Categories: ବାଣିଜ୍ୟ

ବଜାରକୁ ଆସିଲା ଓଲାର ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌; ମାତ୍ର ୨୫ ପଇସା ଖର୍ଚ୍ଚରେ ଚାଲିବ ୧ କିମି

ନୂଆଦିଲ୍ଲୀ,୨୨।୧୦: ଦୀପାବଳି ଉପଲକ୍ଷେ ଓଲା ଇଲେକ୍ଟ୍ରିକ ଏହାର ନୂଆ ଇଲେକ୍ଟ୍ରିକ ସ୍କୁଟର ଏସ୍‌୧କୁ ଭାରତୀୟ ବଜାରରେ ଲଞ୍ଚ କରିଛି। କିଲୋମିଟର ପିଛା ଏହି ସ୍କୁଟରରେ ୨୫ ପଇସା ଖର୍ଚ୍ଚ ହେବ ବୋଲି କମ୍ପାନୀର ପ୍ରମୁଖ ଭାବିଶ ଅଗ୍ରଓ୍ବାଲ କହିଛନ୍ତି। ଓଲା ଏସ୍‌୧ ଏୟାରର ଶୋ’ରୁମ ମୂଲ୍ୟ ୮୪,୯୯୯ ଟଙ୍କା ରଖାଯାଇଛି। କିନ୍ତୁ ଦୀପାବଳି ଉପଲକ୍ଷେ ଏହି ଇଲେକ୍ଟ୍ରିକ ସ୍କୁଟର ଉପରେ ଅଫର୍‌ ରହିଛି। ୨୪ ଅକ୍ଟୋବର ପର୍ଯ୍ୟନ୍ତ କିମ୍ବା ପୂର୍ବରୁ ଏହା ୭୯,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ଏହାକୁ ମାତ୍ର ୯୯୯ ଟଙ୍କା ବୁକ କରାଯାଇପାରିବ।

କମ୍ପାନୀ କହିଛି, ଓଲା ଏସ୍‌୧ ଏୟାରକୁ ଗୋଟିଏ ଥର ଚାର୍ଜ କରିଲେ ଏହା ଇକୋ ମୋଡ୍‌ରେ ୧୦୧ କିମି ଯାତ୍ରା କରିପାରିବ। ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦ କିମି ରହିଛି। ୪.୩ ସେକେଣ୍ଡରେ ଏହା ୦-୪୦ କିମି ବେଗରେ ଯାଇପାରିବ। ଏହାର ଓଜନ ୯୯ କିଲୋଗ୍ରାମ ରହିଛି।

ଓଲା ଏହାର ସ୍କୁଟରରେ ୩୪ ଲିଟର ଅଣ୍ଡର ସିଟ୍‌ ଷ୍ଟୋରେଜ୍‌ ଦେଇଛି। ଆପଣ ଚାହିଁଲେ ସ୍କୁଟରର ସ୍କ୍ରିନ୍‌ ଏବଂ ଶବ୍ଦକୁ ବଦଳାଇପାରିବେ। ଗାଡ଼ିରେ ୧୦ଓ୍ବାଟ୍‌ର ସ୍ପିକର ରହିଛି। ଏହାଛଡ଼ା ଫ୍ଲାଟ୍‌ ଫୁଟ୍‌ବୋର୍ଡ, ସ୍କଲ୍ପଟେଡ୍‌ ସିଟ୍‌, ଟୁଇନ୍‌ ରିଅର ସସ୍‌ପେନ୍‌ସନ ଏବଂ ଫ୍ରଣ୍ଟ ଟେଲିସ୍କୋପିକ୍‌ ଫର୍କ ସସ୍‌ପେନ୍ସନ ମଧ୍ୟ ଦିଆଯାଇଛି।

ଏହି ସ୍କୁଟରକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୪.୫ ଘଣ୍ଟା ଲାଗିବ। ଏଥିରେ ତିନୋଟି ରାଇଡ୍‌ ମୋଡ୍‌ ଦିଆଯାଇଛି। ସେଗୁଡ଼ିକ ହେଉଛି ଇକୋ, ସାଧାରଣ ଏବଂ ସ୍ପୋଟ୍ସ। ଏହା ୫ ରଙ୍ଗରେ ଉପଲବ୍ଧ ହେଉଛି।

Share