୩୨ବର୍ଷ ହେଲା ଭଡ଼ାଘରେ ଚାଲିଛି କାର୍ଯ୍ୟାଳୟ

ବାରିପଦା ଅଫିସ,୧୩ା୬: ନିଜସ୍ବ ଅଫିସ ଗୃହ ନ ଥାଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଶାଖା କାର୍ଯ୍ୟାଳୟ ୩୨ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଭଙ୍ଗା ଦଦରା ଘରେ ଅଫିସ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେଉ ନ ଥିବାରୁ ଅନେକ ନଥିପତ୍ର ନଷ୍ଟ ହେବାକୁ ବସିଛି।
ଅକ୍ଟୋବର ୨୦ରେ ତକତ୍ାଳୀନ ଉଚ୍ଚ ଶିକ୍ଷା ତଥା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ନୂତନ ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାତ୍ର ଭିତ୍ତିପ୍ରସ୍ତର ଲୋକଦେଖାଣିଆ କରାଯାଇ ବାହାବା ନେବାର ୧୩ ବର୍ଷ ପରେ ମଧ୍ୟ ମୁଠାଏ ମାଟି ନ ପଡ଼ିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ବର୍ତ୍ତମାନ ମୟୂରଭଞ୍ଜ ଜିଲାର ବିଜେଡି ନେତା ସୁଦାମ ମାରାଣ୍ଡି ଗଣଶିକ୍ଷା ମନ୍ତ୍ରୀ ରହିଥିବା ବେଳେ ଏହାର କାର୍ଯ୍ୟାରମ୍ଭ କରିବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ା
ସରକାରଙ୍କ ପକ୍ଷରୁ ଓଡ଼ିଶାର ୪ଟି ସ୍ଥାନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା କାର୍ଯ୍ୟାଳୟ ଖୋଲାଯାଇଥିଲା। ତଦନୁଯାୟୀ ୧୯୯୧ରେ ବାରିପଦାଠାରେ ପ୍ରତିଷ୍ଠା ହୋଇଥିଲା ଉତ୍ତର ଓଡ଼ିଶା ଶିକ୍ଷା ପରିଷଦ ଶାଖା କାର୍ଯ୍ୟାଳୟ ା ବାଲେଶ୍ୱର, ଭଦ୍ରକ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଥିବା କଲେଜଗୁଡ଼ିକ ପରିଚାଳନା ନିମନ୍ତେ ଉକ୍ତ କାର୍ଯ୍ୟାଳୟଟି ପ୍ରାରମ୍ଭରୁ ଭଡ଼ା ଘରେ ଚାଲିଆସୁଛି। ପ୍ରଥମେ ବାରିପଦା ସହରର ମଧୁବନଠାରେ କିଛି ବର୍ଷ ଧରି ଚାଲିବା ପରେ ବାଘଡ଼ା ରୋଡ୍‌କୁ ସ୍ଥାନାନ୍ତର ହୋଇଥିଲା। ବାଘଡ଼ା ରୋଡ୍‌ରେ ଦୀର୍ଘ ଦିନ ଧରି ଚାଲିବା ପରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଏକ ସରକାରୀ କ୍ୱାର୍ଟର୍ସକୁ ସ୍ଥାନାନ୍ତର ହୋଇଥିଲା। ତେବେ ଏହି କ୍ୱାର୍ଟର୍ସ ବାବଦରେ ବର୍ଷକୁ ବର୍ଷ ଭଡ଼ା ୬ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଅଦ୍ୟାବଧି ସ୍ଥାୟୀ ଗୃହଟିଏ ନିର୍ମାଣ କରାଯାଇ ପାରିନାହିଁ। ୧୯୯୮ରେ ସରକାରଙ୍କ ପକ୍ଷରୁ ଏହାର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ବାରିପଦା ଦାରଗାଡାହିଠାରେ ୫୦ ଡେସିମିଲ ଜମି ଅଧିଗ୍ରହଣ ସରିଛି। ଏହି ଜମି ବାବଦରେ ଖଜଣା ୬ହଜାର ୧୨୫ଟଙ୍କା ପ୍ରଦାନ କରାଯାଉଛି। ତେବେ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ତରବରିଆ ଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଜିଲାର ତକତ୍ାଳୀନ ଏମ୍‌ପି ଲକ୍ଷ୍ମଣ ଟୁଡୁ, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ଉପସ୍ଥିତିରେ ଏହାର ଫଳକ ଉନ୍ମୋଚନ କରାଯାଇଥିଲା ା ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ସ୍ଥାନରେ ଗାତଟିଏ ଖୋଳାଯାଇ ନ ଥିବାରୁ ପରିଷଦ କାର୍ଯ୍ୟାଳୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭିତ୍ତିପ୍ରସ୍ତର ଫଳକଟି ଲତାବୁଦାରେ ଲୁଚିବାକୁ ବସିଥିବା ବେଳେ ସ୍ଥାନଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ମୁଖ୍ୟାଳୟ ପକ୍ଷରୁ ଗୃହ ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଦୀର୍ଘ ୩୨ବର୍ଷ ଧରି କାର୍ଯ୍ୟାଳୟଟି ଭଡା ଘରେ ଚାଲିଆସୁଛି। ଉଦ୍ଦେଶ୍ୟ ମୂଳକ ଭାବେ ଏହାର ଫାଇଲକୁ ଚାପି ଦିଆଯାଉଥିବା ନେଇ ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ତେବେ କାର୍ଯ୍ୟାଳୟ ଲାଗି ଜମି ଓ ଗୃହ ନିର୍ମାଣ ନିମନ୍ତେ ଅର୍ଥ ବ୍ୟୟ ବରାଦ ହୋଇଥିବା ସତ୍ତ୍ୱେ ଏହାକୁ କାର୍ଯ୍ୟକାରୀ କରା ନ ଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜିଲାବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଜିଲାପାଳ ବିନୀତ ଭରଦ୍ୱାଜଙ୍କଠାରେ ଭଞ୍ଜସେନାର ପ୍ରତିଷ୍ଠାତା ଜେନା ଟୁଇଟ୍‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟାଳୟର ଗୃହ କାର୍ଯ୍ୟ ଆରମ୍ଭ କରା ନ ଗଲେ ଜିଲାବାସୀ ଏହାର ଉଚିତ ଜବାବ ଦେବେ ବୋଲି ସେ ଚେତବାନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri