ଓଏଚ୍‌ଆର୍‌ସି: ପୂର୍ଣ୍ଣ ସଦସ୍ୟ ଥାଇ ମାମଲା ବଢୁଛି

ଭୁବନେଶ୍ୱର,୨୫।୮(ବ୍ୟୁରୋ): ପୋଲିସ, ପ୍ରଶାସନଠାରୁ ନ୍ୟାୟ ନ ମିଳିଲେ ସାଧାରଣ ଲୋକେ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥାନ୍ତି। କମିଶନଙ୍କ ଉପରେ ଭରସା ଥିବାରୁ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ତ୍ୱରିତ ଫଇସଲା ହୋଇପାରୁ ନ ଥିବାରୁ ଗଦାଗଦା ମାମଲା ପଡ଼ି ରହୁଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି, ପୂର୍ବରୁ କମିଶନରେ ଜଣେ ସଦସ୍ୟ ଥିବାବେଳେ ଯେତିକି ମାମଲାର ଫଇସଲା ହେଉଥିଲା, ଏବେ ପୂର୍ଣ୍ଣ ସଦସ୍ୟ ଥାଇ ବି ସେହି ଅନୁପାତରେ ହୋଇପାରୁନି। ଫଳରେ ନ୍ୟାୟ ପାଇଁ ଲୋକଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି।
୨୦୦୦ ମସିହା ଜାନୁୟାରୀ ୨୭ରେ ଓଏଚ୍‌ଆର୍‌ସି ସ୍ଥାପନ କରାଯାଇଥିଲେ ମଧ୍ୟ ୨୦୦୩ ଜୁଲାଇ ୧୧ରୁ କାର୍ଯ୍ୟ କରିଥିଲା। ଦୀର୍ଘ ୬ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଧ୍ୟକ୍ଷ ପଦବୀ ଖାଲିପଡ଼ିଥିଲା। ସେହି ସମୟରେ ପର୍ଯ୍ୟାୟକ୍ରମେ ସଦସ୍ୟ ଥିବା ଡ. ଆର୍‌.ଏନ୍‌.ବହିଦାର, ଜଷ୍ଟିସ ବି.କେ.ମିଶ୍ର ଓ ଜଷ୍ଟିସ ରଘୁବୀର ଦାସ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ। ତେବେ ଜଷ୍ଟିସ ବି.କେ. ମିଶ୍ରଙ୍କ ସମୟରେ ପାଖାପାଖି ୫ବର୍ଷ ଧରି ଜଣିକିଆ ସଦସ୍ୟରେ କମିଶନ କାର୍ଯ୍ୟ କରିଥିଲା। ୨୦୧୯ ସେପ୍ଟେମ୍ବର ୪ରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଜଷ୍ଟିସ ରଘୁବୀର ଦାସ ଓ ଅସୀମ ଅମିତାଭ ଦାଶ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ। ଏହାପରଠାରୁ ପୂର୍ଣ୍ଣକାଳୀନ ୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ଏପର୍ଯ୍ୟନ୍ତ ଆଶାନୁରୂପେ ମାମଲାର ଫଇସଲା ହୋଇପାରୁନି। ଓଏଚଆର୍‌ସି ତଥ୍ୟରୁ ଜଣାପଡିଛି ଯେ, ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ନେଇ କମିଶନ କାର୍ଯ୍ୟ ଆରମ୍ଭ କରିବାର ପୂର୍ବମାସ ଅର୍ଥାତ୍‌ ୨୦୧୯ ଅଗଷ୍ଟ ଆରମ୍ଭରୁ ୧୩୪୦୮ଟି ମାମଲା ବିଚାରାଧୀନ ଥିବାବେଳେ ସେହି ମାସରେ ୨୭୩ଟି ନୂଆ ଆବେଦନ ପଞ୍ଜୀକୃତ ହୋଇଥିଲା। ଜଣିକିଆ ସଦସ୍ୟ ଥିବା ସତ୍ତ୍ୱେ କମିଶନ ସେହି ମାସରେ ୨୮୩ଟି ମାମଲାର ସମାଧାନ ହୋଇଥିଲା। ଫଳରେ ମାସ ଶେଷରେ ମାମଲା ସଂଖ୍ୟା ୧୩୩୯୮କୁ ହ୍ରାସ ପାଇଥିଲା। ୩ଜଣିଆ ପ୍ୟାନେଲର ସମସ୍ତ ପଦବୀ ପୂରଣ ହେବା ପରେ କମିଶନଙ୍କ ଉପରେ ଲୋକଙ୍କ ଭରସା ଆହୁରି ବଢ଼ିଯାଇଥିଲା। ଫଳରେ ସେପ୍ଟେମ୍ବର ମାସରେ ହିଁ ଆଉ ୩୪୫ ନୂଆ ମାମଲା ପଞ୍ଜୀକରଣ ହୋଇଥିଲା ଓ ଫଇସଲା ପରେ ବିଚାରାଧୀନ ମାମଲା ସଂଖ୍ୟା ୧୩୩୯୨କୁ ଖସି ଆସିଥିଲା। କିନ୍ତୁ ଏହାପରଠାରୁ ମାମଲାଗୁଡ଼ିକର ଫଇସଲା ଆଖିଦୃଶିଆ ହୋଇପାରିନାହିଁ। ଅକ୍ଟୋବରରେ କମିଶନ ୩୮୮ଟି ନୂଆ ମାମଲା ଗ୍ରହଣ କରିଥିବାବେଳେ ମାତ୍ର ୩୦୩ଟିର ସମାଧାନ ହୋଇଥିଲା। ଫଳରେ ମାମଲା ସଂଖ୍ୟା ୧୩୪୭୭କୁ ବୃଦ୍ଧି ପାଇଥିଲା। ବିଭିନ୍ନ ମାସରେ ପଞ୍ଜୀକୃତ ହେଉଥିବା କିଛି ନୂଆ ମାମଲା ସହ ପଡ଼ି ରହିଥିବା ପୁରୁଣା ବିଚାରାଧୀନ ମାମଲା ସେମିତି ଗଡ଼ି ଚାଲିଲା। ଫଳରେ ଡିସେମ୍ବରରେ ୧୩୬୬୬, ଜାନୁୟାରୀରେ ୧୩୭୩୮, ଫେବୃୟାରୀରେ ୧୩୭୫୨କୁ ବୃଦ୍ଧି ପାଇଥିଲା। କେବଳ ମାର୍ଚ୍ଚରେ ଏହି ମାମଲା ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇ ୧୩୭୪୫ ରହିଥିବାବେଳେ ଏହାପରେ ପୁଣି ବୃଦ୍ଧି ପାଇ ମେ’ରେ ୧୪୦୧୧ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଉକ୍ତ ତଥ୍ୟ ଅନୁସାରେ, ଅନେକ ଆବେଦନକାରୀ କ୍ଷମତା ବାହାରେ ଥିବା ସିଭିଲ ବିବାଦ, କୋର୍ଟରେ ବିଚାରାଧୀନ ମାମଲା, ଚାକିରି ମାମଲା କିମ୍ବା ଜମିଜମା ବିବାଦ ସମ୍ବନ୍ଧୀୟ ସେବା ପ୍ରସଙ୍ଗରେ କମିଶନଙ୍କ ହସ୍ତକ୍ଷେପ ଲୋଡୁଛନ୍ତି। କମିଶନ ପ୍ରତି ମାସରେ ଏହିପରି ଶହ ଶହ ମାମଲା ଖାରଜ କରୁଛନ୍ତି। ୨୦୧୯ ସେପ୍ଟେମ୍ବରରେ ଏପରି ୨୨୦ଟି ମାମଲା ଖାରଜ ହୋଇଥିବାବେଳେ ନଭେମ୍ବରରେ ୨୪୩ ଓ ୨୦୨୦ ଫେବୃୟାରୀରେ ୨୬୨ ଅଭିଯୋଗ ଖାରଜ ହୋଇଥିଲା।
ଏନେଇ ମାବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା ସମ୍ଭବ ନୁହେଁ। ଆହୁରି ଅଧିକ ସମୟର ଆବଶ୍ୟକତା ରହିଛି। କିନ୍ତୁ ଏହି ସମୟ ଭିତରେ ୩ଜଣିଆ ବେଞ୍ଚ ମାନବିକ ଅଧିକାର ପ୍ରଚାର ଓ ପ୍ରସାର ପାଇଁ ସେଭଳି ଆଖିଦୃଶିଆ ପଦେକ୍ଷପ ନେଇ ନାହାନ୍ତି। ଓଏଚ୍‌ଆର୍‌ସିର ଜଣେ ସଦସ୍ୟ ନାମ ଗୋପନ ରଖି କହିଛନ୍ତି, ସ୍ବଳ୍ପ କର୍ମଚାରୀ ଦ୍ୱାରା ଏକାଧିକ ମାମଲାର ଫଇସଲା କରାଯାଉଛି। ମାମଲା ପଡି ରହିଥିବା କହିବା ଠିକ୍‌ ନୁହେଁ। ମାମଲାର ଗୁରୁତ୍ୱକୁ ଦେଖି ବିଚାର କରାଯାଉଛି। କମିଶନଙ୍କ ଉପରେ ଲୋକଙ୍କର ଯଥେଷ୍ଟ ଭରସା ରହିଛି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri