Categories: ବାଣିଜ୍ୟ

କମିଲା ଓଲା ସ୍କୁଟର ଦର, ଆଜି ହିଁ କିଣନ୍ତୁ ପାଇବେ ୨୫ହଜାର ରିହାତି

ନୂଆଦିଲ୍ଲୀ,୧୭।୨:  ଦେଶରେ ବର୍ତ୍ତମାନ ଇଲେକ୍ଟ୍ରି ସ୍କୁଟିର ଚାହିଦା ବଢିବାରେ ଲାଗିଛି। ପେଟ୍ରୋଲ ପକାଉଥିବା ଗାଡି ଠାରୁ ଇଲେକ୍ଟ୍ରି ସ୍କୁଟିକୁ ବେଶୀ ଲୋକ ପ୍ରିଫର କରୁଛନ୍ତି। ତେବେ ଜାଣିଛନ୍ତି କି ଓଲା ଇଲେକ୍ଟ୍ରି ସ୍କୁଟିକୁ ନେଇ ଆପଣଙ୍କ ପାଇଁ ଭଲ ଖବର ଆସିଛି। ଯଦି ଆପଣ ଇଲେକ୍ଟ୍ରି ସ୍କୁଟି କିଣିବାକୁ ଚାହୁଁଛନ୍ତି ତେବେ ଏହା ପରଫେକ୍ଟ ସମୟ। ଶୀଘ୍ର ଯାଇ ସ୍କୁଟି କିଣି ଆଣନ୍ତୁ।

ଇଲେକ୍ଟ୍ରିକ ଦୁଇ ଚକିଆ ଉତ୍ପାଦନକାରୀ ଓଲା ଇଲେକ୍ଟ୍ରିକ ଏହାର S1 ଇଲେକ୍ଟ୍ରିକ ସ୍କୁଟି ଲାଇନଅପ ଉପରେ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରିଛି।

ତେବେ, ଏହା କେବଳ ଫେବୃଆରୀ ମାସ ପାଇଁ ରହିଛି। ସେହିପରି କମ୍ପାନୀ କେବଳ S1 Pro, S1 Air ଏବଂ S1 X + (3kWh) ମଡେଲଗୁଡିକର ଦର ହ୍ରାସ କରିଛି । ତେବେ ଆସନ୍ତୁ ଜାଣିବା ପୂର୍ବରୁ କେତେ ଦର ଥିଲା ଓ ଏବେ କେତେ ଦର ହୋଇଛି। S1 ପ୍ରୋ ର ମୂଲ୍ୟ ୧,୪୭,୪୯୯ ଟଙ୍କା ଥିଲା ବର୍ତ୍ତମାନ ଏହାର ନୂଆ ଦାମ୍‌ ୧,୨୯,୯୯୯ ଟଙ୍କା ହୋଇଛି। S1 ଏୟାରର ମୂଲ୍ୟ ୧,୧୯,୯୯୯ଟଙ୍କା ଥିବାବେଳେ ବର୍ତ୍ତମାନ ଏହାର ନୂଆ ମୂଲ୍ୟ – ୧,୦୪,୯୯୯ ଟଙ୍କା ରହିଛି। S1 X + (3kwh) ର ମୂଲ୍ୟ ୧,୯,୯୯୯ ଟଙ୍କା ଥିବାବେଳେ ବର୍ତ୍ତମାନ ଏହାର ୮୪,୯୯୯ ଟଙ୍କା ହୋଇଛି॥

Share