ଠିକ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ : ସେବା ନ ପାଇ ଫେରୁଛନ୍ତି ହିତାଧିକାରୀ

ଥୁଆମୂଳ ରାମପୁର,୨୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟାଳୟଗୁଡିକରେ ଅଧିକାରୀଙ୍କ ମରୁଡି ପଡ଼ିଥିବା ଦେଖିବାକୁ ମିଳୁଛି l ଠିକ ସମୟରେ କାର୍ଯ୍ୟଳୟକୁ ଆସୁନାହାନ୍ତି ବିଭାଗର କର୍ମଚାରୀ କିମ୍ବା ଅଧିକାରୀ l ଯାହାଫଳରେ ନୂତନ ଭତ୍ତା ଆବେଦନ, ନୂତନ ଘର ଆବେଦନ, ପାନୀୟଜଳ ସମସ୍ୟା, ମନରେଗା ଯୋଜନା ମାଧ୍ୟମରେ ଘରର ପଇସା ପାଇଁ କିମ୍ବା ଅନ୍ୟ କୌଣସି ଅଭିଯୋଗ ନେଇ ହିତାଧିକାରୀ ଆସିଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ଏହି କାର୍ଯ୍ୟାଳୟମାନଙ୍କୁ ହିତାଧିକାରୀ ଆସନ୍ତି ତେବେ ମନ ଇଚ୍ଛା କାର୍ଯ୍ୟାଳୟ ଖୋଲିବା, ମନ ଇଚ୍ଛା ଅଧିକାରୀ କାର୍ଯ୍ୟରେ ଯୋଗଦେବା ଭଳି ସମସ୍ୟା ହେତୁ ସେବା ନ ପାଇ ଫେରିଯାଉଛନ୍ତି ହିତାଧିକାରୀ l ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ଲ ର ମନରେଗା ବିଭାଗର କାର୍ଯ୍ୟଳୟ, ଗ୍ରାମୀଣ ଗୃହ ବିଭାଗ କାର୍ଯ୍ୟାଳୟ, ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ଜିପିଓଙ୍କ କାର୍ଯ୍ୟଳୟ ସମେତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ।

ଏହିସବୁ କାର୍ଯ୍ୟାଳୟ ଠିକ ସମୟରେ ଖୋଲୁନାହିଁ କିମ୍ବା ପଦାଧିକାରୀ କାର୍ଯ୍ୟରେ ଯୋଗଦେଉ ନ ଥିବା ଦେଖିବାକୁ ମିଳିଛି। ସୋମବାର ସକାଳ ସମୟ ୮.୩୦ ରୁ ୧୦.୩୦ ମଧ୍ୟରେ କେହି ଅଧିକାରୀ ଆସି ନ ଥିବା ଦେଖିବାକୁ ମିଳିଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଖି ସାମ୍ନାରେ ଯୋଦି ଏଭଳି କାର୍ଯ୍ୟ/କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ଅଧିକାରୀ ତେବେ ଲୋକଙ୍କୁ କେମିତି ସୁବିଧା ଦେଉଥିବେ ତାହା ସହଜରେ ଅନୁମାନ କରାଯାଉଛି l
ଏପଟେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀଷ୍ମ ଋତୁ ହେତୁ ସକାଳ ୬ଟା ରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ଏହି ବ୍ଲକରେ କିନ୍ତୁ ଏହାର ଓଲଟା ଦେଖିବାକୁ ମିଳୁଛି। ସମୟ ପାଖାପାଖି ୧୦ରୁ ୧୦ ଟା ୩୦ ହୋଇଯାଉଥିଲେ ମଧ୍ୟ କାର୍ଯ୍ୟଳୟଗୁଡିରେ ବାବୁଙ୍କ ଦେଖା ମିଲୁ ନାହିଁ l ସରକାରୀ ନିୟମକୁ ଖୁଲମଖୋଲା ଉଲଘଂନ କରୁଛନ୍ତି ବ୍ଲକ ପ୍ରଶାସନ l ଏଭଳି ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀ ତଥା ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ କହିଛନ୍ତି, ମୋ ପାଖରେ ଏହାକୁ ନେଇ କୌଣସି ଅଭିଯୋଗ ନାହିଁ ଯୋଦି କାର୍ଯ୍ୟରେ କେହି ଅବହେଳା କରୁଛନ୍ତି ତେବେ ତାଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri