ତେଲ ଦାମ୍ ୩% ବଢ଼ିଲା, ରୁଷିଆ ତେଲ କିଣିବାକୁ ପୁନଃବିଚାର କରୁଛି ଭାରତ

ନୂଆଦିଲ୍ଲୀ,୨୩।୧୦: ଆମେରିକା ଦ୍ୱାରା ରୁଷିଆର ମୁଖ୍ୟ ତୈଳ କମ୍ପାନୀଗୁଡ଼ିକ ଉପରେ ନୂଆ କଟକଣା ଲାଗୁ ହେବା ପରେ ଭାରତୀୟ ରିଫାଇନାରୀମାନେ ରୁଷୀୟ ଅଶୋଧିତ ତୈଳ କ୍ରୟ ଯୋଜନାକୁ ପୁନଃବିଚାର କରୁଥିବା ଖବର ମିଳିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ପ୍ରାୟ ୩% ବୃଦ୍ଧି ପାଇଛି।

ଆମେରିକା ରୁଷିଆର ବୃହତ୍ ତୈଳ ଉତ୍ପାଦନକାରୀ କମ୍ପାନୀ ରୋସନେଫ୍ଟ ଏବଂ ଲୁକୋଇଲ୍ ଉପରେ କଟକଣା ଲଗାଇଛି। ଏହା ପରେ ଭାରତ, ଯିଏ ୨୦୨୨ରୁ ରିହାତି ମୂଲ୍ୟରେ ରୁଷୀୟ ତୈଳର ସବୁଠୁ ବଡ଼ କ୍ରେତା ପାଲଟିଥିଲା, ସେ ଏବେ ଅନ୍ୟ ଯୋଗାଣକାରୀଙ୍କ ଆଡ଼କୁ ମୁହାଁଇବାକୁ ବାଧ୍ୟ ହୋଇପାରେ। ଭାରତର ପ୍ରମୁଖ ଘରୋଇ ରିଫାଇନାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରୁଷିଆରୁ ତୈଳ ଆମଦାନୀ ହ୍ରାସ କରିବାକୁ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ସରକାରୀ ରିଫାଇନାରୀଗୁଡ଼ିକ ମଧ୍ୟ ସେମାନଙ୍କ କ୍ରୟ ଯୋଜନା ସମୀକ୍ଷା କରୁଛନ୍ତି।

ବଜାରରେ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଯୋଗୁଁ ତୈଳ ଦରରେ ତୀବ୍ର ବୃଦ୍ଧି ଘଟିଛି। ବ୍ରେଣ୍ଟ୍ କ୍ରୁଡ୍ ଫ୍ୟୁଚର୍ସ ୨.୧୨ ଡଲାର ବୃଦ୍ଧି ପାଇ ପ୍ରତି ବ୍ୟାରେଲ୍‌କୁ ୬୪.୭୧ଡଲାର ରେ ପହଞ୍ଚିଥିବାବେଳେ, ୟୁଏସ୍ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ମଧ୍ୟ ୨.୦୯ ବୃଦ୍ଧି ପାଇ ୬୦.୫୯ ରେ କାରବାର କରିଛି।

ଏହି ଦର ବୃଦ୍ଧିକୁ କିଛି ବିଶ୍ଳେଷକ କେବଳ ଏକ କ୍ଷଣିକ ପ୍ରତିକ୍ରିୟା ବୋଲି କହିଛନ୍ତି। ସେମାନଙ୍କ ମତରେ, ପୂର୍ବରୁ ଲାଗୁ ହୋଇଥିବା କଟକଣା ରୁଷିଆର ତୈଳ ଉତ୍ପାଦନ କିମ୍ବା ରାଜସ୍ୱ ଉପରେ ବିଶେଷ ଦୀର୍ଘକାଳୀନ ପ୍ରଭାବ ପକାଇ ନଥିଲା, କାରଣ ଭାରତ ଏବଂ ଚାଇନା ପରି କ୍ରେତାମାନେ କ୍ରୟ ଜାରି ରଖିଥିଲେ। ଆଗାମୀ ଦିନଗୁଡ଼ିକରେ ତୈଳ ଦର OPEC ଉତ୍ପାଦନ, ଚାଇନାର ତୈଳ ମହଜୁଦ୍ ଏବଂ ଭୌଗୋଳିକ ରାଜନୈତିକ ଉତ୍ତେଜନା ଉପରେ ନିର୍ଭର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri