ଠିକ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ : ସେବା ନ ପାଇ ଫେରୁଛନ୍ତି ହିତାଧିକାରୀ

ଥୁଆମୂଳ ରାମପୁର,୨୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟାଳୟଗୁଡିକରେ ଅଧିକାରୀଙ୍କ ମରୁଡି ପଡ଼ିଥିବା ଦେଖିବାକୁ ମିଳୁଛି l ଠିକ ସମୟରେ କାର୍ଯ୍ୟଳୟକୁ ଆସୁନାହାନ୍ତି ବିଭାଗର କର୍ମଚାରୀ କିମ୍ବା ଅଧିକାରୀ l ଯାହାଫଳରେ ନୂତନ ଭତ୍ତା ଆବେଦନ, ନୂତନ ଘର ଆବେଦନ, ପାନୀୟଜଳ ସମସ୍ୟା, ମନରେଗା ଯୋଜନା ମାଧ୍ୟମରେ ଘରର ପଇସା ପାଇଁ କିମ୍ବା ଅନ୍ୟ କୌଣସି ଅଭିଯୋଗ ନେଇ ହିତାଧିକାରୀ ଆସିଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ଏହି କାର୍ଯ୍ୟାଳୟମାନଙ୍କୁ ହିତାଧିକାରୀ ଆସନ୍ତି ତେବେ ମନ ଇଚ୍ଛା କାର୍ଯ୍ୟାଳୟ ଖୋଲିବା, ମନ ଇଚ୍ଛା ଅଧିକାରୀ କାର୍ଯ୍ୟରେ ଯୋଗଦେବା ଭଳି ସମସ୍ୟା ହେତୁ ସେବା ନ ପାଇ ଫେରିଯାଉଛନ୍ତି ହିତାଧିକାରୀ l ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ଲ ର ମନରେଗା ବିଭାଗର କାର୍ଯ୍ୟଳୟ, ଗ୍ରାମୀଣ ଗୃହ ବିଭାଗ କାର୍ଯ୍ୟାଳୟ, ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ଜିପିଓଙ୍କ କାର୍ଯ୍ୟଳୟ ସମେତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ।

ଏହିସବୁ କାର୍ଯ୍ୟାଳୟ ଠିକ ସମୟରେ ଖୋଲୁନାହିଁ କିମ୍ବା ପଦାଧିକାରୀ କାର୍ଯ୍ୟରେ ଯୋଗଦେଉ ନ ଥିବା ଦେଖିବାକୁ ମିଳିଛି। ସୋମବାର ସକାଳ ସମୟ ୮.୩୦ ରୁ ୧୦.୩୦ ମଧ୍ୟରେ କେହି ଅଧିକାରୀ ଆସି ନ ଥିବା ଦେଖିବାକୁ ମିଳିଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଖି ସାମ୍ନାରେ ଯୋଦି ଏଭଳି କାର୍ଯ୍ୟ/କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ଅଧିକାରୀ ତେବେ ଲୋକଙ୍କୁ କେମିତି ସୁବିଧା ଦେଉଥିବେ ତାହା ସହଜରେ ଅନୁମାନ କରାଯାଉଛି l
ଏପଟେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀଷ୍ମ ଋତୁ ହେତୁ ସକାଳ ୬ଟା ରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ଏହି ବ୍ଲକରେ କିନ୍ତୁ ଏହାର ଓଲଟା ଦେଖିବାକୁ ମିଳୁଛି। ସମୟ ପାଖାପାଖି ୧୦ରୁ ୧୦ ଟା ୩୦ ହୋଇଯାଉଥିଲେ ମଧ୍ୟ କାର୍ଯ୍ୟଳୟଗୁଡିରେ ବାବୁଙ୍କ ଦେଖା ମିଲୁ ନାହିଁ l ସରକାରୀ ନିୟମକୁ ଖୁଲମଖୋଲା ଉଲଘଂନ କରୁଛନ୍ତି ବ୍ଲକ ପ୍ରଶାସନ l ଏଭଳି ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀ ତଥା ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ କହିଛନ୍ତି, ମୋ ପାଖରେ ଏହାକୁ ନେଇ କୌଣସି ଅଭିଯୋଗ ନାହିଁ ଯୋଦି କାର୍ଯ୍ୟରେ କେହି ଅବହେଳା କରୁଛନ୍ତି ତେବେ ତାଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri