୩୨ବର୍ଷ ହେଲା ଭଡ଼ାଘରେ ଚାଲିଛି କାର୍ଯ୍ୟାଳୟ

ବାରିପଦା ଅଫିସ,୧୩ା୬: ନିଜସ୍ବ ଅଫିସ ଗୃହ ନ ଥାଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଶାଖା କାର୍ଯ୍ୟାଳୟ ୩୨ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଭଙ୍ଗା ଦଦରା ଘରେ ଅଫିସ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେଉ ନ ଥିବାରୁ ଅନେକ ନଥିପତ୍ର ନଷ୍ଟ ହେବାକୁ ବସିଛି।
ଅକ୍ଟୋବର ୨୦ରେ ତକତ୍ାଳୀନ ଉଚ୍ଚ ଶିକ୍ଷା ତଥା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ନୂତନ ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାତ୍ର ଭିତ୍ତିପ୍ରସ୍ତର ଲୋକଦେଖାଣିଆ କରାଯାଇ ବାହାବା ନେବାର ୧୩ ବର୍ଷ ପରେ ମଧ୍ୟ ମୁଠାଏ ମାଟି ନ ପଡ଼ିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ବର୍ତ୍ତମାନ ମୟୂରଭଞ୍ଜ ଜିଲାର ବିଜେଡି ନେତା ସୁଦାମ ମାରାଣ୍ଡି ଗଣଶିକ୍ଷା ମନ୍ତ୍ରୀ ରହିଥିବା ବେଳେ ଏହାର କାର୍ଯ୍ୟାରମ୍ଭ କରିବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ା
ସରକାରଙ୍କ ପକ୍ଷରୁ ଓଡ଼ିଶାର ୪ଟି ସ୍ଥାନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା କାର୍ଯ୍ୟାଳୟ ଖୋଲାଯାଇଥିଲା। ତଦନୁଯାୟୀ ୧୯୯୧ରେ ବାରିପଦାଠାରେ ପ୍ରତିଷ୍ଠା ହୋଇଥିଲା ଉତ୍ତର ଓଡ଼ିଶା ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟ ା ବାଲେଶ୍ୱର, ଭଦ୍ରକ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଥିବା କଲେଜଗୁଡ଼ିକ ପରିଚାଳନା ନିମନ୍ତେ ଉକ୍ତ କାର୍ଯ୍ୟାଳୟଟି ପ୍ରାରମ୍ଭରୁ ଭଡ଼ା ଘରେ ଚାଲିଆସୁଛି। ପ୍ରଥମେ ବାରିପଦା ସହରର ମଧୁବନଠାରେ କିଛି ବର୍ଷ ଧରି ଚାଲିବା ପରେ ବାଘଡ଼ା ରୋଡ୍‌କୁ ସ୍ଥାନାନ୍ତର ହୋଇଥିଲା। ବାଘଡ଼ା ରୋଡ୍‌ରେ ଦୀର୍ଘ ଦିନ ଧରି ଚାଲିବା ପରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଏକ ସରକାରୀ କ୍ୱାର୍ଟର୍ସକୁ ସ୍ଥାନାନ୍ତର ହୋଇଥିଲା। ତେବେ ଏହି କ୍ୱାର୍ଟର୍ସ ବାବଦରେ ବର୍ଷକୁ ବର୍ଷ ଭଡ଼ା ୬ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଅଦ୍ୟାବଧି ସ୍ଥାୟୀ ଗୃହଟିଏ ନିର୍ମାଣ କରାଯାଇ ପାରିନାହିଁ। ୧୯୯୮ରେ ସରକାରଙ୍କ ପକ୍ଷରୁ ଏହାର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ବାରିପଦା ଦାରଗାଡାହିଠାରେ ୫୦ ଡେସିମିଲ ଜମି ଅଧିଗ୍ରହଣ ସରିଛି। ଏହି ଜମି ବାବଦରେ ଖଜଣା ୬ହଜାର ୧୨୫ଟଙ୍କା ପ୍ରଦାନ କରାଯାଉଛି। ତେବେ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ତରବରିଆ ଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଜିଲାର ତକତ୍ାଳୀନ ଏମ୍‌ପି ଲକ୍ଷ୍ମଣ ଟୁଡୁ, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ଉପସ୍ଥିତିରେ ଏହାର ଫଳକ ଉନ୍ମୋଚନ କରାଯାଇଥିଲା ା ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ସ୍ଥାନରେ ଗାତଟିଏ ଖୋଳାଯାଇ ନ ଥିବାରୁ ପରିଷଦ କାର୍ଯ୍ୟାଳୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭିତ୍ତିପ୍ରସ୍ତର ଫଳକଟି ଲତାବୁଦାରେ ଲୁଚିବାକୁ ବସିଥିବା ବେଳେ ସ୍ଥାନଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ମୁଖ୍ୟାଳୟ ପକ୍ଷରୁ ଗୃହ ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଦୀର୍ଘ ୩୨ବର୍ଷ ଧରି କାର୍ଯ୍ୟାଳୟଟି ଭଡା ଘରେ ଚାଲିଆସୁଛି। ଉଦ୍ଦେଶ୍ୟ ମୂଳକ ଭାବେ ଏହାର ଫାଇଲକୁ ଚାପି ଦିଆଯାଉଥିବା ନେଇ ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ତେବେ କାର୍ଯ୍ୟାଳୟ ଲାଗି ଜମି ଓ ଗୃହ ନିର୍ମାଣ ନିମନ୍ତେ ଅର୍ଥ ବ୍ୟୟ ବରାଦ ହୋଇଥିବା ସତ୍ତ୍ୱେ ଏହାକୁ କାର୍ଯ୍ୟକାରୀ କରା ନ ଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜିଲାବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଜିଲାପାଳ ବିନୀତ ଭରଦ୍ୱାଜଙ୍କଠାରେ ଭଞ୍ଜସେନାର ପ୍ରତିଷ୍ଠାତା ଜେନା ଟୁଇଟ୍‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟାଳୟର ଗୃହ କାର୍ଯ୍ୟ ଆରମ୍ଭ କରା ନ ଗଲେ ଜିଲାବାସୀ ଏହାର ଉଚିତ ଜବାବ ଦେବେ ବୋଲି ସେ ଚେତବାନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri