ଦିନବି ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହୋଇ ନ ଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ମିତ ଗୋଟିଏ କୋଠରି ବିଶିଷ୍ଟ ୩ଟି ପରିବେଶ କଟେଜରେ ପର୍ଯ୍ୟଟକ ରାତ୍ରି ରହଣି କରିଥାନ୍ତି। କରୋନା ସମୟରେ କଟେଜଗୁଡ଼ିକ ବନ୍ଦ ଥିଲାବେଳେ ଚଳିତ ଜାନୁୟାରୀ ୨୬ରୁ ଏଠାରେ ଦୂରାଗତ ପର୍ଯ୍ୟଟକଙ୍କ ରହଣି ପାଇଁ ଅନଲାଇନ ଯୋଗେ ବୁକିଂ ଆରମ୍ଭ ହୋଇଛି। ଇତିମଧ୍ୟରେ ରାଜ୍ୟ ଜଙ୍ଗଲ ବିଭାଗ ଏହି ଓଳାଶୁଣୀ ପରିବେଶ ପର୍ଯ୍ୟଟନ କଟେଜର ଉନ୍ନତୀକରଣ ଓ ଏହାର ସମ୍ପ୍ରସାରଣ ଆଳରେ ଓଳାଶୁଣୀ ପାହାଡ଼ର ବିସ୍ତୀର୍ଣ୍ଣ ଅଞ୍ଚଳରୁ ପଥର ତାଡ଼ିବା ସହିତ ପୁରୁଣା ଗଛସବୁ କାଟିଦେଇଥିବା ଦେଖିବାକୁ ମିଳୁଛି।
ଓଳାଶୁଣୀ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କଟକ ଡିଏଫ୍‌ଓ ପ୍ରାୟ ଏକ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ସମ୍ବଳିତ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିବାବେଳେ ଏହାର ଆବଶ୍ୟକ ମଞ୍ଜୁରୀ ମିଳିନାହିଁ। ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟ ଭିତରେ କଟେଜର ନବୀକରଣ, କଟେଜଗୁଡ଼ିକ ମଧ୍ୟରେ ସଂଯୋଗୀକରଣ ପଥ ନିର୍ମାଣ, ଟ୍ରେକିଂ ପାଇଁ ରାସ୍ତା ନିର୍ମାଣ ଓ କଟେଜ ପାଖରେ ପାର୍କିଂସ୍ଥଳ ନିର୍ମାଣ ଯୋଜନା ରହିଛି। ଏହାସହିତ କଟେଜ ପାଖରୁ ପାହାଡ଼ ପାଦଦେଶରେ ଥିବା ଗୋବରୀ ନଦୀ ପର୍ଯ୍ୟନ୍ତ ଯିବା ପାଇଁ ରାସ୍ତା ନିର୍ମାଣ ସହ ନଦୀକୂଳରେ ବୋଟିଂ ବ୍ୟବସ୍ଥା ମଧ୍ୟ ରହିଛି। କଟେଜ ପାଖରୁ ପ୍ରାୟ ଏକ କିଲୋମିଟର ଦୂର ନଦୀ ପର୍ଯ୍ୟନ୍ତ ପାଦଚଲାରାସ୍ତା ନିର୍ମାଣ ଆଳରେ ବୁଲ୍‌ଡୋଜର ଲଗାଇ ପାହାଡ଼କୁ ତାଡ଼ିବା ସମୟରେ ପାହାଡ଼ରେ ଲଗାଯାଇଥିବା ଶତାଧିକ ୟୁକାଲିପଟାସ୍‌, ଆକାଶିଆ ଓ ଅନ୍ୟ ଔଷଧୀୟ ବୃକ୍ଷସବୁକୁ ମୂଳ ସହିତ ତାଡ଼ି ଦିଆଯାଇଥିବା ଦେଖିବାକୁ ମିଳୁଛି। ପାହାଡ଼ ଖୋଳା ଓ ଗଛ କଟାଯିବା ସମ୍ପର୍କରେ କଟକ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି, ଓଳାଶୁଣୀ ପରିବେଶ ପର୍ଯ୍ୟଟନସ୍ଥଳୀରେ ଏଭଳି ଗଛ କଟାଯାଇଥିବା ଖବର ମୋ ପାଖରେ ନାହିଁ। ସ୍ଥାନୀୟ ରେଞ୍ଜରଙ୍କ ପାଖରୁ ବୁଝି ତଥ୍ୟ ଦେଇପାରିବି। ଏ ସମ୍ପର୍କରେ ଚଣ୍ଡିଖୋଲ ଫରେଷ୍ଟର ଶଶିକାନ୍ତ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସେଠାରେ ଥିବା ଜଙ୍ଗଲ ବିଭାଗର ପର୍ଯ୍ୟଟନ କୁଟିର ପାଇଁ ଏ ରାସ୍ତା ନିର୍ମାଣ ହୋଇ ଗୋବରୀ ନଦୀ ପର୍ଯ୍ୟନ୍ତ ଯିବ। ସେଥିପାଇଁ ଗଛଗୁଡ଼ିକ କଟା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri