Categories: ବାଣିଜ୍ୟ

ପୁଣି ପେଟ୍ରୋଲ ୩୦, ଡିଜେଲ ୩୮ପଇସା ବଢ଼ିଲା

ଭୁବନେଶ୍ୱର/ ନୂଆଦିଲ୍ଲୀ,୧୧।୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୮ ପଇସା ଏବଂ ପେଟ୍ରୋଲ ୩୦ ପଇସା ବଢ଼ିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୧୦୧.୨୩ ଟଙ୍କା ଏବଂ ପେଟ୍ରୋଲ୧୦୫.୦୫ ଟଙ୍କାରେ ବିକ୍ରି ହେଉଛି। କିଛି ମାସର ବିରତି ପରେ ଗତ ୨୪ ସେପ୍ଟେମ୍ବରରୁ ତୈଳ ଦର ବଢ଼ିବା ଆରମ୍ଭ କରି ୧୧ଥରରେ ପେଟ୍ରୋଲ ୩.୦୧ ଟଙ୍କା ଏବଂ ୧୪ ଥରରେ ଡିଜେଲ ୪.୬୨ ଟଙ୍କା ବଢ଼ିଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ମତବ୍ୟକ୍ତ କରିଛନ୍ତି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୧୦୧.୫୭ ଟଙ୍କା ଓ ପେଟ୍ରୋଲ ୧୦୫.୪୦ ଟଙ୍କାରେ ପହଞ୍ଚତ୍ଛି। ରାଜ୍ୟର ମାଲକାନଗିରିରେ ସର୍ବାଧିକ ପେଟ୍ରୋଲ ଲିଟର ପିଛା ୧୧୦.୬୪ ଟଙ୍କା ଥିବାବେଳେ ଡିଜେଲ ୧୦୬.୬୪ ଟଙ୍କା ଏବଂ ସବର୍ର୍ନିମ୍ନ ମୂଲ୍ୟ ଜଗତ୍‌ସିଂହପୁରରେ ପେଟ୍ରୋଲ ୧୦୪.୫୭ ଟଙ୍କା ଓ ଡିଜେଲ ୧୦୦.୭୪ଟଙ୍କାରେ ପହଞ୍ଚତ୍ଛି ବୋଲି ଆସୋସିଏଶନ ପକ୍ଷରୁ ସୂଚନା ମିଳିଛି।
ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୫ ପଇସା ଏବଂ ପେଟ୍ରୋଲ ୩୦ ପଇସା ବଢ଼ିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୨.୮୨ ଟଙ୍କା ଏବଂ ପେଟ୍ରୋଲ ୧୦୧.୧୪ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ୩ ଟଙ୍କା ଏବଂ ଡିଜେଲ ୪.୨୦ ଟଙ୍କା ବଢ଼ିଲାଣି ବୋଲି ତୈଳ ନିଗମ ସୂଚନା ଦେଇଛି।
ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୩୩ରୁ ୩୭ ପଇସା ବଢ଼ି ଯଥାକ୍ରମ ୯୭.୨୬ ଟଙ୍କା, ୯୫.୯୩ ଟଙ୍କା ଏବଂ ୧୦୦.୬୬ ଟଙ୍କାରେ ପହଞ୍ଚତ୍ଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୬ରୁ ୨୯ ପଇସା ବୃଦ୍ଧି ଘଟି ଯଥାକ୍ରମେ ୧୦୧.୫୩ ଟଙ୍କା, ୧୦୪.୮୦ ଟଙ୍କା ଏବଂ ୧୧୦.୧୨ ଟଙ୍କାରେ ରହିଛି।
ଅପରପକ୍ଷରେ ଦେଶର ସର୍ବାଧିକ ତୈଳ ଦର ରାଜସ୍ଥାନ (ଗଙ୍ଗାନଗର)ରେ ପେଟ୍ରୋଲ ୧୧୬.୦୮ ଟଙ୍କା ଏବଂ ଡିଜେଲ ୧୦୬.୭୭ଟଙ୍କାରେ କାରବାର ହେଉଛି।
ଗତ କିଛିଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ହ୍ରାସ ପାଉଥିଲା ହେଲେ କୌଣସି କାରଣବଶତଃ ହଠାତ୍‌ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି; ଯାହାର ପ୍ରଭାବ ଭାରତ ବଜାରରେ ଦେଖିବାକୁ ମିଳୁଛି ବୋଲି ତୈଳ ଆମଦାନୀକାରୀ କମ୍ପାନୀଗୁଡ଼ିକ କହିଛନ୍ତି। ଅନ୍ୟପଟରେ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବର୍ଦ୍ଧିତ ତୈଳ ଶୁଳ୍କ ମଧ୍ୟ ଅନେକାଂଶରେ ତେଲ ଦର ଉଚ୍ଚା ରହିବାର ପ୍ରମୁଖ କାରଣ ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁ ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡୁଛି, ଫଳରେ ସାଧାରଣ ଖାଉଟି ଅତିରିକ୍ତ ଆର୍ଥିକ ବୋଝର ଶିକାର ହେଉଥିବା କୁହାଯାଇଛି।

Share