ଓଏଚ୍‌ଆର୍‌ସି: ପୂର୍ଣ୍ଣ ସଦସ୍ୟ ଥାଇ ମାମଲା ବଢୁଛି

ଭୁବନେଶ୍ୱର,୨୫।୮(ବ୍ୟୁରୋ): ପୋଲିସ, ପ୍ରଶାସନଠାରୁ ନ୍ୟାୟ ନ ମିଳିଲେ ସାଧାରଣ ଲୋକେ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥାନ୍ତି। କମିଶନଙ୍କ ଉପରେ ଭରସା ଥିବାରୁ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ତ୍ୱରିତ ଫଇସଲା ହୋଇପାରୁ ନ ଥିବାରୁ ଗଦାଗଦା ମାମଲା ପଡ଼ି ରହୁଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ପୂର୍ବରୁ କମିଶନରେ ଜଣେ ସଦସ୍ୟ ଥିବାବେଳେ ଯେତିକି ମାମଲାର ଫଇସଲା ହେଉଥିଲା, ଏବେ ପୂର୍ଣ୍ଣ ସଦସ୍ୟ ଥାଇ ବି ସେହି ଅନୁପାତରେ ହୋଇପାରୁନି। ଫଳରେ ନ୍ୟାୟ ପାଇଁ ଲୋକଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି।
୨୦୦୦ ମସିହା ଜାନୁୟାରୀ ୨୭ରେ ଓଏଚ୍‌ଆର୍‌ସି ସ୍ଥାପନ କରାଯାଇଥିଲେ ମଧ୍ୟ ୨୦୦୩ ଜୁଲାଇ ୧୧ରୁ କାର୍ଯ୍ୟ କରିଥିଲା। ଦୀର୍ଘ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଧ୍ୟକ୍ଷ ପଦବୀ ଖାଲିପଡ଼ିଥିଲା। ସେହି ସମୟରେ ପର୍ଯ୍ୟାୟକ୍ରମେ ସଦସ୍ୟ ଥିବା ଡ. ଆର୍‌.ଏନ୍‌.ବହିଦାର, ଜଷ୍ଟିସ ବି.କେ.ମିଶ୍ର ଓ ଜଷ୍ଟିସ ରଘୁବୀର ଦାସ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ। ତେବେ ଜଷ୍ଟିସ ବି.କେ. ମିଶ୍ରଙ୍କ ସମୟରେ ପାଖାପାଖି ୫ବର୍ଷ ଧରି ଜଣିକିଆ ସଦସ୍ୟରେ କମିଶନ କାର୍ଯ୍ୟ କରିଥିଲା। ୨୦୧୯ ସେପ୍ଟେମ୍ବର ୪ରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଜଷ୍ଟିସ ରଘୁବୀର ଦାସ ଓ ଅସୀମ ଅମିତାଭ ଦାଶ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ଏହାପରଠାରୁ ପୂର୍ଣ୍ଣକାଳୀନ ୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ଏପର୍ଯ୍ୟନ୍ତ ଆଶାନୁରୂପେ ମାମଲାର ଫଇସଲା ହୋଇପାରୁନି। ଓଏଚଆର୍‌ସି ତଥ୍ୟରୁ ଜଣାପଡିଛି ଯେ, ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ନେଇ କମିଶନ କାର୍ଯ୍ୟ ଆରମ୍ଭ କରିବାର ପୂର୍ବମାସ ଅର୍ଥାତ୍‌ ୨୦୧୯ ଅଗଷ୍ଟ ଆରମ୍ଭରୁ ୧୩୪୦୮ଟି ମାମଲା ବିଚାରାଧୀନ ଥିବାବେଳେ ସେହି ମାସରେ ୨୭୩ଟି ନୂଆ ଆବେଦନ ପଞ୍ଜୀକୃତ ହୋଇଥିଲା। ଜଣିକିଆ ସଦସ୍ୟ ଥିବା ସତ୍ତ୍ୱେ କମିଶନ ସେହି ମାସରେ ୨୮୩ଟି ମାମଲାର ସମାଧାନ ହୋଇଥିଲା। ଫଳରେ ମାସ ଶେଷରେ ମାମଲା ସଂଖ୍ୟା ୧୩୩୯୮କୁ ହ୍ରାସ ପାଇଥିଲା। ୩ଜଣିଆ ପ୍ୟାନେଲର ସମସ୍ତ ପଦବୀ ପୂରଣ ହେବା ପରେ କମିଶନଙ୍କ ଉପରେ ଲୋକଙ୍କ ଭରସା ଆହୁରି ବଢ଼ିଯାଇଥିଲା। ଫଳରେ ସେପ୍ଟେମ୍ବର ମାସରେ ହିଁ ଆଉ ୩୪୫ ନୂଆ ମାମଲା ପଞ୍ଜୀକରଣ ହୋଇଥିଲା ଓ ଫଇସଲା ପରେ ବିଚାରାଧୀନ ମାମଲା ସଂଖ୍ୟା ୧୩୩୯୨କୁ ଖସି ଆସିଥିଲା। କିନ୍ତୁ ଏହାପରଠାରୁ ମାମଲାଗୁଡ଼ିକର ଫଇସଲା ଆଖିଦୃଶିଆ ହୋଇପାରିନାହିଁ। ଅକ୍ଟୋବରରେ କମିଶନ ୩୮୮ଟି ନୂଆ ମାମଲା ଗ୍ରହଣ କରିଥିବାବେଳେ ମାତ୍ର ୩୦୩ଟିର ସମାଧାନ ହୋଇଥିଲା। ଫଳରେ ମାମଲା ସଂଖ୍ୟା ୧୩୪୭୭କୁ ବୃଦ୍ଧି ପାଇଥିଲା। ବିଭିନ୍ନ ମାସରେ ପଞ୍ଜୀକୃତ ହେଉଥିବା କିଛି ନୂଆ ମାମଲା ସହ ପଡ଼ି ରହିଥିବା ପୁରୁଣା ବିଚାରାଧୀନ ମାମଲା ସେମିତି ଗଡ଼ି ଚାଲିଲା। ଫଳରେ ଡିସେମ୍ବରରେ ୧୩୬୬୬, ଜାନୁୟାରୀରେ ୧୩୭୩୮, ଫେବୃୟାରୀରେ ୧୩୭୫୨କୁ ବୃଦ୍ଧି ପାଇଥିଲା। କେବଳ ମାର୍ଚ୍ଚରେ ଏହି ମାମଲା ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇ ୧୩୭୪୫ ରହିଥିବାବେଳେ ଏହାପରେ ପୁଣି ବୃଦ୍ଧି ପାଇ ମେ’ରେ ୧୪୦୧୧ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଉକ୍ତ ତଥ୍ୟ ଅନୁସାରେ, ଅନେକ ଆବେଦନକାରୀ କ୍ଷମତା ବାହାରେ ଥିବା ସିଭିଲ ବିବାଦ, କୋର୍ଟରେ ବିଚାରାଧୀନ ମାମଲା, ଚାକିରି ମାମଲା କିମ୍ବା ଜମିଜମା ବିବାଦ ସମ୍ବନ୍ଧୀୟ ସେବା ପ୍ରସଙ୍ଗରେ କମିଶନଙ୍କ ହସ୍ତକ୍ଷେପ ଲୋଡୁଛନ୍ତି। କମିଶନ ପ୍ରତି ମାସରେ ଏହିପରି ଶହ ଶହ ମାମଲା ଖାରଜ କରୁଛନ୍ତି। ୨୦୧୯ ସେପ୍ଟେମ୍ବରରେ ଏପରି ୨୨୦ଟି ମାମଲା ଖାରଜ ହୋଇଥିବାବେଳେ ନଭେମ୍ବରରେ ୨୪୩ ଓ ୨୦୨୦ ଫେବୃୟାରୀରେ ୨୬୨ ଅଭିଯୋଗ ଖାରଜ ହୋଇଥିଲା।
ଏନେଇ ମାବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା ସମ୍ଭବ ନୁହେଁ। ଆହୁରି ଅଧିକ ସମୟର ଆବଶ୍ୟକତା ରହିଛି। କିନ୍ତୁ ଏହି ସମୟ ଭିତରେ ୩ଜଣିଆ ବେଞ୍ଚ ମାନବିକ ଅଧିକାର ପ୍ରଚାର ଓ ପ୍ରସାର ପାଇଁ ସେଭଳି ଆଖିଦୃଶିଆ ପଦେକ୍ଷପ ନେଇ ନାହାନ୍ତି। ଓଏଚ୍‌ଆର୍‌ସିର ଜଣେ ସଦସ୍ୟ ନାମ ଗୋପନ ରଖି କହିଛନ୍ତି, ସ୍ବଳ୍ପ କର୍ମଚାରୀ ଦ୍ୱାରା ଏକାଧିକ ମାମଲାର ଫଇସଲା କରାଯାଉଛି। ମାମଲା ପଡି ରହିଥିବା କହିବା ଠିକ୍‌ ନୁହେଁ। ମାମଲାର ଗୁରୁତ୍ୱକୁ ଦେଖି ବିଚାର କରାଯାଉଛି। କମିଶନଙ୍କ ଉପରେ ଲୋକଙ୍କର ଯଥେଷ୍ଟ ଭରସା ରହିଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri