ବଡ଼ବିଲ,୫।୧୦(ଦେବପ୍ରିୟ ରଣା)ସରକାରୀ ଅଧିକାରୀଙ୍କ ୩ ବର୍ଷରେ ଅନ୍ୟତ୍ର ବଦଳି ନିୟମ ରହିଥିବା ବେଳେ କେନ୍ଦୁଝର ଜିଲା ବଡ଼ବିଲ ଓ ଯୋଡ଼ା ପୌରପାଳିକା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଅଧିକାରୀ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବଡ଼ବିଲରେ ଅତିରିକ୍ତ ତହସିଲଦାର ପରେ ପୌର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟକରିବା ସହ ଯୋଡ଼ା ପୌରପାଳିକାରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ବଡ଼ବିଲ ମୋହରେ ପଡ଼ିଥିତ୍ବା ଏହି ଅଧିକାରୀ ଜଣକ ହେଲେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା। ବର୍ତ୍ତମାନ ପୌରାଞ୍ଚଳରେ ଜମି କେଳେଙ୍କାରି, ଜବରଦଖଲ ଆଦି ବଢ଼ି ଚାଲିଥିବା ବେଳେ ଅଧିକାରୀ ନୀରବତା ଅବଲମ୍ବନ କରୁଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଛି। ସୂଚନା ଅନୁଯାୟୀ, ୨୦୧୭ ଅକ୍ଟୋବର ୧୦ରେ ଅଭିଷେକ ପଣ୍ଡା (ଓଡ଼ିଶା ରେଭେନ୍ୟୁ ସର୍ଭିସେସ) ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ ନିୟୋଜିତ ହୋଇଥିଲେ। ୨୦୧୯ ଜୁନ୍ ୩୦ପର୍ଯ୍ୟନ୍ତ ସେଠାରେ ଦାୟିତ୍ୱ ସମ୍ପାଦନ କରିଥିଲେ। ତତ୍କାଳୀନ ପୌର ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଅନ୍ୟ ଜଣେ ଅତିରିକ୍ତ ତହସିଲଦାରଙ୍କ ଅବସର ସମୟ ହୋଇଯାଇଥିଲା। ତାଙ୍କ ସ୍ଥାନରେ ପୌର ନିର୍ବାହୀ ଅଧିକାରୀ ଭାବେ ସେହି ବର୍ଷ ଜୁନ ୩୦ରେ ଅଭିଷେକ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଦିନଠାରୁ ବଡ଼ବିଲ ଅଞ୍ଚଳରେ ରହିଛନ୍ତି। ୬ମାସ ତଳେ ଅଭିଷେକ ଓଏଏସ୍ ପାଇବା ପରେ ଅନ୍ୟତ୍ର ବଦଳି ହୋଇଯିବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ସେ ପୂର୍ବପରି ବଡ଼ବିଲ ପୌରପାଳିକା ନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇଆସୁଛନ୍ତି। ଏଥିସହ ୨୦୨୨ ଡିସେମ୍ବରରୁ ଯୋଡ଼ା ପୌରପାଳିକାର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଯୋଡ଼ା ପୌରପରିଷଦରେ ଜଣେ ନୂତନ ପୌର ନିର୍ବାହୀ ଅଧିକାରୀଙ୍କୁ ୨୦୨୩ ଅଗଷ୍ଟରେ ନିଯୁକ୍ତି ମିଳିଥିବା ବେଳେ ଅଦ୍ୟାବଧି ସେ ଦାୟିତ୍ୱ ଗ୍ରହଣ କରିନାହାନ୍ତିି। ଫଳରେ ଜିଲାର ଦୁଇ ଗୁରୁତ୍ୱପୂର୍ଣ୍ଣ ପୌରପାଳିକାରେ ଅଭିଷେକ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ବଡ଼ବିଲ, ଯୋଡ଼ା ପୌରାଞ୍ଚଳର ପରିଷଦବର୍ଗ ପ୍ରଶାସନକୁ ସହଯୋଗ କରିଆସିଥାନ୍ତି। ଅଞ୍ଚଳର ଅଧିକାଂଶ ଲୋକ ବ୍ୟବସାୟ ଭିତ୍ତିକ କାର୍ଯ୍ୟ କରୁଥିବାରୁ ପ୍ରଶାସନିକ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିବା ପ୍ରାୟତଃ ଦେଖିବାକୁ ମିଳେନାହିଁ। ଏହାର ସୁଯୋଗ ନେଇ ବଡ଼ବିଲ ପୌରାଞ୍ଚଳ ଓ୍ବାର୍ଡ ନଂ. ୪ସ୍ଥିତ ସଡିଙ୍ଗ ଅଞ୍ଚଳ, ଶ୍ରୀରାମ ନଗର, ଓ୍ବାର୍ଡ ନଂ. ୧୫ସ୍ଥିତ ସାଧୁସିଂ ହଟିଂ, ଓ୍ବାର୍ଡ ନଂ. ୮ ସ୍ଥିତ ପିଏଚ୍ଡି ଅଞ୍ଚଳ, ଓ୍ବାର୍ଡ ନଂ. ୧୪ ସ୍ଥିତ ଦାମୁ ହଟିଂ ଅଞ୍ଚଳ ଆଦିରେ ଅନେକ ଏକର ମୂଲ୍ୟବାନ ସରକାରୀ ଜମି ଜବରଦଖଲ ହୋଇ ଜନବସତି ଗଢ଼ି ଉଠିଛି। ସେଥି ମଧ୍ୟରୁ ବଡ଼ବିଲ ୟୁନିଟ୍-୭ର ଖାତା ନଂ. ୪୮୮ରେ ପ୍ରାୟ ୧୨ ଏକରରୁ ଊର୍ଦ୍ଧ୍ୱ ଜମି, ସଡିଙ୍ଗରେ ଖାତା ନଂ. ୧୩୨ରେ ୧୧ ଏକରରୁ ଊର୍ଦ୍ଧ୍ୱ ଜମି, ସୁନ୍ଦରା ୟୁନିଟ୍-୧୩ର ଖାତା ନଂ. ୧୪୯ରେ ପ୍ରାୟ ୭ ଏକରରୁ ଊର୍ଦ୍ଧ୍ୱ ଜମି ଏବଂ ବଡ଼ବିଲ ୟୁନିଟ୍ ନଂ.-୮ ର ଖାତା ନଂ. ୧୪୦ରେ ପ୍ରାୟ ୧୩ ଏକର ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଜବରଦଖଲ ହୋଇଥିବା ସରକାରୀ ଜମିର ମୋଟ ଆନୁମାନିକ ମୂଲ୍ୟ ୧ଶହ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଉକ୍ତ ସ୍ଥାନରେ ସ୍ଥାୟୀ ଘର ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ରାସ୍ତା, ଆଲୋକୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ଦିଗରେ ପୌରପାଳିକା କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ପୂର୍ବରୁ ଯାହା ଜବରଦଖଲ ରହିଛି। ଏବେ ତହସିଲ କାର୍ଯ୍ୟାଳୟର ସହାୟତା ନେଇ ଖାଲି ପଡ଼ିଥିବା ସରକାରୀ ଜମିକୁ ତାରବାଡ଼ ଦେଇ ଘେରାଉ କରି ସୁରକ୍ଷିତ ରଖୁଛୁ। ନୂଆ ନିର୍ମାଣ କରାଇ ଦିଆଯାଉ ନାହିଁ।
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ
ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
Archives

