ଅଧିକାରୀ ବଦଳୁଛନ୍ତି, ଉଚ୍ଛେଦ ହେଉନି

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବ୍ୟସ୍ତବହୁଳ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସରକାରୀ କଳ ହାତ ବାନ୍ଧି ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ଗତ ଦେଢ଼ବର୍ଷ ମଧ୍ୟରେ ୨ଥର ରାୟ ଦେଇ ସାରିଲେଣି। ଏହାସତ୍ତ୍ୱେ ଏଥିପ୍ରତି ପ୍ରଶାସନିକ ଉଦାସୀନତା ଏବଂ ଜନପ୍ରତିନିଧିଙ୍କ ନିରବତା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପଟେ ଉଚ୍ଛେଦ ସପକ୍ଷରେ ରାୟ ଆସିବା ପରେ ଜଣେ ପରେ ଜଣେ ବିଭାଗୀୟ ଅଧିକାରୀଙ୍କ ବଦଳି ହେଉଛି। ଇତିମଧ୍ୟରେ ୨ ଉପଜିଲାପାଳ ଏବଂ ୨ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇ ସାରିଲାଣି। କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଯେଉଁଠି ସେଇଠି ଅଟକି ରହିଛି। ଉଚ୍ଛେଦ ପ୍ରକ୍ରିୟାରେ ସମୟ ଗଡ଼ାଇବାକୁ ବିଭାଗୀୟ ଅଧିକାରୀଙ୍କ ସେଭଳି ବଦଳି ପ୍ରକ୍ରିୟା ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ୨୦୨୩ରେ ଉଚ୍ଛେଦ ପ୍ରକ୍ରିୟାର ପ୍ରାଥମିକ ପର୍ଯ୍ୟାୟରେ ଭଙ୍ଗା ଯାଇଥିବା କିଛି ଅଂଶରେ ପୁଣି ନିର୍ମାଣ କାର୍ଯ୍ୟ ଚାଲିବା ପ୍ରଶାସନକୁ ଚ୍ୟାଲେଞ୍ଜ ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି।
ବରଗଡ଼ ସହରରେ ଟ୍ରାଫିକ୍‌ ସମସ୍ୟା ଏକ ନିତିଦିନିଆଁ ଘଟଣା। ସହରରେ ରାସ୍ତାପାର୍ଶ୍ୱ ଜବରଦଖଲ ଏହାର ପ୍ରମୁଖ କାରଣ ପାଲଟିଛି। ଏହି କ୍ରମରେ ସହରର ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରା ବ୍ରିଜ୍‌ ପର୍ଯ୍ୟନ୍ତ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହିଆସିଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦାବି ଜୋର୍‌ ଧରିଥିଲା। ୨୦୨୩ରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ଉଚ୍ଛେଦ ଦାବିକୁ ଜୋର୍‌ କରିଥିଲା। ଜିଲା ଓକିଲ ସଂଘ ଏହାର ନେତୃତ୍ୱ ନେଇଥିଲା ଏବଂ ବିଭିନ୍ନ ସଙ୍ଗଠନ ସମେତ ଜନସାଧାରଣ ମଧ୍ୟ ଉଚ୍ଛେଦ ଦାବିକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ କରିଥିଲେ। ସହରବାସୀଙ୍କ ଦୃଢ଼ ଦାବି ପରେ ସେତେବେଳେ ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା। ରାସ୍ତାପାର୍ଶ୍ୱ ଜବରଦଖଲ ଚିହ୍ନଟ କରି କିଛି ଅଂଶ ଭଙ୍ଗା ଯାଇଥିଲା। ମାତ୍ର ଉଚ୍ଛେଦ ମାମଲା ଉଚ୍ଚ ନ୍ୟାୟାଳୟକୁ ଯିବା ପରେ ଏହା ଅଧାରେ ଅଟକି ରହିଥିଲା।
ଉଚ୍ଚ ନ୍ୟାୟାଳୟ ସେତେବେଳେ ଜବରଦଖଲ ଉଚ୍ଛେଦ ସପକ୍ଷରେ ରାୟ ଦେଇଥିଲେ। ଏହାସତ୍ତ୍ୱେ ଉଚ୍ଛେଦ ଅଭିଯାନ ଆଗେଇ ନ ଥିଲା। ଅନ୍ୟପଟେ ତତ୍କାଳୀନ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉପଜିଲାପାଳଙ୍କ ବଦଳି ହୋଇ ଯାଇଥିଲା। ସେହିପରି ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଛେଦ ଦାବି ଯେଭଳି ଜୋର୍‌ ଧରିଥିଲା, ନିର୍ବାଚନ ସରିବା ପରେ ଲୋକଙ୍କ ସ୍ବର ମଧ୍ୟ ଧିମେଇ ଗଲା ଏବଂ ଉଚ୍ଛେଦ ନୋଟିସ୍‌ରେ ତାହା ସୀମିତ ରହିଗଲା। ଅପରପକ୍ଷେ ଉଚ୍ଚ ନ୍ୟାୟାଳୟ ଉଚ୍ଛେଦ ସପକ୍ଷରେ ରାୟ ଦେବା ପରେ ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ହେବାରୁ ପ୍ରଭାବିତ ଲୋକେ ପୁଣି ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ। ଫଳରେ ଉଚ୍ଚ ନ୍ୟାୟାଳୟରେ ମାମଲା ଗଡ଼ି ଚାଲିଥିଲା। ନୂଆ ସରକାର ଆସିବା ପରେ ଦୀର୍ଘବର୍ଷର ଏହି ଦାବି ପୂରଣ ହେବ ବୋଲି ସହରବାସୀ ଆଶା କରିଥିଲେ। କିନ୍ତୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଯଥାପୂର୍ବଂ ତଥା ପରଂ ସ୍ଥିତିରେ ରହିଛି। ସେହିପରି ଉଚ୍ଚ ନ୍ୟାୟାଳୟ ତର୍ଜମା କରି ଉଚ୍ଛେଦ ପ୍ରକ୍ରିୟା ସପକ୍ଷରେ ଦ୍ୱିତୀୟ ଥର ପାଇଁ ରାୟ ଦେଲେ। ଏହାସତ୍ତ୍ୱେ ଉଚ୍ଛେଦ ପ୍ରକ୍ରିୟା ଆଗେଇ ନାହିଁ। ଅନ୍ୟପଟେ ୨ଦିନ ତଳେ ସ୍ଥାନୀୟ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଛି।
ଉଚ୍ଚ ନ୍ୟାୟାଳୟର ଆଦେଶ ସତ୍ତ୍ୱେ ଉଚ୍ଛେଦ ପ୍ରକ୍ରିୟା ଆଗେଇ ନ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ବଦଳି ଡ୍ରାମା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିବାବେଳେ ଏଥିରେ ସରକାରୀ କଳର ଭୂମିକାକୁ ନେଇ ମଧ୍ୟ ନାନା ସନ୍ଦେହ ସୃଷ୍ଟି ହେଉଛି। ଉଚ୍ଚ ନ୍ୟାୟାଳୟର ରାୟ, ସହରବାସୀଙ୍କ ଦୃଢ଼ ଦାବି ସତ୍ତ୍ୱେ ଉଚ୍ଛେଦ କରିବାକୁ କାହିଁକି ସରକାରୀ କଳ ସାହସ ଜୁଟାଇ ପାରୁନାହିଁ ବୋଲି ସହରରେ ଚର୍ଚ୍ଚା ଜୋର୍‌ ଧରିଛି। ଏ ସମ୍ପର୍କରେ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ପଚାରିବାରୁ ସେ କହିଥିଲେ, ଉଚ୍ଚ ନ୍ୟାୟାଳୟ ତର୍ଜମା କରି ଉଚ୍ଛେଦ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଉଚ୍ଛେଦ ନ କରିବା ଦୁଃଖଦାୟକ। ଉଚ୍ଚ ନ୍ୟାୟାଳୟର ଆଦେଶକୁ ଅବମାନନା ମଧ୍ୟ ଦୁର୍ଭାଗ୍ୟଜନକ। ନ୍ୟାୟାଳୟ ଆଦେଶକୁ ଯଥାଶୀଘ୍ର ପାଳନ କରିବା ପାଇଁ ପୌର ପରିଷଦ, ପ୍ରଶାସନକୁ ଅନୁରୋଧ କରୁଛୁ। ସେହିପରି ଉଚ୍ଚ ନ୍ୟାୟାଳୟର ଆଦେଶକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉ। ନଚେତ୍‌ ଅତିଶୀଘ୍ର ସମଲେଶ୍ୱରୀ ସଂଘ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସଂଘ ସଭାପତି ସମୀର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri