ଓଆର୍‌ଏଚ୍‌ଡିସି ଗୃହ ଋଣ ଦୁର୍ନିତି ମାମଲା: ସପ୍ତମଥର ବିନୋଦ କୁମାରଙ୍କୁ ଜେଲଦଣ୍ଡ

ଭୁବନେଶ୍ୱର,୨୭।୩(ବ୍ୟୁରୋ) – ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଦ୍ୱାରା ବିଲ୍ଡର ସଂସ୍ଥା ‘ଏମ୍‌/ଏସ୍‌ ହୋମ୍‌ ଲିଭ୍‌ସ ହାଉସିଂ’କୁ ଅନୁଚିତ ଅନୁଗ୍ରହ ଦେଖାଇ ଜାଲ୍‌ କାଗଜପତ୍ରରେ ୫୦ ଲକ୍ଷ ଟଙ୍କାର ଗୃହ ଋଣ ଦେବା ମାମଲାରେ ସୋମବାର ରାୟ ପ୍ରକାଶ ପାଇଛି। ବହିଷ୍କୃତ ଆଇଏଏସ୍‌ ଅଫିସର ତଥା ନିଗମର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ବିନୋଦ କୁମାରଙ୍କୁ ପୁଣି ୩ବର୍ଷ ଜେଲଦଣ୍ଡ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ ‘ଓଆର୍‌ଏଚ୍‌ଡିସି’ର ତତ୍‌କାଳୀନ କମ୍ପାନୀ ସେକ୍ରେଟାରି ସ୍ବସ୍ତି ରଞ୍ଜନ ମହାପାତ୍ର, ରିକଭରି ଆସିଷ୍ଟାଣ୍ଟ୍‌ ଉମେଶ ଚନ୍ଦ୍ର ସ୍ବାଇଁ, ବିଲ୍ଡର ସଂସ୍ଥା ‘ହୋମ୍‌ ଲିଭ୍‌ସ ହାଉସିଂ’ର ମ୍ୟାମେଜିଂ ପାର୍ଟନର୍‌ ରଶ୍ମି ପଟ୍ଟନାୟକ ଓ ପାର୍ଟନର୍‌ ରତନ କୁମାର ସାହୁ। ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ୫୦ ହଜାର ଲେଖାଏ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ଏପ୍ରିଲ ୧୫ ପର୍ଯ୍ୟନ୍ତ ‘ଓଆର୍‌ଏଚ୍‌ଡିସି’ର ଏମ୍‌ଡି ଥିଲେ। ସେହି ସମୟରେ ସ୍ବସ୍ତି ରଞ୍ଜନ ଓ ଉମେଶ ତାଙ୍କ ସହକର୍ମୀ ଥିଲେ। ୨୦୦୦ ଜାନୁୟାରୀ ୪ରେ ‘ହୋମ୍‌ ଲିଭ୍‌ସ ହାଉସିଂ’ ପକ୍ଷରୁ ଜାଲ ଦସ୍ତାବିଜ୍‌ ମାଧ୍ୟମରେ ପଟିଆସ୍ଥିତ ପ୍ଲଟ ନଂ.୫୧୬/୧୬୯୨ରେ ୩୫ଟି ଡୁପ୍ଲେକ୍ସ ଘର ନିର୍ମାଣ ପାଇଁ ୫୦ ଲକ୍ଷ ଋଣ ପାଇଁ ଆବେଦନ କରାଯାଇଥିଲା। ହେଲେ ବିନୋଦ କୁମାର ଓ ଅନ୍ୟମାନେ ନିୟମ ଉଲ୍ଲଂଘନ କରି ୩ଟି ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କାର ଗୃହ ଋଣ ଦେଇଥିଲେ। ଅଭିଯୁକ୍ତ ରଶ୍ମି ଓ ରତନ ଉକ୍ତ ପ୍ଲଟର ମାଲିକ ହୋଇ ନ ଥିବାବେଳେ ପାଇଥିବା ଲୋନ୍‌ ଟଙ୍କାରେ କୌଣସି ଘର ନିର୍ମାଣ କରି ନ ଥିଲେ। ହେଲେ ବିନୋଦ ଓ ଅନ୍ୟମାନେ ଏନେଇ ଅବଗତ ଥିଲେ ମଧ୍ୟ ସରକାରୀ ନିୟମକୁ ନ ମାନି ବିଲ୍ଡର ସଂସ୍ଥାକୁ ଲୋନ୍‌ ଦେଇଥିଲେ। ଏହା ଜଣାପଡ଼ିବା ପରେ ରାଜ୍ୟ ସରକାର ୨୦୦୫ରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏନେଇ ଏକ ମାମଲା(ନଂ.୦୮/୨୦୦୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ୧୮ଜଣଙ୍କ ସାକ୍ଷ୍ୟ ଓ ଅନ୍ୟ ଦସ୍ତାବିଜ ଆଧାରରେ ଦୁର୍ନୀତି ସଂକ୍ରାନ୍ତ ପ୍ରମାଣ ପାଇବା ପରେ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ ମାମଲା ପରିଚାଳନା କରୁଥିଲେ। ଉଲ୍ଲେଖଯୋଗ୍ୟ, ଦୋଷୀ ସାବ୍ୟସ୍ତ ହୋଇଥିବା ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ମୋଟ ୨୭ଟି ଭିଜିଲାନ୍ସ ମାମଲା କରିଥିବାବେଳେ ଏହାକୁ ମିଶାଇ ୭ଟିରେ ସେ ଦୋଷୀ ସାବ୍ୟସ୍ତ ହେବା ସହ ଜେଲ୍‌ ଦଣ୍ଡାଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri