Categories: ଫୁରସତ

ଏହି ଆଇପିଏସ୍‌ ଅଫିସରଙ୍କୁ ଅପରାଧୀଙ୍କ କୋକୁଆ ଭୟ: ଫିଲ୍ମରେ ମଧ୍ୟ କରିଛନ୍ତି କାମ

ଗ୍ଲାମର ଜଗତ ସହ ଜଡ଼ିତ ଷ୍ଟାରମାନଙ୍କୁ ନୂଆ ନୂଆ ଲୁକ୍‌ରେ ଆପଣମାନେ ଦେଖିଥାନ୍ତି। ପରଦାରେ ଯେତେ ହିଟ୍‌ ହେଲେ ବି ବାସ୍ତବ ଜୀବନରେ ଅନେକ ଫେଲ ମାରିଥାନ୍ତି। ହେଲେ ଏଭଳି କିଛି ପ୍ରତିଭା ଅଛନ୍ତି ଯିଏ ବାସ୍ତବ ଜୀବନରେ ସଫଳ, ପ୍ରକୃତ ହିରୋ ପାଲଟିଛନ୍ତି। ସେଭଳି ଜଣେ ହେଲେ ୨୦୨୦ର ମହିଳା ଆଇପିଏସ୍‌ ଅଫିସର ସିମାଲା ପ୍ରସାଦ। ସିମାଲା ବାସ୍ତବ ଜୀବନରେ ଷ୍ଟାର ହେବା ସହ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ମଧ୍ୟପ୍ରଦେଶର ଶିବରାଜ ସରକାର ରାଜ୍ୟର ୩୯ ଆଇଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି। ଏଥିରେ ୧୯ ଜିଲାର ଏସ୍‌ପି ଅଛନ୍ତି। ସେଥିରେ ସିମାଲାଙ୍କୁ ବୈତୁଲର ଏସ୍‌ପି ଦାୟିତ୍ୱ ମିଳିଛି। ଏହା ପୂର୍ବରୁ ସେ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ।
ସିମାଲାଙ୍କୁ ଅପରାଧିମାନେ ଡରନ୍ତି ବୋଲି କୁହାଯାଏ। ଡିଣ୍ଡୋରୀରେ ଏସ୍‌ପି ଭାବେ ସେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଜ ଦବ୍‌ଦବା ଜାହିର କରିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ।

ସ୍କୁଲରେ ପଢ଼ୁଥିବା ସମୟରେ ସେ ସିଭିଲ୍‌ ସର୍ଭିସ ପରୀକ୍ଷା ଦେବା କଥା ଚିନ୍ତା ବି କରି ନ ଥିଲେ। ପିଲାଦିନେ ତାଙ୍କୁ ଅଭିନୟ ଏବଂ ନୃତ୍ୟ ଭଲ ଲାଗୁଥିଲା। ହେଲେ ଘରର ପରିବେଶ ତାଙ୍କୁ ଲୋକଙ୍କ ସେବା କରିବାକୁ ପ୍ରେରଣା ଦେଇଥିଲା। ଶେଷରେ ସେ ଆଇପିଏସ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ।

ଭୋପାଳର ସିମାଲା ସ୍କୁଲ ସାରିବା ପରେ ବିୟୁରୁ ନିଜର ପିଜି ଶେଷ କରିଥିଲେ। ସେବେଠାରୁ ସେ ପୋଲିସରେ ଭର୍ତ୍ତି ହେବାକୁ ଆଶା ରଖିଥିଲେ। ପ୍ରଥମେ ସେ ପିଏସ୍‌ସି ପରୀକ୍ଷା ଦେଇଥିଲେ। ଏଥିରେ ସେ ପାସ୍‌ ହୋଇଯାଇ ଡିଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ। ରତଲାମରେ ଡିଏସ୍‌ପି ହେବା ସମୟରେ ବଡ଼ ଅଫିସରମାନେ ତାଙ୍କର ଅପମାନ କରିଥିଲେ। ଏହାପରେ ସେ ଆଇପିଏସ୍‌ ହେବାକୁ ନିଶ୍ଚିତ କରିଥିଲେ। ୨୦୧୧ରେ ସେ ଏହି ସଫଳତା ପାଇଥିଲେ।

ସିମାଲା ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଅଲିଫ୍‌ ଫିଲ୍ମରେ ସେ ଅଭିନୟ କରିଥିଲେ। ଏହାଛଡ଼ା ଫିଲ୍ମ ନକ୍କାସରେ ମଧ୍ୟ ସେ କାମ କରିଛନ୍ତି। କରୋନା କାଳରେ ସିମାଲାଙ୍କ ଏକ କବିତା ‘ମେ ଖାକି ହୁଁ’ ଭାଇରାଲ ହୋଇଥିଲା।

Share