ଜେଲରେ ଓକିଲଙ୍କୁ ଭେଟିଲେ ଓଲା ପ୍ରତିନିଧି

ସମ୍ବଲପୁର,୧୪।୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଘଟଣାରେ ୩୦ ଓକିଲଙ୍କ ସମେତ ୮ କିନ୍ନର ଓ ଜଣେ ସାଧାରଣ ଲୋକ ଦୀର୍ଘ ଏକମାସ ହେବ ଜେଲରେ ଅଛନ୍ତି। ଏମାନଙ୍କୁ ଭେଟିବା ସହ ସ୍ଥିତି ପରଖିବା ପାଇଁ ଅଲ ଓଡ଼ିଶା ଓକିଲ ସଂଘ (ଓଲା)ର ଏକ ପ୍ରତିନିଧି ଦଳ ଶୁକ୍ରବାର ସମ୍ବଲପୁର ଗସ୍ତରେ ଆସିଥିଲେ। ସେମାନେ ଜେଲ ଭିତରେ ଗିରଫ ଓକିଲମାନଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦିପକ କୁମାର ଓ ଜିଲା ଓକିଲ ସଂଘ ସଦସ୍ୟଙ୍କୁ ଭେଟିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ସେମାନେ କହିଥିଲେ, ଜେଲ ଭିିତରେ ଗିରଫ ଓକିଲମାନଙ୍କ ସହ ଆଲୋଚନା ହୋଇଥିଲା। ପରେ ଜିଲାପାଳ ଓ ଆଇଜିଙ୍କୁ ଭେଟି ଘଟଣା ଜାଣିବା ପରେ ସହଯୋଗ କରିବା ଦିଗରେ ଆଲୋଚନା କରାଯାଇଥିଲା। ଓକିଲ ସଂଘ ସଦସ୍ୟମାନଙ୍କ ସହ ଆଲୋଚନା କରି କୋର୍ଟ କାର୍ଯ୍ୟ ଚାଲିବା ଉପରେ କଥାବାର୍ତ୍ତା ହୋଇଥିଲା। କୋର୍ଟ କାର୍ଯ୍ୟ ଏବେ ସ୍ବାଭାବିକ ଭାବେ ଚାଲିଥିବା ଦେଖିବାକୁ ମିଳିଥିଲା। ହାଇକୋର୍ଟରେ ଗିରଫମାନଙ୍କ ଜାମିନ ପାଇଁ ଆବେଦନ କରାଯାଇଛି। ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇ ନାହିଁ। ଜାମିନ ମିଳିଯିବ ବୋଲି ଆଶା ରହିଛି। ସୁପ୍ରିମକୋର୍ଟରେ ମଧ୍ୟ ପକ୍ଷ ରଖାଯାଇଛି। ରାଜ୍ୟ ବାର୍‌ କାଉନ୍‌ସିଲ ଅଧ୍ୟକ୍ଷ ନିର୍ବାଚିତ ନ ହେବାରୁ ଏଭଳି ସମସ୍ୟା ହୋଇଥିଲ। ପଶ୍ଚିମ ଓଡ଼ିିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆନ୍ଦୋଳନ ବହୁବର୍ଷର। କେବେ ଏଭଳି ହୋଇ ନ ଥିଲା। ଡିସେମ୍ବର ୧୨ରେ ଘଟିଥିବା ଘଟଣା ଏକ ଦୁର୍ଘଟଣା। ଓକିଲମାନଙ୍କ ସମସ୍ୟା ବାର୍‌ କାଉନସିଲରେ ଆଲୋଚନା ହୋଇଥାଏ। କିଭଳି ସମସ୍ୟାର ସମାଧାନ କରାଯିବ କାଉନସିଲ ସଦସ୍ୟମାନେ ପରାମର୍ଶ ଦେଇଥାନ୍ତି। ହେଲେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ କାଉନସିଲ ନ ଥିବାରୁ ପଶ୍ଚିମ ଓଡ଼ିଶା ସମେତ ଅନ୍ୟ ବାର୍‌ ସଦସ୍ୟମାନେ ଏତେ ବଡ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଶୀଘ୍ର ବାର୍‌ କାଉନସିଲ ନିର୍ବାଚନ କରାଯାଉ ବୋଲି ସେ ଦାବି କରିଥିଲେ। ପ୍ରତିନିଧି ଦଳରେ ଅଧ୍ୟକ୍ଷ ଜ୍ଞାନରଞ୍ଜନ ମହାନ୍ତି, ବୀରେନ୍ଦ୍ର ପଟ୍ଟନାୟକ, ସଞ୍ଜିତ କୁମାର ପାଣିଗ୍ରାହୀ, ସୁବାସ ମିଶ୍ର, ଭୂପେଶ ପ୍ରଧାନ, ଭିଷ୍ମଦେବ ସରାଫ, ଦିଲୀପ ଦାଶ, ମନୋରଞ୍ଜନ ମହାନ୍ତି, ଦିଲୀପ କୁମାର ସାହୁଙ୍କ ସମେତ ବିଭିନ୍ନ ଜିଲାର ଓକିଲ ସଂଘର ସଦସ୍ୟମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri