Categories: ବାଣିଜ୍ୟ

ତୈଳ ଚାହିଦା ମାର୍ଜିନରେ ଉନ୍ନତି ହେବ: ମୁଡି

ନୂଆଦିଲ୍ଲୀ,୧୦।୨: ଦେଶର ପ୍ରମୁଖ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ(ଓଏମ୍‌ସି) ଦ୍ୱାରା ପ୍ରକ୍ରିୟାକୃତ ଅଶୋଧିତ ତୈଳର ବ୍ୟାରେଲ ପ୍ରତି ଲାଭ ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ଚାହିଦା ବୃଦ୍ଧି ପାଇବ ବୋଲି ମୁଡି ସର୍ଭିସ ପକ୍ଷରୁ ଆକଳନ କରାଯାଇଛି। ଏହି ରେଟିଂ ଏଜେନ୍ସି ଏହା ମଧ୍ୟ ଉଲ୍ଲେଖ କରିଛି, ୨୦୨୧ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କାରଣରୁ ଓଏମ୍‌ସିଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ବିଶେଷକରି ଭାରତର ରିଫାଇନିଂ କମ୍ପାନୀଗୁଡ଼ିକ ଉପରେ ମୁଡି କହିଛି, ଖୁବ୍‌ଶୀଘ୍ର ବିଶୋଧନ ଏବଂ ମାର୍କେଟିଂ ମାର୍ଜିନରେ ଉନ୍ନତି ଆସିବା ସହିତ ସମସ୍ତ କମ୍ପାନୀ ପାଇଁ ରୋଜଗାରର ଉନ୍ନତି ମଧ୍ୟ ହେବ ବୋଲି ଆଶା କରାଯାଉଛି। ୨୦୨୦ ଏବଂ ୨୦୨୧ ର ପ୍ରଥମାର୍ଦ୍ଧରେ ବ୍ୟାରେଲ ପିଛା ୦.୫ରୁ ୦.୭ ର ହାରାହାରି ବିଶୋଧନ ମାର୍ଜିନ ସହିତ ତୁଳନା କରାଯାଇଛି। ସେହିଭଳି ଆସନ୍ତା ୧୨ରୁ ୧୮ମାସ ମଧ୍ୟରେ ଆଞ୍ଚଳିକ ରିଫାଇନିଂ ବେଞ୍ଚମାର୍କ ହାରାହାରି ୩.୦ରୁ ୪.୦ ଡଲାର ପ୍ରତି ବ୍ୟାରେଲ ପିଛା ବୃଦ୍ଧି ହେବ। ଦେଶର ୩ ପ୍ରମୁଖ ସାର୍ବଜନୀନ କ୍ଷେତ୍ର (ପିଏସ୍‌ୟୁ) ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ରିଫାଇନିଂ ମାର୍ଜିନରୁ ଅଧିକ ଆୟ କରୁଥିବା ମୁଡି ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ଅପରପକ୍ଷରେ ରିଫାଇନିଂ ମାର୍ଜିନ ଦୃଢ଼ ହେବା ସହିତ କ୍ଷମତାର ଉପଯୋଗ ମଧ୍ୟ ବଳବତ୍ତର ରହିବ। ମହାମାରୀ ସମୟର ପ୍ରତିବନ୍ଧକକୁ ହ୍ରାସ କରିବା ଏବଂ ବ୍ୟାପକ ଟିକାକରଣ ଯୋଗୁ ପରିବହନ ଇନ୍ଧନର ଚାହିଦା ପୂର୍ବାବସ୍ଥାକୁ ଫେରିଆସିଛି।

Share