Posted inଫୁରସତ

ଓକେ, ଓକେ କେବେଠୁ

ଦୁଇଟି ଲେଟର୍‌ ଥିବା ଏକ ଛୋଟିଆ ଶବ୍ଦ ହେଉଛି ‘ଓକେ’। ହେଲେ ଏହାର ବହୁଳ ବ୍ୟବହାର ହୁଏ ଆମ ଦୈନନ୍ଦିନ ଜୀବନରେ। ଦେଶ, ବିଦେଶ ସବୁଠି ହୁଏ ଏହି ଶବ୍ଦର ବ୍ୟବହାର। ଭାଷାଗତ ଭିନ୍ନତା ଥିଲେ ବି ଓକେ ଶବ୍ଦ ମନର ଭାବକୁ ବେଶ୍‌ ପରିପ୍ରକାଶ କରିପାରେ। ହେଲେ ଜାଣନ୍ତି କି ଏହି ଶବ୍ଦର ବ୍ୟବହାର କେବେଠୁ ଓ କେଉଁଠୁ ଆରମ୍ଭ ହୋଇଛି?
ଏହି ଶବ୍ଦ ସ୍କଟଲାଣ୍ଡର och aye(ଯାହାର ଅର୍ଥ ଓଃ ୟେସ୍‌), ଗ୍ରୀକ୍‌ ଶବ୍ଦ ଓଲା କାଲା( ଯାହାର ଅର୍ଥ ଇଟ୍‌ ଇଜ ଗୁଡ) ଅବା ଚୋକତାଓ ଭାଷାର okeh (ଇଟ୍‌ ଇଜ୍‌ ସୋ) ଶବ୍ଦ ରୁ ଉଦ୍ଧୃତ। ଏହାବାଦ୍‌ ଦାବି କରାଯାଏ ଯେ, ୧୮୩୯ରେ ଏକ ଭୁଲ୍‌ ସ୍ପେଲିଂରୁ ଏହି ଶବ୍ଦ ଆସିଛି। ପତ୍ରକାର ଚାର୍ଲସ୍‌ ଗାର୍ଡୋନ ଗ୍ରୀନଙ୍କ ଅଫିସ୍‌ ‘ବୋଷ୍ଟନ ମର୍ଣ୍ଣିଂ ପୋଷ୍ଟ’ରେ all correct କୁ oll korrect ଲେଖାଯାଇଥିଲା। ଏହାପର ଠାରୁ ହିଁ ଓକେ ଶବ୍ଦର ବ୍ୟବହାର ହୋଇଥିବା ଅନୁମାନ କରାଯାଏ। ଏହାମଧ୍ୟ ଦାବି କରାଯାଏ ଯେ, ୧୮୪୦ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଟିନ ଭାନ ବୁରେନ୍‌ ‘ଓକେ’ ଶବ୍ଦର ବ୍ୟବହାର କରିଥିଲେ। ଯାହାର ଫୁଲଫର୍ମ ଥିଲା ‘ଓଲ୍ଡ କିଣ୍ଡରହୁକ୍‌’। ମାର୍ଟିନ ଭାନ ନ୍ୟୁୟର୍କ, ଓଲ୍ଡ କିଣ୍ଡରହୁକ୍‌ର ନିବାସୀ ଥିଲେ। ଆଉ ସେ ନିଜର ନିକ୍‌ନେମ୍‌ ‘ଓଲ୍ଡ କିଣ୍ଡରହୁକ୍‌’ ରଖିଥିଲେ। ଇଲେକ୍ସନ କ୍ୟାମ୍ପେନ୍‌ରେ ସେ ‘ଭୋଟ୍‌ ଫର୍‌ ଓକେ’ ବ୍ୟବହାର କରିବା ସହ ନିଜ ଗ୍ରୁପ୍‌ର ନାଁ ‘ଓକେ କ୍ଲବ୍‌’ ରଖିଥିଲେ। ଫଳରେ ସେ ସମୟରେ ‘ଓକେ’ ଶବ୍ଦର ବହୁଳ ପ୍ରଚାର ହୋଇଥିଲା। ଅନ୍ୟପକ୍ଷେ ଲୋକଗୀତ ଗାୟକ ପିଟ ସିଗର୍‌ କୁହନ୍ତି ଦକ୍ଷିଣପୂର୍ବ ଆମେରିକାରେ ଚୋକତାଓ ଜନଜାତିର ଲୋକ ବ୍ୟବହାର କରୁଥିବା ଶବ୍ଦ okeh (ଇଟ୍‌ ଇଜ୍‌ ସୋ)ରୁ ଓକେ ଶବ୍ଦ ଉଦ୍ଧୃତ। ଯାହାକି ପରବର୍ତ୍ତୀ ସମୟରେ ପ୍ରସାର ହୋଇଥିଲା। ଆଉ କେହି କେହି କୁହନ୍ତି ‘ଓବାଦିଆହ କେଲି’ ନାମକ ଜଣେ ରେଲରୋଡ ଓ୍ବାର୍କର ବହୁ ବର୍ଷ ପୂର୍ବେ ଏହି ଶବ୍ଦର ଆବିଷ୍କାର କରିଥିଲେ। ସେ ତାଙ୍କ ନାମର ପ୍ରଥମ ଦୁଇ ଲେଟର୍‌୍‌ ‘ଓ’ ଏବଂ ‘କେ’ କୁ ସେହି ସବୁ ଜିନିଷ ଉପରେ ଲେଖୁଥିଲେ ଯାହାକୁ ଟ୍ରେନ୍‌ରେ ପଠାଇବା ଲାଗି ଲୋକେ ତାଙ୍କୁ ଦେଉଥିଲେ। ଏମିତି ଅନେକ ଦାବି କରାଯାଏ ଓକେ ଶବ୍ଦର ଆବିଷ୍କାରକୁ ନେଇ। ଆଉ ଏହାର ଉତ୍ପତିକୁ ନେଇ ସବୁବେଳେ ବିବାଦ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri